ବିଦ୍ୟୁତ୍‌ ମିଟର ନାମରେ ବେଆଇନ ଟଙ୍କା ଆଦାୟ ଅଭିଯୋଗ

ଲାଠୋର,୧ା୫(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତ ସଦର ଗ୍ରାମର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଘରେ ବିଦ୍ୟୁତ୍‌ ମିଟର ଲଗାଇବା ନାମରେ ବେଆଇନ ଭାବେ ହଜାର ହଜାର ଟଙ୍କା ଆଦାୟ କରିଥିବା ନେଇ ଗୁରୁବାର ସ୍ଥାନୀୟ ଡାଇଜ ଯୁବ ଅନୁଷ୍ଠାନ ସଭାପତି ତନ୍ତ୍ର ଧରୁଆଙ୍କ ସହ ଗ୍ରାମବାସୀ ଅଭିଯୋଗ କରି ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି l

ସୂଚନାନୁସାରେ, ମାଲପଡ଼ା ଏକ ଆଦିବାସୀ ଦଳିତ ବହୁଳ ଗ୍ରାମ। ଗ୍ରାମର ଅଧିକାଂଶ ପରିବାର ଦାଦନ ଖଟି ଯାଇ ପରିବାର ପ୍ରତିପୋଷଣ କରିଥାନ୍ତି। ଗତ ୪ ଦିନ ହେବ ମିଥିଲା ଏଜେନ୍ସି ନାମକ ଏକ ଠିକାସଂସ୍ଥା ଗ୍ରାମର ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କ ଘରୁ ପୁରୁଣା ମିଟର ହଟାଇ ନୂଆ ବିଦ୍ୟୁତ୍‌ ମିଟର ଲଗାଇବା କାମ କରୁଛି। ସଂସ୍ଥାର କର୍ମଚାରୀମାନେ ଟଙ୍କା ନ ଦେଲେ ମିଟର ଲଗାଯିବ ନାହିଁ ବୋଲି କହୁଥିବା ହେତୁ ଲୋକ ବାଧ୍ୟ ହୋଇ ଧାର କରଜ କରି ଟଙ୍କା ଦେଉଥିବା ଅଭିଯୋଗ କରିଛନ୍ତି। ଗ୍ରାମର ଗୋପବନ୍ଧୁ ପାଥର ୩୫୦୦ ଶହ ଟଙ୍କା, ବଳରାମ ମାଝୀ ୩୫୦୦ ଶହ ଟଙ୍କା, ଲୋଚନ ରଣା ୩୫୦୦ ଶହ ଟଙ୍କା, ଗର୍ଜନ ମାଝୀ ୩୫୦୦ ଶହ ଟଙ୍କା, ମଦନ ମାଝୀ ୩୫୦୦ ଶହ ଟଙ୍କା, ଲମ୍ବୋଧର ମାଝୀ ୩୫୦୦ ଶହ ଟଙ୍କା,ବିଦ୍ୟାଧର ଧରୁଆ ୩୦୦୦ ହଜାର ଟଙ୍କା, ଶାନ୍ତିରାମ ମାଝୀ ୩୦୦୦ ହଜାର ଟଙ୍କା, ମଦନ ମାଝୀ ୩୦୦୦ ହଜାର ଟଙ୍କା, ମଧୁ ନିଆଲ ୩୫୦୦ ଶହ ଟଙ୍କା, ଦୁର୍ଯ୍ୟ ମାଝୀ ୩୫୦୦ ଶହ ଟଙ୍କା,ବାଦଲ ସିଂ ଧରୁଆ ୪୦୦୦ ଟଙ୍କା,ଆକଲୁ ବେହେରା ୩୫୦୦ ଶହ ଟଙ୍କା,ବାଲମତି ଛତ୍ରିଆ ୧୦୦୦ ଟଙ୍କା ଦେଇଥିବା ଅଭଯୋଗ କରିଛନ୍ତି। ଆହୁରି ମଧ୍ୟ ଅନେକ ବିଦ୍ୟୁତ ଉପଭୋକ୍ତାମାନଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରିଥିବା କୁହାଯାଉଛି। ଏନେଇ ବିଦ୍ୟୁତ୍‌ ଯୋଗାଣ ସଂସ୍ଥା ଖପ୍ରାଖୋଲ ସେକ୍ସସନ ଅଫିସର ଅମିତ କୁମାର ମିଶ୍ରଙ୍କୁ ପଚାରିବାରୁ ଠିକାସଂସ୍ଥା ଏପରି କାମ କରିବା କଥା ନୁହେଁ। ଘଟଣାର ତଦନ୍ତ କରି ବିହୀତ ପଦକ୍ଷେପ ଗ୍ରହଣ କରିବୁ ବୋଲି କହୁଛନ୍ତି। ତେବେ କେତେ ଜଣ ଉପଭୋକ୍ତାଙ୍କଠାରୁ ଟଙ୍କା ନିଆଯାଇଛି ତାର ତଦନ୍ତ କରି ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲୋକଙ୍କୁ ଟଙ୍କା ଫେରସ୍ତ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି। ଅନ୍ୟଥା ଜୋରଦାର ଆନ୍ଦୋଳନ ହେବ ବୋଲି କଡ଼ା ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ଼ ଜିଲାର ବାଜିମାତ: ହାତେଇଲେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ…

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ…

ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ

ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri