ଝୋଲାଛାପ୍‌ ୱେବ୍‌ ସିରିଜ୍‌ରେ ଗ୍ରାମୀଣ ସ୍ବାସ୍ଥ୍ୟସେବାର ନିଛକ ଚିତ୍ର

ବଲାଙ୍ଗୀର ଅଫିସ, ୨୦ା୧୧
ବଲାଙ୍ଗୀର ଜନ୍ମିତ ବଲିଡଡ୍‌ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଗୁରୁବାର ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ଖବରଦାତା ସମ୍ମିଳନୀରେ ମୁକ୍ତିଲାଭ କରିବାକୁ ଥିବା ତାଙ୍କ ନିର୍ଦ୍ଦେଶିତ ୱେବ୍‌ ସିରିଜ୍‌ ଝୋଲାଛାପ୍‌ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି। ଝୋଲାଛାପ୍‌ ସିରିଜ୍‌ରେ ଭାରତୀୟ ଗ୍ରାମୀଣ ଅଞ୍ଚଳର ସ୍ବାସ୍ଥ୍ୟସେବାର ବାସ୍ତବିକ ଚିତ୍ର ଓ କଥାବସ୍ତୁ ପ୍ରଦର୍ଶିତ ହେବ। ସ୍ବାଧୀନତାର ଦୀର୍ଘ ୭୩ ବର୍ଷ ପରେ ମଧ୍ୟ ଭାରତର ଗଁାଗୁଡିକରେ କିଭଳି ସ୍ବାସ୍ଥ୍ୟସେବା ଅପହଞ୍ଚ ତାହା ଏହି ୱେବ୍‌ ସିରିଜ୍‌ରେ ପ୍ରଦର୍ଶିତ ହେବ ବୋଲି ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ସୂଚନା ଦେଇଛନ୍ତି। ତାଲିମପ୍ରାପ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଅଭାବରୁ କ୍ୱାକମାନଙ୍କ ଦ୍ୱାରା ଗ୍ରାମୀଣ ଲୋକେ ଚିକିତ୍ସା ନଁାରେ କିଭଳି ପେଶୀ ହେଉଛନ୍ତି ଓ ବିଭିନ୍ନ ସମୟରେ କିଭଳି ସାଂଘାତିକ ପରିଣାମର ଶିକାର ହେଉଛନ୍ତି ତାହା ଝୋଲାଛାପ୍‌ରେ ପ୍ରଦର୍ଶିତ ହେବ। ଗ୍ରାମୀଣ ଅଞ୍ଚଳର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ଜନସଚେତନା ସୃଷ୍ଟି ଲକ୍ଷ୍ୟ ବୋଲି ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ଓଡିଶାର ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ, ବଲିଉଡ ଅଭିନେତା ମୁସ୍ତାକ୍‌ ଖାନ, ମେହେକ ମନୱାନୀ ବିଭିନ୍ନ ଚରିତ୍ରରେ ଅଭିନୟ କରୁଛନ୍ତି ା ଏହି ୱେବ ସିରିଜ ଓଟିଟି ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିବ ବୋଲି ସେ ସୂଚନା ଦେଇଛନ୍ତି ା କୋଭିଡ-୧୯ କଟକଣା ଯୋଗୁଁ ଚଳିତବର୍ଷ ହେବାକୁ ବିଭିନ୍ନ ଫିଲ୍ମ ବାତିଲ କରାଯାଇଛି ା ତେବେ ଆସନ୍ତା ବର୍ଷ ଓଡିଶାରେ ବଲିଉଡ ଫିଲ୍ମ ନିର୍ମାଣ କରିବାର ଯୋଜନା ରହିଛି ବୋଲି ସେ ସୂଚନା ଦେଇଛନ୍ତି ା ଓଡିଶାର କଳା, ସଂସ୍କୃତିକୁ ନେଇ ଚଳଚ୍ଚିତ୍ର ନିର୍ମାଣ ଓ ଏଠାକାର ସ୍ଥାନୀୟ କଳାକାରଙ୍କୁ ଅଭିନୟ ସୁଯୋଗ ଦିଆଯିବ ବୋଲି ଜ୍ୟୋତିପ୍ରକାଶ କହିଛନ୍ତି ା ମାଓବାଦୀ ସମସ୍ୟା ଉପରେ ତିଆରି ହେବାକୁ ଥିବା ବଲିଡଡ୍‌ ପିଚର ଫିଲ୍ମ ବଲାଙ୍ଗୀର ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ସୁଟିଂ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ା ଏଥିପାଇଁ ସ୍ବତନ୍ତ୍ର ଭାବେ ଅଡିସନ କରାଯିବ ଓ ସେଥିରୁ ଚୟନ ହୋଇଥିବା କଳାକାରମାନେ ବଲିଉଡ୍‌ର ବରିଷ୍ଠ କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇପାରିବେ ବୋଲି ସେ କହିଛନ୍ତି ା ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିବା ଜ୍ୟୋତିପ୍ରକାଶ ବେଲପଡା ନବୋଦୟ ସ୍କୁଲ ଓ ସମ୍ବଲପୁର ଜିଏମ କଲେଜରେ ପାଠ ପଢ଼ିବା ପରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ା ବାୟୁସେନାରୁ ସେବା ନିବୃତ୍ତ ହେବା ପରେ ୨୦୧୭ ମସିହାରୁ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟ ସହ କାମ କରିବାର ସୁଯୋଗ ପାଇଥିଲେ ା ଜ୍ୟୋତି ପ୍ରକାଶ ୭ଟି ସର୍ଟଫିଲ୍ମ ନିର୍ମାଣ କରି ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ପୁରସ୍କୃତ ହୋଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?