କରୋନା ସହାୟତା: ମହାବୀର ରେସିଡେନ୍ସି ପରିବାର ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ହଜାର ଲେଖାଏ ପ୍ରଦାନ
କଣ୍ଟାବାଞ୍ଜି, ୧୪।୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ ଥିବା ଡୁମେରଚୁଆଁ ରୋଡସ୍ଥିତ ମହାବୀର ରେସିଡେନ୍ସି ପରିବାର ତରଫରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍କୁ ୧୧ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ହଜାର ଟଙ୍କା ଲେଖାଏ ଚେକ୍ ପ୍ରଦାନ କରାଯାଇଛି।...
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଲା ସରପଞ୍ଚ ସଂଘ
ଗୁଡଭେଲା,୧୪।୪(ଡି.ଏନ୍.ଏ): ମହାମାରୀ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକ୍ଡାଉନ୍ ଜାରି ରହିଛି। କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ପକ୍ଷରୁ ସହାୟତାର ହାତ ବଢ଼ୁଛି। ଇତିମଧ୍ୟରେ ବଲାଙ୍ଗୀର...
ମାସ୍କ ପିନ୍ଧି ନ ଥିବା ୧୦୦ ଜଣଙ୍କୁ ଧରିଲା ପୋଲିସ
ବଲାଙ୍ଗୀର ଅଫିସ,୧୩ା୪: ଲକ୍ଡାଉନ୍ ନିୟମ ଅଭିଯୋଗରେ ବଲାଙ୍ଗୀର ସହରର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ସୋମବାର ମାସ୍କ ପିନ୍ଧି ନ ଥିବା ୧୦୦ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଲକ୍ଡାଉନ୍ କଟକଣା ବୃଦ୍ଧି କରାଯିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ...
ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଦୋକାନୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା
ଗୁଡଭେଲା, ୧୩।୪(ଡି.ଏନ୍.ଏ.): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଡାହିମାଳ ଛକର ଦୋକାନୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସୋମବାର ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ତୁଷୁରା...
ଲକ୍ଡାଉନ୍ ନିୟମ ଉଲ୍ଲଂଘନ: ୩୦ ବାଇକ୍ ଜବତ କଲା ପୋଲିସ
ଗୁଡଭେଲା,୧୩ା୪(ଡିଏନଏ): ସରକାରଙ୍କ କଡ଼ା ନିର୍ଦ୍ଦେଶାବଳୀ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ କେତେକ ବ୍ୟକ୍ତି ଲକ୍ଡାଉନ୍ ନିୟମ ଉଲ୍ଲଂଘନ କରୁଛନ୍ତି। ଏଭଳି ବ୍ୟକ୍ତିବିଶେଷଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ସେମାନଙ୍କ ବାଇକ୍ ଜବତ କରିଛି। ସକାଳ...
ଲକ୍ଡାଉନ ଉଲ୍ଲଂଘନ: ୭୦ ବାଇକ ଜବତ
ବଲାଙ୍ଗୀର ଅଫିସ, ୧୨ା୪- ସରକାରଙ୍କ କଡା ନିର୍ଦ୍ଦେଶାବଳୀ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗର ଶତପ୍ରତିଶତ କାର୍ଯ୍ୟାନ୍ବୟନ ସତ୍ତ୍ୱେ କେତେକ ବ୍ୟକ୍ତି ଲକ୍ଡାଉନ୍ ନିୟମର ଉଲ୍ଲଂଘନ କରୁଛନ୍ତି। ଏଭଳି ବ୍ୟକ୍ତିବିଶେଷଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ସେମାନଙ୍କ ବାଇକ୍...
୩୩୨ ଜଣଙ୍କ ହୋମ୍ କ୍ୱାରାଣ୍ଟାଇନ୍ ଅବଧି ଶେଷ: ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା
ଲୋଇସିଂହା,୧୨ା୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ବ୍ଲକକୁ ରାଜ୍ୟ ବାହାରୁ ୩୩୫ ଜଣ ଘରକୁ ଫେରିଛନ୍ତି। ସେମାନେ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ନ ଯାଇ ୧୪ ଦିନିଆ ହୋମ୍ କ୍ବାରାଣ୍ଟାଇନରେ ରହିଛନ୍ତି। ସେଥିମଧ୍ୟରୁ ୩୩୨...
ବିଦ୍ୟୁତ୍ ଆଘାତରେ ଭାଲୁ ମୃତ
କୋକସର/ଜୟପାଟଣାା, ୧୧।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଘଣ୍ଟିଗୁଡା ଗ୍ରାମ ଜଙ୍ଗଲ ନିକଟରେ ଥିବା ଚାଷ ଜମିରେ ଛିଣ୍ଡି ପଡିଥିବା ୧୧ କେଭି ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଭାଲୁର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ବନ ବିଭାଗ...
ବିଷ ପିଇ ଜୀବନ ହାରିଲେ ଚାଷୀ
ଟିଟିଲାଗଡ଼, ୧୧।୪ (ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ରିଗଡୁଲ ଗ୍ରାମର ଚାଷୀ ନେପାଲ ରଣା(୩୦) ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ସେ ଫସଲରେ ଦିଆଯାଉଥିବା କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ...
