ବିଲୁପ୍ତ ଲୋକକଳା ଉଜ୍ଜୀବିତ ରଖିବା ଉପରେ ଗୁରୁତ୍ୱ

ଦେଓଗାଁ,୧୮୧୧(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳ ଭୀମ ପାହାଡଠାରେ ମଙ୍ଗଳବାର ଜିଲା ମିକ୍ସଚର ରାମଲୀଳା ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁଶାନ୍ତ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଲୁପ୍ତ ହେବାକୁ ବସିଥିବା ଲୋକକଳା କିପରି ଉଜ୍ଜୀବିତ ରହିବ ତାହା ଉପରେ ଆଲୋକପାତ କରାଯାଇଥିଲା। ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳ ଯୋଗୁଁ ଯୁବ ସମାଜ ଲୋକକଳା ପ୍ରତି ଆଉ ଆଗ୍ରହ ଦେଖାଉନାହାନ୍ତି ା ପୂର୍ବରୁ ଗାଁ ମାନଙ୍କରେ ପରିବେଷିତ ହେଉଥିବା ଗୀତିନାଟ୍ୟ ପ୍ରତି ମଧ୍ୟ ଆଗ୍ରହ ପ୍ରକାଶ ପାଉନାହିଁ ା କରୋନା ଲକ୍‌ଡାଉନ ସମୟରେ ଜିଲାର ବଛାବଛା କଳାକାରଙ୍କୁ ନେଇ ମିକ୍ସଚର ରାମଳୀଳା ସଂଘ ଓ ଶୁଭମ କ୍ରୀଏସନରେ ରାମଲୀଳା, ସୀତାଚୋରୀ ଓ ମହିଷା ମର୍ଦ୍ଦିନୀ ଗୀତିନାଟ୍ୟ ସୁଟିଂ କରାଯାଇ ୟୁଟ୍ୟୁବରେ ବେଶ୍‌ ଆଦୃତ ହୋଇଛି। ତେବେ କରୋନା କଟକଣା ଯୋଗୁଁ କଳାକାରମାନେ ହାତବାନ୍ଧି ବସିଛନ୍ତି। ସରକାର ମଞ୍ଚକଳାକୁ କେବେ ସବୁଜ ସଙ୍କେତ ଦେବେ ବୋଲି କଳାକାରମାନେ ପ୍ରଶ୍ନ କରିଛନ୍ତି। ପରିସ୍ଥିତି ସ୍ବାଭାବିକ ହେଉଥିଲେ ମଧ୍ୟ କଳାକାରମାନେ ତାଙ୍କ ବୃତ୍ତିକୁ ଫେରି ପାରୁନାହାନ୍ତି। ଏହି ସ୍ଥିତିରେ କଳାକାରମାନେ କିଭଳି ପେଟ ପୋଷିବେ ସେ ଦିଗରେ ସରକାର କୌଣସୀ ପଦକ୍ଷେପ ନନେବା ଏକ ପରିତାପର ବିଷୟ ବୋଲି ସଂଘ ତରଫରୁ କ୍ଷୋଭ ପ୍ରକାଶ ପାଇଛି। କାର୍ଯ୍ୟକ୍ରମକୁ ସଂଘ ସମ୍ପାଦକ ଭକ୍ତ ନାଏକ, କୋଷାଧ୍ୟକ୍ଷ ନିରାକାର ସାଏ, ଉପସଭାପତି ଶତ୍ରୁଘ୍ନ ବେହେରା ଓ ଅନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ। ସହସମ୍ପାଦକ ଶରତ କୁମାର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନୋସିରେ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ, ୩୦ ଅଧିକାରୀ: ଆଜି ହରିଦ୍ୱାର, ଋଷିକେଶ ଗସ୍ତ

ବାଲେଶ୍ୱର ଅଫିସ,୧୩।୧୨:ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗରିବ ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲାଇବା ଉଦ୍ଦେଶ୍ୟରେ ଗତ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ...

ପ୍ରତିଶୋଧ ପାଇଁ ପ୍ରେମିକଙ୍କ ତଣ୍ଟି କାଟିଥିଲେ

ଖୋର୍ଦ୍ଧା ଅଫିସ,୨୦ା୬: ଖୋର୍ଦ୍ଧା ଟାଉନ ଥାନା ଅଧୀନ ମଲ୍ଲିପୁର ପଞ୍ଚାୟତ ନିଆଳ ଗ୍ରାମର ପଥରଖଣିରୁ ଅତାଉଲ୍ଲା ଖାଁଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ।...

ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ ମାନ ଯାଞ୍ଚ

କୋଟଗଡ,୧୭ା୯(ଡି.ଏନ.ଏ.): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଗୁରୁବାର କୋଟଗଡ଼ ଗସ୍ତ କରି ବ୍ଲକରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। କୋଟଗଡ଼ ବ୍ଲକର...

ରାସ୍ତା, ପାନୀୟ ଜଳ, ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ୱ

ଫୁଲବାଣୀ ଅଫିସ,୧୮ା୧୨- ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦୁଇ ଦିନିଆ କନ୍ଧମାଳ...

ଏପ୍ରିଲ ୪ରୁ ସକାଳୁଆ କୋର୍ଟ; ଜାଣନ୍ତୁ କେଉଁଠି ହେବନାହିଁ ଲାଗୁ

କଟକ ଅଫିସ,୧୬।୩: ଏପ୍ରିଲ ୪ ତାରିଖରୁ ସକାଳୁଆ ହେବ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ।...

ପ୍ଲାଜ୍‌ମା ଦାନ ପାଇଁ ଉତ୍ସାହିତ କର

ଅନୁଗୋଳ ଅଫିସ୍‌, ୨୯।୭ କରୋନାରୁ ସୁସ୍ଥ ହୋଇଥିବା ଅନୁଗୋଳ ଜିଲାର ଲୋକମାନେ କିପରି ପ୍ଲାଜମା ଦାନ ପାଇଁ ଆଗେଇ ଆସିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି...

ଗହ୍ମାପୂର୍ଣ୍ଣିମାରେ ନଡ଼ିଆ ଲଢ଼େଇ ପରମ୍ପରା

ସାକ୍ଷୀଗୋପାଳ, ୧୫।୮(ଡି.ଏନ୍‌.ଏ.): ଗହ୍ମାପୂର୍ଣ୍ଣିମା ଅବସରରେ ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ନଡ଼ିଆ ଲଢ଼େଇ ପରମ୍ପରା ରହିଛି। ବାତ୍ୟା ‘ଫନୀ’ରେ ବହୁ ସଂଖ୍ୟକ ନଡ଼ିଆ ଗଛ ଭାଙ୍ଗିଯାଇଥିଲେ...

ଏନ୍‌ଏଚ୍‌ରେ ପଡ଼ି ରହିଛି ଦୁର୍ଘଟଣାଗ୍ରସ୍ତ ଟ୍ରକ

ଘସିପୁରା,୧୧ା୧୦(ଡି.ଏନ.ଏ): ୨୦ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଅକାଳରେ ଯାଉଛି ଅନେକଙ୍କ ଜୀବନ। ଦୁର୍ଘଟଣା ଏଡ଼ାଇବା ପାଇଁ ସଚେତନତା ଠାରୁ ଆରମ୍ଭ...

Advertisement
Archives

Model This Week