ବଲାଙ୍ଗୀର

ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର, ଅଭିଯୁକ୍ତ ଗିରଫ

ଲାଠୋର,୧୨।୫(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଞ୍ଚଳରେ ୩ ମହିଳାଙ୍କୁ ଟଣା ଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସୋମବାର ପୋଲିସ ଗିରଫ କରି ପାଟଣାଗଡ଼ କୋର୍ଟ ଚାଲାଣ କରିଛି। ସେ ହେଲେ ରାଜକୁମାର ରାଓ(୫୫)।…

କେନ୍ଦୁପତ୍ର ସଂସ୍ଥାରେ ଘରୋଇକରଣକୁ ବରଦାସ୍ତ କରାଯିବ ନାହିଁ: କର୍ମଚାରୀ ସଂଘ

ବଲାଙ୍ଗୀର,୭ା୫(ସୁନୀଲ ମହାନ୍ତି): ବଲାଙ୍ଗୀର କେନ୍ଦୁପତ୍ର ଡିଏଫ୍‌ଓଙ୍କ କାର୍ଯ୍ୟାଳୟର ସମ୍ମୁଖରେ ବୁଧବାର ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବଲାଙ୍ଗୀର ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବଜେଟ୍‌ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା…

ବଲାଙ୍ଗୀର ଜିଲା ବିଜେଡି ସଭାପତି ହେଲେ ସରୋଜ ମେହେର, କହିଲେ…

ବଲାଙ୍ଗୀର/ପାଟଣାଗଡ,୫।୫:(ସୁନିଲ ମହାନ୍ତି/ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ବିଜେଡି ଜିଲା ସଭାପତି ଭାବେ ମନୋନୀତ ହୋଇଛନ୍ତି। ସରୋଜଙ୍କ ଉପରେ ଆସ୍ଥା ପ୍ରକଟକରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି।…

ଅବସରପ୍ରାପ୍ତ କ୍ଷେତ୍ର ନିରୀକ୍ଷକ ନିଧି ମହାନନ୍ଦଙ୍କ ପରଲୋକ

ବଲାଙ୍ଗୀର,୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପରିସଂଖ୍ୟାନ କାର୍ଯ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ କ୍ଷେତ୍ର ନିରୀକ୍ଷକ ନିଧି ମହାନନ୍ଦ(୭୦)ଙ୍କ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସେ ଜଣେ ମିଷ୍ଟଭାଷୀ, ମେଳାପୀ, ବନ୍ଧୁବତ୍ସଳ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଭାବେ…

ସରକାରୀ ସ୍କୁଲରେ ପାଠ ପଢ଼ି ଯାଆଁଳା ଭଉଣୀଭାଇ କଲେ କମାଲ୍‌

ବଲାଙ୍ଗୀର,୩ା୫(ବୀରେନ୍ଦ୍ର କୁମାର ଝାଙ୍କର):ଚଳିତ ମାଟ୍ରିକ୍‌ ପରୀକ୍ଷାରେ ବଲାଙ୍ଗୀର ସହରର ଦୁଇ ଯାଅଁାଳା ଭଉଣୀ-ଭାଇ କମାଲ କରିଛନ୍ତି। ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଦୁଇ ଭଉଣୀ ଭାଇ ଜ୍ୟୋତିର୍ମୟୀ ପଣ୍ଡା ଓ ବିନାୟକ ପଣ୍ଡା ମାଟ୍ରିକ୍‌ ପରୀକ୍ଷାରେ ଏ-ୱାନ୍‌ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇ…

ଦେଓଗାଁ ସମିତି ବୈଠକରେ ହଟ୍ଟଗୋଳ: ବର୍ଜନ କଲେ ସରପଞ୍ଚ ସଂଘ

ଦେଓଗାଁ,୨।୫(କୃଷ୍ଣ ପ୍ରସାଦ ପାଣିଗ୍ରାହୀ):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଶୁକ୍ରବାର ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ମାନେ ଅଣଦେଖା କରାଯାଉଥିବା ଅଭିଯୋଗ ଉଠାଇଥିଲେ। ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର ବୈଠକରେ ସରପଞ୍ଚ ମାନଙ୍କ ଦ୍ୱାରା…

ବିଦ୍ୟୁତ୍‌ ମିଟର ନାମରେ ବେଆଇନ ଟଙ୍କା ଆଦାୟ ଅଭିଯୋଗ

ଲାଠୋର,୧ା୫(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତ ସଦର ଗ୍ରାମର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଘରେ ବିଦ୍ୟୁତ୍‌ ମିଟର ଲଗାଇବା ନାମରେ ବେଆଇନ ଭାବେ ହଜାର ହଜାର ଟଙ୍କା ଆଦାୟ କରିଥିବା ନେଇ ଗୁରୁବାର ସ୍ଥାନୀୟ ଡାଇଜ ଯୁବ ଅନୁଷ୍ଠାନ…

ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର

ବଲାଙ୍ଗୀର, ୨୯।୪- (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ଉପକଣ୍ଠରେ ବଲାଙ୍ଗୀର-ବେଲଗାଁ ୨୬ ନମ୍ବର ଜାତୀୟ ରାଜପଥର ସ୍ମାର୍ଟ ପାର୍କ ବୁଲାଣି ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଥିଲା । ପ୍ରଥମେ ଭାରସାମ୍ୟ ହରାଇ ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର ଓଲଟି…

ଦେଶର ଆଇନ ସୁରକ୍ଷାରେ ଓକିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଟିଟିଲାଗଡ଼,୨୮ା୪(ଶରତ ମିଶ୍ର/ତୀର୍ଥଙ୍କର ପଟେଲ): ସୋମବାର ଟିଟିଲାଗଡ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଓକିଲ ଦିବସ ପାଳିତ ହୋଇଯାଇଛି l ଓକିଲ ସଂଘ ସଭାପତି ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ…

ବାହାଘରରେ ଯୋଗ ଦେବାକୁ ଯାଉଥିଲେ, ହାଇଓ୍ବା ସହ ଧକ୍କାରେ ଚାଲିଗଲା ୪ ବର୍ଷ ପୁଅର ଜୀବନ; ମା’ବାପାଙ୍କ ସହ ୩ ଗୁରୁତର

ବଲାଙ୍ଗୀର,୨୭।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼-ଘସିଆନ-ଲରମ୍ଭା ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବାକୁ ପଛପଟୁ ଏକ ବାଇକ ଧକ୍କା ଦେବା ଫଳରେ ବାଇକରେ ବସିଥିବା ଜଣେ ବାଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଳକ ହେଉଛନ୍ତି…

ଅଟୋରେ ଯାଉଥିବା ବେଳେ ଉପରେ ପଡ଼ିଲା ଗଛ: ଚାଲିଗଲା ୨ ଜୀବନ

ବଲାଙ୍ଗୀର,୨୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଆଠଗାଁ ରାସ୍ତା କଂସାବାହାଲ ଛକ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। କାଳବୈଶାଖୀ ତାଣ୍ଡବରେ ଜୋରରେ ପବନ ବହି ଏକ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା…

ଜାଲ ସାର୍ଟିଫିକେଟ୍‌ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ

ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍‌ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍‌। ସିବିଆଇର ଏକ ଟିମ୍‌ ବଲାଙ୍ଗୀରରେ ପହଞ୍ଚି ଜାଲ ସାର୍ଟିଫିକେଟ୍‌ ମାମଲାକୁ ନେଇ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିବା ସହ ଆନୁସଙ୍ଗିକ ଅନୁସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?