ବଲାଙ୍ଗୀର

ବନ୍ୟାକୁ ବର୍ଷେ ପୂରିଲା: ମରାମତି ହେଲାନି ଚେକ୍‌ଡ୍ୟାମ

ଦେଓଗାଁ, ୧୪ା୮(ଡି.ଏନ.ଏ.)- ବଲାଙ୍ଗୀର ସଦର ବ୍ଲକ କୁଡାସିଂହା ଆଖପାଖ ଚାଷୀଙ୍କ ଏକମାତ୍ର ଭରସା ଶିରିଶ କେନାଲ। ଖରିଫ ଋତୁରେ ବର୍ଷା ନିଅଣ୍ଟ ହେଲେ ଏହି କେନାଲ ପାଖରେ ଥିବା ଚେକ୍‌ଡ୍ୟାମର ଗଚ୍ଛିତ ଜଳକୁ ଭରସା କରିଥାନ୍ତି କୁଡାସିଂହା, ଶିରିଶ, ଅର୍ଡା, ସିଙ୍ଗପାଲି…

କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ବିକ୍ଷୋଭ

କଣ୍ଟାବାଞ୍ଜି, ୧୩ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସିପକାପଡ଼ା କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ସିଲ୍‌ ସ୍ଥାନରେ ଲୋକେ ବୁଧବାର ବିକ୍ଷୋଭ କରିଥିଲେ। ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିଥିଲେ। ହେଲେ ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ ଯେ,…

ପ୍ରାଥମିକ ସ୍କୁଲରୁ ଚୋରି, ଥାନାରେ ଏତଲା

କଣ୍ଟାବାଞ୍ଜି, ୧୧ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଧୀନ କୁକୁଡ଼ାହାଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ରବିବାର ରାତିରେ ଚୋରି ହୋଇଛି। ପ୍ରଧାନଶିକ୍ଷକ ଶଶୀଧର ନିଆଲ ପରିଚାଳନା କମିଟି ସଦସ୍ୟଙ୍କ ସହିତ ସୋମବାର ଥାନାରେ ଏତଲା ଦେଇଛନ୍ତି। ଏତଲାରେ ୯ଟି ପଙ୍ଖା, ୨ଟି…

ହରିଶଙ୍କର ସୌନ୍ଦର୍ଯ୍ୟକରଣ ପାଇଁ ଚାରାରୋପଣ

ଖପ୍ରାଖୋଲ, ୧୧ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ସାମ୍ବାଦିକ ସଂଘ ଓ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ତରଣୀ ସୁନା, ଖପ୍ରାଖୋଲ ଥାନା ଆଇଆଇସି ଜ୍ୟୋତିରଞ୍ଜନ…

ମିଶନ ‘ଗଗନଯାନ’ ପାଇଁ ମନୋନୀତ ହେଲେ ବଲାଙ୍ଗୀରର ଓ୍ବିଙ୍ଗ୍‌ସ କମାଣ୍ଡର ନିଖିଲ ରଥ

ବଲାଙ୍ଗୀର ଅଫିସ,୮ା୮: ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍‌ ‘ଗଗନଯାନ’ ପାଇଁ ବଲାଙ୍ଗୀରର ସୁପୁତ୍ର ଓ୍ବିଙ୍ଗସ୍‌ କମାଣ୍ଡର ନିଖିଲ ରଥ ମନୋନୀତ ହୋଇଥିବା ଜଣାପଡ଼ିଛି। ଏହି ମିଶନ୍‌ ପାଇଁ ତାଙ୍କ ନାମ ଶର୍ଟଲିଷ୍ଟ ହୋଇଥିବା ଜାଣିବା ପରେ ଓଡ଼ିଶାର…

ବଲାଙ୍ଗୀର ୪ ଦିନ ଶଟ୍‌ଡାଉନ୍‌ ଘୋଷଣା: ବନ୍ଦ ରହିବ ଏସବୁ କାର୍ଯ୍ୟ

ବଲାଙ୍ଗୀର ଅଫିସ,୬।୮: ବଲାଙ୍ଗୀର ଜିଲାକୁ ଗୁରୁବାର ୪ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଅଗଷ୍ଟ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ନେଇ ଜିଲାପାଳ ଘୋଷଣା କରିଛନ୍ତି। ଏହି ସମୟରେ ଜିଲା…

