୧୨ ଘଣ୍ଟା ବାଲେଶ୍ୱର ବନ୍ଦ

ବାଲେଶ୍ୱର ଅଫିସ, ୧୭ା୬ ବାଲେଶ୍ୱର ଜିଲା ପୋଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ସହରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଏହାର ପ୍ରତିବାଦରେ ଗୁରୁବାର ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ (୧୨ ଘଣ୍ଟିଆ) ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି। ବିଭିନ୍ନ ଗଣସଙ୍ଗଠନ ଓ ରାଜନୈତିକ ଦଳର କର୍ମୀମାନେ ସହରରେ ଥିବା ବିଭିନ୍ନ ବ୍ୟାଙ୍କ୍‌, ବୀମା, ଡାକ ଓ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ କୌଣସି କର୍ମଚାରୀ ପ୍ରବେଶ କରିପାରି ନ ଥିଲେ। ବଡ଼ ବଡ଼ ବ୍ୟବସାୟିକ ଅନୁଷ୍ଠାନ, ପନିପରିବା, ଫଳ ଓ ମାଛ ମାର୍କେଟ୍‌ ସମ୍ପୂର୍ଣ୍ଣ ବନ୍ଦ ଥିଲା। ରଜ ଛୁଟି ପରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ଅଫିସ୍‌ଗୁଡ଼ିକ ଖୋଲିବାର ଥିଲେ ମଧ୍ୟ କୌଣସି ସରକାରୀ ଅଫିସ୍‌, କୋର୍ଟ କଚେରୀ, ପୌର କାର୍ଯ୍ୟାଳୟ ଖୋଲି ପାରିନଥିଲା। ସହରରେ କେବଳ ଦୁଇଚକିଆ ଯାନ ଚଳାଚଳ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ଓ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକ ବନ୍ଦ ଥିବାର ଦେଖାଯାଇଥିଲା। ସହରର ମୁଖ୍ୟ ବ୍ୟବସାୟ କେନ୍ଦ୍ର ମୋତିଗଞ୍ଜ ବଜାର ଓ ନୂଆବଜାରରେ କୌଣସି ବ୍ୟବସାୟ ପ୍ରତିଷ୍ଠାନ ଖୋଲା ନ ଥିଲା। ଷ୍ଟେଶନ ଛକ, ଫକୀରମୋହନ ଗୋଲେଇ, ଫାଣ୍ଡି ଛକ, ଗୋଳାପୋଖରୀ ଛକ ଓ ବସ୍‌ଷ୍ଟାଣ୍ଡ୍‌ରେ ଆନ୍ଦୋଳନକାରୀମାନେ ଜିଲା ପୋଲିସ୍‌ର ଅପାରଗତା ବିରୋଧରେ ବିଭିନ୍ନ ପ୍ରକାର ନାରା ଦେଇ ରାସ୍ତା ଅବରୋଧ କରିଥିଲେ। ପରିବହନ ଶ୍ରମିକ, ଉଠାଦୋକାନୀ, ଅଟୋ, ଟ୍ୟାକ୍ସି ଓ ରିକ୍ସାଚାଳକମାନେ ବନ୍ଦକୁ ଦୃଢ଼ ସମର୍ଥନ ଜଣାଇଥିଲେ।
ଗତ କିଛିଦିନ ଧରି ଚୋରି, ଡକାୟତ, ଲୁଟ୍‌, ଛିନ୍‌ତାଇ, ରାହାଜାନି, ହତ୍ୟା, ଗୁଳିଚାଳନା ଓ ନିଶା କାରବାର ଆଦି ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରୁ ଜିଲା ଓକିଲ ସଂଘ ଓ ବାଲେଶ୍ୱର ସିଭିଲ୍‌ ସୋସାଇଟି ପକ୍ଷରୁ ଦିଆଯାଇଥିବା ବନ୍ଦ ଆହ୍ବାନକୁ ବରିଷ୍ଠ ନାଗରିକ ମଞ୍ଚ ସମେତ ବିଭିନ୍ନ ସାମାଜିକ, ସାଂସ୍କୃତିକ ସଙ୍ଗଠନ, ସମସ୍ତ ବାମପନ୍ଥୀ ଦଳ ଏବଂ କଂଗ୍ରେସ ଦଳ ସମେତ ସେମାନଙ୍କର ଗଣସଙ୍ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତ ବନ୍ଦ ଡାକରା ଦେଇଥିଲେ। ଯଦି ଗୃହ ବିଭାଗ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ରହିଛି। ସହରରେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଭାଜପା ଦାବି କରିଛି। ଭାଜପା କର୍ମୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ ପୋଲିସ୍‌ ମୁତୟନ ହୋଇଥିଲେ। ଖୁବ୍‌ଶୀଘ୍ର ସରକାର ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ବଦଳି କରି ତୁରନ୍ତ ଅପରାଧ ନିୟନ୍ତ୍ରଣ ଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ସାରା ଜିଲାକୁ ବନ୍ଦ କରାଯିବ ବୋଲି ଜିଲା ଓକିଲ ସଂଘ ଓ ସିଭିଲ୍‌ ସୋସାଇଟି ପକ୍ଷରୁ ଚେତାବନୀ ଦେଇଛନ୍ତି। ଏହି ୧୨ଘଣ୍ଟିଆ ବନ୍ଦ ଆନ୍ଦୋଳନରେ ଜିଲା ଓକିଲ ସଂଘର ସଭାପତି ମନୋଜ ନାୟକ ଓ ସମ୍ପାଦକ ସମ୍ବିତ୍‌ ନନ୍ଦୀ, ବାଲେଶ୍ୱର ସିଭିଲ୍‌ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ବରିଷ୍ଠ ନାଗରିକ ମଞ୍ଚର ଜିଲା ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ବାମପନ୍ଥୀ ଦଳ ଓ ଜାତୀୟ କଂଗ୍ରେସ ପକ୍ଷରୁ ଦଳୀୟ ନେତା ଓ ସେମାନଙ୍କର ବିଭିନ୍ନ ଗଣସଙ୍ଗଠନରୁ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଶିଶିର ହୁଇ, ଗୌରାଙ୍ଗ ପାଣିଗ୍ରାହୀ, ଜୟନ୍ତ ଦାସ, ନିରଞ୍ଜନ ପରିଡ଼ା, ପ୍ରେମରଞ୍ଜନ ପାତ୍ର, ବିକ୍ରମ ପଣ୍ଡା, ଅର୍ଚ୍ଚନା ନନ୍ଦୀ, ବିକାଶ ଦାସ, ବାସନ୍ତୀ ସାମଲ, ତୁଷାରକାନ୍ତି ତପସୀ, ବିଜୟ ପାତ୍ର, ଆଇନଜୀବୀ ଶକ୍ତିଧର ସାନ୍ତରା, ଶାନ୍ତନୁ ଦାସ, ସୂର୍ଯ୍ୟକାନ୍ତ କର ପ୍ରମୁଖ ଶାନ୍ତିପୂର୍ଣ୍ଣ ବନ୍ଦ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ସୁରକ୍ଷା ପାଇଁ କାମ କରିଛୁ, ଏବେ କରିବୁ ଗାଁ ମାଟିର ସେବା

