ଚିନ୍ତା ବଢ଼ାଇଲାଣି ଚୋରା ମଦ
ଖମାର,୨୪।୪(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ଚୋରା ଦେଶୀ ବିଦେଶୀ ମଦ କାରବାର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। କେତେଜଣ ଅସାଧୁ ବ୍ୟବସାୟୀ ଗ୍ରାମାଞ୍ଚଳକୁ ଏହା ଯୋଗାଣ କରୁଥିବାରୁ ସେଠାରେ ବହୁଳ ମାତ୍ରାରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ପାଲଲହଡ଼ା...
ଶାଳ, ଶାଗୁଆନ କାଠ ଜବତ
ଛେଣ୍ଡିପଦା,୨୪।୪ (ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ବନାଞ୍ଚଳ ପୁଟଗାଡିଆ ଗ୍ରାମ ନିକଟସ୍ଥ ଏକ ଆମ୍ବତୋଟାରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଶାଳ ଗଣ୍ତି ଓ ଶାଗୁଆନ କାଠ ଜବତ କରାଯାଇଥିବା ବେଳେ ବନବିଭାଗକୁ ଦେଖି ଘଟଣାସ୍ଥଳରୁ କାଠ ମାଫିଆମାନେ...
ଶୀତୁଳା ପର୍ବ ସହ ହିଙ୍ଗୁଳା ଯାତ୍ରା ସମ୍ପନ୍ନ
ତାଳଚେର,୨୪।୪(ନି.ପ୍ର.): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଶନିବାର ଶୀତୁଳା ପର୍ବ ସହ ସମ୍ପନ୍ନ ହୋଇଛି। ଏଥିସହ ୧୮ତମ ଲୋକ ମହୋତ୍ସବ ମଧ୍ୟ ଉଦ୍ଯାପିତ ହୋଇଛି। ଯାତ୍ରାର ଶେଷ ଦିନ ହୋଇଥିବାରୁ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ମନ୍ଦିର...
୬୦ଟି ଟେଣ୍ଡରକୁ ନେଇ କାଉନସିଲରଙ୍କ ଅସନ୍ତୋଷ
ଅନୁଗୋଳ ଅଫିସ,୨୪।୪: ନିର୍ବାଚନ ପରେ ଅନୁଗୋଳ ପୌର ପରିଷଦର ପ୍ରଥମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ତେବେ ପୌରାଞ୍ଚଳର ଉନ୍ନୟନ କାର୍ଯ୍ୟ ପାଇଁ...
ବିଧାୟକଙ୍କୁ ଦାବିପତ୍ର ଦେଲେ ବଇଣ୍ଡାବାସୀ
ବଇଣ୍ଡା,୨୪।୪(ଡି.ଏନ.ଏ.): କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଏଗୁଡିକ ସମାଧାନ କରାଯାଉ ନ ଥିବା ଯୋଗୁ ଅସନ୍ତୋଷ ବୃଦ୍ଧି ପାଉଛି। ଏ ନେଇ ବଇଣ୍ଡା ଗ୍ରାମବାସୀ ଶନିବାର ଏକ ଦାବିପତ୍ର ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ...
ବାନ୍ଧିପାରୁନି ବନ ବିଭାଗ
ବଇଣ୍ଡା,୨୨।୪(ପରିକ୍ଷିତ ସାହୁ) ଫାଶରେ ପଡ଼ି ଛାଟିପିଟି ହେଉଥିବା କଲରାପତରିଆକୁ ଗୁଳି କରିଥିଲେ ଶିକାରୀ। ପରେ ନଖ କାଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ୪ ମାସ ବିତିଗଲାଣି। ହେଲେ ତଦନ୍ତ ଓ ଚଢ଼ାଉରେ ସୀମିତ ରହିଛି ବନ...
ମହୁଲଗଛରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଛେଣ୍ଡିପଦା,୨୨।୪(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସାପୋଇସାହିସ୍ଥିତ କଢିବୁରୀ ନିକଟ ଏକ ମହୁଲ ଗଛରୁ ଗୁରୁବାର ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତ ଛାତ୍ର ଜଣକ ହେଲେ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ପ୍ରଥମବର୍ଷ ଛାତ୍ର...