ଜବରଦଖଲ ଉଚ୍ଛେଦରେ ପୋତି ହୋଇଗଲା ଡ୍ରେନ, ଘରେ ପଶିଲା ପାଣି

ବଲାଙ୍ଗୀର ଅଫିସ, ୬ା୮: ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାକଡର ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇଥିଲା। ଜେସିବି ମେଶିନ୍‌ ଲଗାଇ ବିଭିନ୍ନ ଜବରଦଖଲକାରୀଙ୍କ ଘର, ପାଚେରୀ, ଦୋକାନ ଘର ଭଙ୍ଗାଯାଇଥିଲା। ଜବରଦଖଲ ଉଚ୍ଛେଦ ବେଳେ ରାସ୍ତାକଡରେ…

ସାହସୀ ଯୁବତୀ ମାନସୀଙ୍କ ଯୋଗୁ ଉଦ୍ଧାର ହେଲେ ୬ ହଜାର ଦାଦନ ଶ୍ରମିକ

ଖପ୍ରାଖୋଲ, ୫ା୮ (ଡି.ଏନ.ଏ.) – ଚଳିତବର୍ଷ କରୋନା କଟକଣା ଦେଶାନ୍ତରୀ ଶ୍ରମିକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଥିଲା ।ବାହାର ରାଜ୍ୟରେ ଲକ୍ଷାଧିକ ଶ୍ରମିକ ଫସି ରହି ନିଜ ଭିଟାମାଟିକୁ ଫେରିବା ପାଇଁ ଅଣନିଃଶ୍ୱାସୀ ହୋଇଯାଇଥିଲେ। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରବାସୀ…

ଜମିଫାଟି ଅଁ।, ମାଡି ଗଲାଣି ଘାସ

ଲୋଇସିଂହା, ୫।୮(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ସତ୍ତ୍ୱେ ୮୦ପ୍ରତିଶତ ଚାଷ ହୋଇଛି। ବର୍ଷାଭାବରୁ ୨୦ ପ୍ରତିଶତ ଚାଷ ହୋଇପାରିନାହିଁ । ୨ ସପ୍ତାହ ହେଲା ବର୍ଷା ଉଭାନ ହୋଇଯାଇଥିବାରୁ ଚାଷଜମି ଫାଟି ଆଁ କଲାଣି ।…

ବାଦ୍ୟଯନ୍ତ୍ର କାରିଗରଙ୍କ ଜୀବିକା ଉପରେ କରୋନା ମାଡ଼

ଲୋଇସିଂହା,୨।୮(ଡି.ଏନ.ଏ.): ମହାମାରୀ କରୋନା ବିଭିନ୍ନ ବର୍ଗର ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଏଥିରୁ ବାଦ୍‌ ପଡିନାହାନ୍ତି ବାଦ୍ୟଯନ୍ତ୍ର ପ୍ରସ୍ତୁତକାରୀ କାରିଗର। ସେମାନଙ୍କ ରୋଜଗାର ବାଟ ବନ୍ଦ ହୋଇଯାଇଛି। ଏଭଳି ଦୁର୍ଦ୍ଦିନରେ ଗତି କରୁଛନ୍ତି ସୁବର୍ଣ୍ଣପୁର ଜିଲା କୁମୁଣ୍ଡେ ଗ୍ରାମର ଏକ…

ମହିଳାଙ୍କ ମୃତଦେହ ରଖି ହସ୍ପିଟାଲ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ,୩୦ା୭: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗୁରୁବାର ସକାଳେ ଉତ୍ତେଜନା ଦେଖାଦେଇଥିଲା। ଜଣେ ପ୍ରସୂତିଙ୍କ ମୃତ୍ୟୁ ପରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ହସ୍ପିଟାଲ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଥିଲେ ପରିବାର…

ଏହି ଜିଲାକୁ ୪ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କଲେ ଜିଲାପାଳ

ବଲାଙ୍ଗୀର ଅଫିସ,୨୯।୭-ବଲାଙ୍ଗୀର ଜିଲାକୁ ୪ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଜୁଲାଇ ୩୧ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲା ଶଟ୍‌ଡାଉନ ରହିବ। ବୁଧବାର ଜିଲାପାଳ ଅରବିନ୍ଦ ଡାକୁଆ ଏହି ସୂଚନା ଦେଇଛନ୍ତି। ଗତକାଲି ଜିଲାରେ ୨୧ ଆକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?