ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ,୧୦।୫ ଅନୁଗୋଳ ଜିଲାରେ ବିଦ୍ୟୁତ୍‌ କାଟ ଓ ପାନୀୟ ଜଳ ସମସ୍ୟା ସହ ଡିଏମ୍‌ଏଫ୍‌ରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୋଧରେ ଭାଜପା ଆନ୍ଦୋଳନକୁ ଓହ୍ଲାଇବ। ଏ ସମ୍ପର୍କରେ ସୋମବାର ଜିଲା ଭାଜପା କାର୍ଯ୍ୟାଳୟଠାରେ ଜିଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୁହାଯାଇଛି, ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଦିନକୁ ୬ ଘଣ୍ଟାରୁ ଊର୍ଦ୍ଧ ସମୟ ବିଜୁଳି କାଟ ହେଉଛି। ଲୋ ଭୋଲ୍ଟେଜ଼ ସମସ୍ୟାର ସମାଧାନ କରାଯାଉ ନାହିଁ। ପିଇବା ପାଣି ପାଇଁ ଅନେକ ଅଞ୍ଚଳରେ ଲୋକମାନେ ଡହଳବିକଳ ହେଉଛନ୍ତି। କିନ୍ତୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ନାହିଁ। ସେହିପରି ଡିଏମ୍‌ଏଫ୍‌ରେ ଥିବା ହଜାର ହଜାର କୋଟି ଟଙ୍କାକୁ ବିନା ଟେଣ୍ଡରରେ ଜିଲା ପ୍ରଶାସନ ମନଇଚ୍ଛା ଖର୍ଚ୍ଚ କରି ଶାସକ ଦଳ ପାଇଁ ପାଣ୍ଠି ଯୋଗାଡ଼ କରୁଛି। ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଦି ପ୍ରସଙ୍ଗ ଉପରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ପ୍ରଶାସନ ଓ ରାଜ୍ୟ ସରକାର ଏ ସମସ୍ତ ବିଷୟ ପ୍ରତି ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଭାଜପା ରାସ୍ତାକୁ ଓହ୍ଲାଇବ ବୋଲି ସଭାପତି ପ୍ରଧାନ ଚେତାବନୀ ଦେଇଛନ୍ତି। ଏହି ବୈଠକରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ସମ୍ପାଦକ ତଥା ଜିଲା ପ୍ରଭାରୀ ସୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଭାଗୀରଥି ପ୍ରଧାନ ଓ ପ୍ରତିମା ମିଶ୍ର, ଜିଲା ଉପ ସଭାପତି ନୃସିଂହ ବରାଳ, ଅମୀୟ ତ୍ରିପାଠୀ ଓ ସୁଜାତା ଦାସ,ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦୀପ ଗଡ଼ନାୟକ, ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଓ ଦିଲୀପ ପ୍ରଧାନ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଜିଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝି, ଜିଲା ସମ୍ପାଦକ ଚିତ୍ତରଞ୍ଜନ ମେହେର ଓ ପ୍ରଭାତ ପ୍ରଧାନ, ଜିଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ମିଡିଆସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଫସିଛନ୍ତି ଛତିଶଗଡର ୩୦ ଶ୍ରମିକ

ବରଗଡ଼ ଅଫିସ୍,୪।୪- ଘାତକ କରୋନା(କୋଭିଡ୍-୧୯) ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ କଟକଣା ଲାଗୁ ହୋଇଛି। ଏଭଳି ପରିସ୍ଥିତିରେ ବରଗଡ଼କୁ କର୍ମ ଅନ୍ବେଷଣରେ...

ଧରିତ୍ରୀ ପ୍ରଭାବ: ୮୬ ଜେଲର ଭିତ୍ତିଭୂମି ପାଇଁ ୫୦କୋଟି ମଞ୍ଜୁର

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ରାଜ୍ୟରେ ଅଧିକାଂଶ ଜେଲ୍‌ରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ କରୋନା ସଂକ୍ରମଣ ଆଶଙ୍କା ରହିଛି। ଇତିମଧ୍ୟରେ ୩ ଜେଲ୍‌ରୁ ୧୦ କଏଦୀ ଆକ୍ରାନ୍ତ ହୋଇଛନ୍ତି।...

ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ : ଅଗଷ୍ଟ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ

କଟକ ଅଫିସ,୧୧।୮: ମାଟ୍ରିକ ଅଫଲାଇନ ଖାତାଦେଖା ବୁଧବାରଠାରୁ ଆରମ୍ଭ ହୋଇଛି। ୭ଟି ଜିଲାର ୯ଟି କେନ୍ଦ୍ରରେ ଖାତା ଦେଖାହେଉଛି। କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା,...

ଇସ୍ତଫାପତ୍ର ଫେରାଇବାକୁ ଅଧ୍ୟକ୍ଷଙ୍କ ଦରଖାସ୍ତ ଧମକକୁ ଡରି ଦେଇଥିଲି ଇସ୍ତଫା: ସୂର୍ଯ୍ୟନାରାୟଣ

ପୁରୁଷୋତ୍ତମପୁର, ୨୬ା୧୧ (ଡି.ଏନ.ଏ.)-ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ବ୍ୟକ୍ତିଗତ କାରଣ ଦର୍ଶାଇ ଅକ୍ଟୋବର ୨୫ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ସେ...

ଏନ୍‌ଏଚ୍‌ଆର୍‌ସିରେ ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲା

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ରହୁଥିବା ମଡେଲର ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟାକୁ ୧୩ଦିନ ବିତିଛି। ପରିବାର ଲୋକଙ୍କ ଅଭିଯୋଗ ସତ୍ତ୍ୱେ ସୌମ୍ୟଙ୍କ ପ୍ରେମିକା ଓ...

ପଡିଆରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଜଗନ୍ନାଥ ପ୍ରସାଦ,୧୭।୧୨ (ଡି.ଏନ.ଏ): ପୁଣି ଅଲୋଡା ଶିଶୁ କନ୍ୟା ଉଦ୍ଧାର। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଲାଡ଼ି ପଞ୍ଚାୟତ କାଦପ ଗ୍ରାମରେ ଏଭଳି ଘଟଣା ଦେଖିବାକୁ...

ସମ୍ବଲପୁର: ସର୍ବସାଧାରଣ ସ୍ଥାନ, ଅନୁଷ୍ଠାନରେ ଗଣେଶ ପୂଜା ବନ୍ଦ

ସମ୍ବଲପୁର,୨୦ା୮(ବ୍ୟୁରୋ)-ଚଳିତ ବର୍ଷ କରୋନା ଯୋଗୁ ଗଣେଶ ପୂଜା ଉପରେ କଟକଣା ଲଗାଯାଇଛି। ସର୍ବସାଧାରଣ ସ୍ଥାନ, ଶିକ୍ଷାନୁଷ୍ଠାନ, କ୍ଲବ ଗୁଡିକରେ ପୂଜା କରିବା ଉପରେ ରୋକ ଲଗାଯାଇଛି।...

ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ: ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟିର ଅନୁମୋଦନ

ଭୁବନେଶ୍ୱର, ୧୯।୮ (ବ୍ୟୁରୋ)-ରାଜ୍ୟରେ ୨ଲକ୍ଷ ୦୪,୦୬୯ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ସୋମବାର ଅପରାହ୍ନରେ ଖାରବେଳ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

Advertisement
Archives

Model This Week