ଚୋରା ଚାଲାଣ ବେଳେ ଚଢ଼ାଉ
ବଇଣ୍ଡା,୨୧।୪(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକସ୍ଥିତ ମହାନଦୀରୁ ଚୋରାରେ ବାଲି ଚାଲାଣ ହେଉଥିବାବେଳେ ବୁଧବାର ଠାକୁରଗଡ଼ ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ କରାଯାଇ ୫ଟି ଟିପ୍ପର ଜବତ କରାଯାଇଛି। ଏଥିସହ ଉକ୍ତ ଗାଡ଼ିଗୁଡ଼ିକରୁ ୧ଲକ୍ଷ୧୦ ହଜାର ଟଙ୍କା ଜରିମାନା...
ପୂର୍ଣ୍ଣ କ୍ଷମତାରେ ଚାଲିବ ନାଲ୍କୋ
ବଅଁରପାଳ,୨୧।୪(ଡି.ଏନ.ଏ.): ଚୁକ୍ତି ମୁତାବକ କୋଇଲା ଏମ୍ସିଏଲ୍ ଯୋଗାଣ କରୁ ନ ଥିବାରୁ ଅନୁଗୋଳ ଜିଲା ନାଲ୍କୋରେ କୋଇଲା ସଙ୍କଟ ଗୁରୁତର ହୋଇପଡ଼ିଛି। ଏପରି କି ସିପିପିରେ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ନାଲ୍କୋ କର୍ତ୍ତୃପକ୍ଷ ଓ ଶ୍ରମିକ...
ଗ୍ରୋସେରି ଦୋକାନରେ ମଦ ବିକ୍ରି
ପବିତ୍ରନଗର,୨୧।୪(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ପୋଲିସ ଗ୍ରୋସେରି ଦୋକାନରେ ମଦ ବିକ୍ରି କରୁଥିବା ଅଭିଯୋଗରେ ଗୌଣିଘଷା ଗ୍ରାମର ବିମ୍ବାଧର ସାହୁ(୫୦)ଙ୍କୁ ଗିରଫ କରିଛି। ମଙ୍ଗଳବାର ସନ୍ଧ୍ୟାରେ ସମଲ ଥାନା ଏସ୍ଆଇ କମଳାକ୍ଷ ପ୍ରସାଦ ନାୟକ ଓ ଅନ୍ୟ...
ବ୍ୟାପୁଛି ଜଙ୍ଗଲ ନିଆଁ
ଛେଣ୍ଡିପଦା,୨୧।୪(ସ୍ବ.ପ୍ର.): ହୁ ହୁ ହୋଇ ଜଳୁଛି ଜଙ୍ଗଲ। ନିଆଁର ଆଁରେ ପୋଡ଼ି ପାଉଁଶ ହୋଇଚାଲିଛି ମୂଲ୍ୟବାନ ବନ୍ୟ ସମ୍ପଦ। ବହୁ ଜୀବଜନ୍ତୁଙ୍କ ଜୀବନହାନି ଆଶଙ୍କା ମଧ୍ୟ କରାଯାଉଛି। ହେଲେ ଏହାକୁ କିପରି ଆୟତ୍ତ କରାଯିବ ସେ ଦିଗରେ ତତ୍ପରତା ପ୍ରକାଶ କରୁନି...
ହିଙ୍ଗୁଳା ଲୋକ ମହୋତ୍ସବ: ମନମୋହିଲା ଶିବ ତାଣ୍ଡବ, ଗଣେଶ ବନ୍ଦନା
ତାଳଚେର,୨୦।୪(ନି.ପ୍ର.)- ଅନୁଗୋଳ ଜିଲା ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଅବସରରେ ଚାଲିଥିବା ୧୮ତମ ଲୋକ ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଜନସମାଗମ ହେଉଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କ ପାରମ୍ପରିକ ନୃତ୍ୟ ଦର୍ଶକମାନଙ୍କୁ...
Archives