କର୍ଲାମୁଣ୍ଡା,୩୦ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ପୁରୁଣା ମୁହଁ ପ୍ରାର୍ଥୀ ହୋଇଥିବା ବେଳେ ବ୍ଲକର ସରଗୁଲ ମାଲପଡ଼ା ପଞ୍ଚାୟତରେ ସମିତିସଭ୍ୟ...

ତ୍ରିକୋଣୀୟ ପ୍ରେମ: ଭଡାଘରୁ ମିଳିଲା ଯୁବତୀଙ୍କ ମୃତଦେହ

ଲୋଇସିଂହା,୨।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନାଠାରୁ ୨ଶହ ମିଟର ଦୂର ମଣ୍ଟୁ କଲୋନୀର ଏକ ଭଡା ଘରୁ ବୁଧବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ମୃତଦେହ...

ସୌରଶକ୍ତିଚାଳିତ ବ୍ୟାଟେରି ସାଇକେଲ ନିର୍ମାଣ

ଜଟଣୀ,୩।୩(ଡି.ଏନ.ଏ.): ଇଚ୍ଛାଶକ୍ତି ଥିଲେ ନିଶ୍ଚିତ କାର୍ଯ୍ୟ ସଫଳତା ହୋଇଥାଏ। ଏହି ଉକ୍ତିକୁ କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲା ଜଟଣୀସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଛାତ୍ରମାନେ।...

ବିଜେପୁର ଉପନିର୍ବାଚନ: ଖୁବ୍‌ଶୀଘ୍ର କଂଗ୍ରେସର ପ୍ରାର୍ଥୀ ଘୋଷଣା, ୨୬ରେ କରିପାରେ ବିଜେଡି

ଭୁବନେଶ୍ୱର,୨୪।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦଳଗୁଡ଼ିକୁ ଏବେ ପ୍ରାର୍ଥୀ ଚୟନ ଚିନ୍ତା। ବିଜେଡି ପକ୍ଷରୁ ନବୀନ ନିବାସରେ ବୈଠକ...

‘ରାଞ୍ଚତ୍କୁ ନ ଯାଉ ରାଉରକେଲା ଏନ୍‌ଆଇଏମ୍‌ଆର୍‌’

ଭୁବନେଶ୍ୱର, ୧।୪(ବ୍ୟୁରୋ):ରାଉରକେଲାରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଲେରିଆ ରିସର୍ଚ୍ଚ (ଏନ୍‌ଆଇଏମ୍‌ଆର୍‌)କୁ ରାଞ୍ଚତ୍କୁ ସ୍ଥାନାନ୍ତର ନ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ...

ଆସନ୍ତା ଦୁଇ ସପ୍ତାହ ଗୁରୁତ୍ୱପୂର୍ଣ୍ଣ, କରୋନାଠାରୁ ୧୫ ଦିନର ମହଲତ ଛଡ଼ାଇ ଆଣିବାକୁ ପଡ଼ିବ: ବାଗ୍‌ଚୀ

ଭୁବନେଶ୍ୱର,୧।୪(ବ୍ୟୁରୋ): ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ୨୦୦ ଦେଶରେ କରୋନାର ଚିହ୍ନଟ ହୋଇଥିବା ବେଳେ ବୁଧବାର ଅପରାହ୍ନ...

ପରୀକ୍ଷା କେନ୍ଦ୍ର ପାଇଁ ସହର ବଦଳାଇପାରିବେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷା ପାଇଁ ଛାତ୍ରୀଛାତ୍ରମାନେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିପାରିବେ। ଏ ନେଇ...

କାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ

ଧାମନଗର, ୧୮।୪: ପ୍ରତ୍ୟେକ ଘରକୁ ପାନୀୟଜଳ ଯୋଗାଇ ଦେବା ଲାଗି ଭଦ୍ରକ ଜିଲା ଧାମନଗର ବ୍ଲକରେ ଗ୍ରାମୀଣ ଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଉଛି।...

Advertisement
Archives

Model This Week