ସାନିଟାଇଜ ହେଲା ଲୋଇସିଂହା ବସ୍ତି
ଲୋଇସିଂହା,୧୧।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଓ ପରିବେଶ ସ୍ବଚ୍ଛ ରଖିବା ପାଇଁ ଶନିବାର ସାନିଟାଇଜ କରାଯାଇଛି। ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ପ୍ରତଞକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ସରପଞ୍ଚ ସୁନୀଲ ଅଗ୍ରୱାଲ...
ବଲାଙ୍ଗୀରରେ ୨୫୦୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ୍ ସେଣ୍ଟର
ବଲାଙ୍ଗୀର ଅଫିସ,୧୧ା୪: କରୋନା ମହାମାରୀର ସଫଳ ମୁକାବିଲା ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନଭିତ୍ତିିରେ ପ୍ରୟାସ ଆରମ୍ଭ ହୋଇଛି। ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳରେ ୨୫୦୦ଶଯ୍ୟାର କ୍ୱାରାଣ୍ଟାଇନ୍ ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ବଲାଙ୍ଗୀର ସହର, ସଦାଇପାଲି,...
ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ରିକ୍ସା ଚଳାଇଲେ ୱାର୍ଡସଭ୍ୟ
ବଲାଙ୍ଗୀର ଅଫିସ,୧୧ା୪: ଗରିବଙ୍କ ଦୁଃଖକୁ ଜଣେ ଗରିବ ହିଁ ଠିକ୍ ଭାବେ ବୁଝିପାରେ। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବଲାଙ୍ଗୀର ସଦର ବ୍ଲକ ଖୁଜେନପାଲି ଗ୍ରାମ ପଞ୍ଚାୟତ ୧୦ ନମ୍ବର ୱାର୍ଡର ୱାର୍ଡସଭ୍ୟ ତଥା କାମାକ୍ଷୀନଗର ନିବାସୀ ଶିବ ସା...
ଭୋକ ଓପାସରେ ବୁଲା କୁକୁର
ବଲାଙ୍ଗୀର ଅଫିସ,୧୧ା୪: କରୋନା ଲକ୍ଡାଉନ୍ ସମୟରେ ରାଜ୍ୟ ସରକାର ରାଜ୍ୟର ଗରିବ ଜନସାଧାରଣଙ୍କ ଭଳି ବୁଲା କୁକୁର ଓ ଗୋରୁଙ୍କ ପାଇଁ ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଥିଲେ। ତେବେ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ବଲାଙ୍ଗୀର ମ୍ୟୁନିସିପାଲଟି ଫେଲ ମାରିଛି।...
ଘର ଭାଙ୍ଗିଲା, ବୃଦ୍ଧାଙ୍କୁ ଦଳି ମାରିଲା ହାତୀ
ଖପ୍ରାଖୋଲ,୧୧ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ବ୍ଲକ ଅନ୍ତର୍ଗତ ହନୁପାଲି ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ମୃତା ହେଲେ ବେଲମତୀ ବରିହା(୯୦)। ହାତୀ ଆକ୍ରମଣରୁ ତାଙ୍କ...
ଗାଁ ଗାଁରେ ଏକାଠି ହେଉଛନ୍ତି ଲୋକେ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ
ଗୁଡଭେଲା, ୧୧।୪(ଡି.ଏନ୍.ଏ.): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ତିନୋଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ତୁଷୁରା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ଭଗବତୀ...
ଲକ୍ଡାଉନ ବେଳେ ବି ଚାଲିଛି ମଦ କାରବାର
ଲୋଇସିଂହା, ୧୦।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଲୋଇସିଂହା ଥାନା ଅନ୍ତର୍ଗତ କୁଟାସିଂହା, ଅଗଲାପାଲି ଓ ଗୋପାଳପୁର ଗାଁରେ ଅବକାରୀ ବିଭାଗ ଚଢାଉ କରି ୯୦ ଲିଟର ରନ୍ଧାମଦ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିିଛି। ଗିରଫ ଅଭିଯୁକ୍ତମାନେ ହେଲେ...
ମାକ୍ସ ବାଣ୍ଟିଲେ, ସଚେତନତା ବାର୍ତ୍ତା ଦେଲେ ଯୁବଗୋଷ୍ଠୀ
ଦେଓଗାଁ,୧୦ା୪(ଡି.ଏନ.ଏ.): ଦେଶରେ କରୋନା ମହାମାରୀ ରୂପ ଧାରଣ କରିଥିବା ବେଳେ ସରକାର ଲୋକଙ୍କୁ ସଚେତନ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଲକଡାଉନ ଯୋଗୁ ଯେଉଁମାନେ ବାହାରକୁ ବାହାରୁଛନ୍ତି ସେମାନେ ମୁହଁରେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ ବୋଲି ଘୋଷଣା...
ରକ୍ତଦାନ କଲେ ୧୧ ସ୍ବେଚ୍ଛାସେବୀ
ଦେଓଗାଁ,୧୦ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗୈାରଗୋଠ ଆଜାଦ ହିନ୍ଦ ୟୁଥ କ୍ଲବର ୧୧ ଜଣ ସ୍ବେଚ୍ଛାସେବୀ ଶୁକ୍ରବାର ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଯାଇ ସ୍ବେଚ୍ଛାକୃତଭାବେ ରକ୍ତଦାନ କରିଛନ୍ତି । ବର୍ତ୍ତମାନ ସାରାଦେଶରେ କରୋନା ମହାମାରୀ ପାଇଁ...