ବଲାଙ୍ଗୀର ଅଫିସ, ୨ା୧୨: ବଲାଙ୍ଗୀର ଜିଲାରେ ଗତ ନଭେମ୍ବର ୧୮ରୁ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାସ୍ତରୀୟ ଧାନକ୍ରୟ କମିଟି (ଡିଏଲ୍ପିସି) ବୈଠକରେ ଜିଲାର ଚାଷୀମାନେ ମଣ୍ଡି ଓ ଏସ୍ଏଚ୍ଜି ଜରିଆରେ ଧାନର ଉଚିତ ମୂଲ୍ୟ ଯେପରି ପାଇପାରିବେ, ସେ ନେଇ ଗୁରୁତ୍ୱାରୋପ କରାଯାଇଥିଲା। ଚାଷୀ ଯେପରି ଧାନର ଅଭାବୀ ବିକ୍ରି କି ମଧ୍ୟସ୍ଥର ଶିକାର ହେବନାହିଁ, ସେନେଇ ଆଲୋଚନା ହୋଇଥିଲା। ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯେପରି ମିଳିବ ସେନେଇ ସୁନିଶ୍ଚିତ କରିବାକୁ ଜୋର ଦିଆଯାଇଥିଲା। ଧାନସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ପରିଚାଳନା କରିବାକୁ ପ୍ରଶାସନ ସୁବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ କରୁ ବୋଲି ଗୁରୁତ୍ୱାରୋପ କରାଯାଇଥିଲା। ହେଲେ ଧାନକିଣା ଆରମ୍ଭରୁ ପ୍ରଶାସନର ଢିଲାପଣ ସ୍ପଷ୍ଟ ଦେଖାଗଲାଣି।
ପ୍ରଶାସନର ବହୁ ପୂର୍ବରୁ ମଧ୍ୟସ୍ଥମାନେ ସକ୍ରିୟ ହୋଇଗଲେଣି। ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଢ଼େର କମ୍ ଦରରେ କିଣିନେଇ ନିଜସ୍ବ ଗୋଦାମରେ ମହଜୁଦ କରି ରଖିଲେଣି। ଗଁା ଗଁାରେ ଏବେ ମଧ୍ୟସ୍ଥ ବା ଦଲାଲମାନେ ସକ୍ରିୟ ରହି ଚାଷୀଙ୍କଠାରୁ କମ୍ଦରରେ ଧାନ କିଣି ନେଉଥିବା ଖବର ମିଳୁଛି। ବିଶେଷକରି ଜିଲାର ପୁଇଁନ୍ତଲା, ଟିଟିଲାଗଡ, କଣ୍ଟାବାଞ୍ଜି, ବେଲପଡା ଓ ପାଟଣାଗଡ ବ୍ଲ୍ଳକ ଅଞ୍ଚଳରେ ମଧ୍ୟସ୍ଥ ସକ୍ରିୟ ହୋଇପଡିଛନ୍ତି। ସେମାନେ ପ୍ରଶାସନକୁ ଚ୍ୟାଲେଞ୍ଜ କରି ସମାନ୍ତରାଳ ଧାନକିଣାକୁ ସୁରୁଖୁରୁରେ ଚଳାଇଛନ୍ତି। କୁଇଣ୍ଟାଲ ପିଛା ୧୨ରୁ ୧୩ ଶହ ଟଙ୍କା ଦରରେ ଧାନ କିଣି ନେଉଛନ୍ତି ବୋଲି ଅଭିଯୋଗ ହୋଇଛି।
ଚଳିତବର୍ଷ ଜିଲାର ୧୫୮ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ୧୬ଟି ଏସ୍ଏଚ୍ଜି ମଣ୍ଡି ଜରିଆରେ ଧାନକିଣା ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ ଜିଲାରେ ୮୦ଟି ପ୍ୟାକ୍ସରେ ଧାନକିଣା ଆରମ୍ଭ ହୋଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୮୦ଟି ପ୍ୟାକ୍ସରେ ମଙ୍ଗଳବାର ସୁଦ୍ଧା ୧ ଲକ୍ଷ ୧ ହଜାର ୫୫୫ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ତେବେ ଜିଲାରେ ଆଉ ୯୪ଟି ମଣ୍ଡି ଏ ପର୍ଯ୍ୟନ୍ତ ଖୋଲିନାହିଁ। ଚଳିତବର୍ଷ ଜିଲାରେ ୬୬ ହଜାର ୭୮୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସମସ୍ତ ଚାଷୀଙ୍କୁ ଏ ପର୍ଯ୍ୟନ୍ତ ଟୋକନ୍ ଇସ୍ୟୁ ହୋଇପାରିନାହିଁ। ଟୋକନ୍ ଇସ୍ୟୁ କିଭଳି ହେଉଛି ଓ କେବେ ହେଉଛି ସେକଥା ଜାଣିବା ଚାଷୀକୁ ସହଜ ହେଉନାହିଁ। ଭୁବନେଶ୍ୱରରୁ ସିଧାସଳଖ ଅନ୍ଲାଇନ୍ ଜରିଆରେ ଚାଷୀଙ୍କ ଟୋକନ୍ ଇସ୍ୟୁ ହେଉଥିବାରୁ ଜିଲାରେ ବାସ୍ତବରେ ଏଯାବତ୍ କେତେ ଚାଷୀଙ୍କୁ ଟୋକନ୍ ମିଳିଛି ସେଇ ତଥ୍ୟ ଜିଲାସ୍ତରୀୟ ଅଧିକାରୀଙ୍କ ପାଖରେ ନ ଥିବା କହୁଛନ୍ତି। ଏହି ବ୍ୟବସ୍ଥା ମଧ୍ୟସ୍ଥଙ୍କୁ ସୁହାଉଛି। ପୁଇଁତଲା ବ୍ଳକର ମହୀମୁଣ୍ଡା ଅଞ୍ଚଳରେ ମଧ୍ୟସ୍ଥମାନେ କୁଇଣ୍ଟାଲ ପିଛା ୧୨ରୁ ୧୩ ଶହ ଟଙ୍କା ଦେଇ ଚାଷୀଙ୍କଠାରୁ ଧାନ କିଣିନେଉଛନ୍ତି। କେତେଜଣ ପ୍ୟାକ୍ସ ସମ୍ପାଦକ ଓ ମିଲର୍ସ ଏହି ମଧ୍ୟସ୍ଥମାନଙ୍କ ମୁଖ୍ୟ କାର୍ପଟଦାର ସାଜିଥିବା ଅଭିଯୋଗ ହେଉଛି। ଏ ପର୍ଯ୍ୟନ୍ତ ଜିଲାର କୌଣସି ମିଲର୍ସ ମଣ୍ଡିରୁ ଧାନ ଉଠାଇନାହାନ୍ତି। ମାତ୍ର ମଧ୍ୟସ୍ଥମାନେ ଚାଷୀଙ୍କଠାରୁ ଧାନ ଉଠାଇ ନେଲେଣି। ପ୍ରଶାସନ ସ୍ବତନ୍ତ୍ର ଟିମ୍ ଗଠନ କରି ଏହି ସ୍ଥାନରେ ଚଢ଼ାଉ କଲେ ଚାଲାଣ ପାଇଁ ରଖାଯାଇଥିବା ବେଆଇନ ଧାନ ଜବତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦିଲୀପ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି, ପ୍ରଶାସନ ପକ୍ଷରୁ ଏ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ। ଆଉ ମାତ୍ର ଅଳ୍ପ ଦିନ ମଧ୍ୟରେ ଜିଲାର ସମସ୍ତ ମଣ୍ଡି ଓ ଏସ୍ଏଚ୍ଜିରେ ଧାନକିଣା ଜୋର ଧରିବ। ଆଉ କୌଣସି ଚାଷୀ ମଧ୍ୟସ୍ଥଙ୍କୁ ଧାନ ବିକିବେ ନାହିଁ ବୋଲି ସେ କହିଛନ୍ତି।
Posted inଆମ ଜିଲା ଖବର, ବଲାଙ୍ଗୀର View All
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଘରୋଇ କଲେଜ ସିଲ୍ କଲା ପ୍ରଶାସନ, ତଦନ୍ତ ଆରମ୍ଭ
ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…
ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…
ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ
ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

