୨ ବର୍ଷ ତିଷ୍ଠିଲାନି ୮ କୋଟିର ରାସ୍ତା
ବଇଣ୍ଡା, ୨୧।୫(ଡି.ଏନ.ଏ.) ଗ୍ରାମାଞ୍ଚଳବାସୀଙ୍କ ଗମନାଗମନ ସୁଗମ କରିବାକୁ ପ୍ରାୟ ୮କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା ରାସ୍ତା। ଏହାର ଗ୍ୟାରେଣ୍ଟି ଅବଧି ସରିନାହିଁ, ଅଥଚ ପିଚୁ ଉଠି ଶୋଚନୀୟ ହୋଇପଡ଼ିଛି ସଡ଼କ। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତରୁ ମଇମୁରା ପଞ୍ଚାୟତକୁ…
ଆଜିଠାରୁ ମାଟ୍ରିକ ଖାତାଦେଖା
ଅନୁଗୋଳ ଅଫିସ, ୨୧।୫ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଅନୁଷ୍ଠିତ ମାଟ୍ରିକ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶନିବାରଠାରୁ ଆରମ୍ଭ ହେବ। ଅନୁଗୋଳ ହାଇସ୍କୁଲ କେନ୍ଦ୍ରରେ ପୂର୍ବାହ୍ନ ୧୦ଟାରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଏହା ଅପରାହ୍ନ ୫ଟା ଯାଏ ଚାଲିବ।…
ସ୍ୱାସ୍ଥ୍ୟକେନ୍ଦ୍ରକୁ ବାଟ ଖୋଜୁଛନ୍ତି ରୋଗୀ
ଅନୁଗୋଳ ଅଫିସ, ୨୧।୫ ଅନୁଗୋଳ ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ଜିଲା ଚିକିତ୍ସାଳୟ ଭିତରକୁ ପ୍ରବେଶ କରିବାକୁ ବାଟ ଖୋଜୁଛନ୍ତି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ। କିଏ ବାଟବଣା ହୋଇ ବସ୍ଷ୍ଟାଣ୍ଡ ଆଡ଼କୁ ପଳାଉଛନ୍ତି ତ ଆଉ କିଏ ସ୍ୱାସ୍ଥ୍ୟକେନ୍ଦ୍ର ଚାରିପଟେ ଘୂରି…
ଆହୁରି ଆକର୍ଷଣୀୟ ହେବ ହିଙ୍ଗୁଳା ଯାତ୍ରା
ତାଳଚେର,୨୧।୫(ନି.ପ୍ର) ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଚଳିତବର୍ଷର ତ୍ରୁଟିବିଚ୍ୟୁତିକୁ ସଂଶୋଧନ କରି ଆସନ୍ତା ବର୍ଷ ଏହାକୁ ଆହୁରି ଜାକ୍ଜମକର ସହ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ…
ଚମକ ଭରିଛି ଚନ୍ଦନଯାତ୍ରା
ବଇଣ୍ଡା,୨୦।୫(ପରିକ୍ଷିତ ସାହୁ) ୧୯୭୭ରୁ ଆରମ୍ଭ ହୋଇଥିବା ବଇଣ୍ଡା ଚନ୍ଦନଯାତ୍ରାରେ କରୋନା ଲଗାଇଥିଲା ବ୍ରେକ୍। ୨୦୨୦ ଓ ୨୦୨୧ ମସିହାରେ ଏହି ଯାତ୍ରା କେବଳ ଠାକୁରଙ୍କ ନୀତିକାନ୍ତିରେ ସୀମିତ ରହିଥିବାରୁ ଆଠମଲ୍ଲିକ ଉପଖଣ୍ଡବାସୀ ଉତ୍ସବ ପାଳନ କରିପାରି ନ ଥିଲେ। ହେଲେ ଚଳିତବର୍ଷ…
ନିଶା କବଳରେ ଯାଯାବର ଶିଶୁ
ଅନୁଗୋଳ ଅଫିସ, ୨୦।୫ ସକାଳୁ ସନ୍ଧ୍ୟା ଯାଏ ସହରରେ ବୁଲି ଭିକ୍ଷା ମାଗୁଛନ୍ତି। ଯାହା ଯେତିକି ମିଳୁଛି, ସେହି ଟଙ୍କାରେ ଖାଦ୍ୟ ଖାଇବା ପରିବର୍ତ୍ତେ ନିଶା ସାମଗ୍ରୀ ସେବନ କରୁଛନ୍ତି ଯାଯାବର ଶିଶୁ। ବିଶେଷକରି ବିଭିନ୍ନ ସାମଗ୍ରୀ ଯୋଡ଼ିବା ପାଇଁ ଶସ୍ତାରେ…
ବର୍ଷେ ବିତିବ, ହେଲାନି ବଦଳି ବାତିଲ
ଅନୁଗୋଳ ଅଫିସ, ୧୯।୫: ସରକାରୀ ନିର୍ଦ୍ଦେଶ ପହଞ୍ଚିବାର ୫ ମାସ ପରେ ତାହାକୁ ଉଲ୍ଲଂଘନ କରି ଏନ୍ଭିବିଡିସିପି (ନ୍ୟାଶନାଲ ଭେକ୍ଟର ବୋନ୍ ଡିଜିଜ୍ କଣ୍ଟ୍ରୋଲର ପ୍ରୋଗ୍ରାମ) ମଲ୍ଟି ପରପୋଜ୍ ହେଲ୍ଥ ୱାର୍କରଙ୍କ ମଧ୍ୟରୁ କେତେଜଣଙ୍କୁ ବଦଳି କରାଗଲା। ଅନୁଗୋଳ ଜିଲା ସ୍ବାସ୍ଥ୍ୟ ପ୍ରଶାସନର…
ବ୍ୟବସାୟୀଙ୍କୁ ବଳପୂର୍ବକ ଉଠାଇଦେଲେ
ଅନୁଗୋଳ ଅଫିସ,୧୮ା୫: ଅନୁଗୋଳ ସହରର ସୌନ୍ଦର୍ଯ୍ୟକରଣ କରାଯାଇଛି। ରାସ୍ତା ପାଶର୍ବରେ ଆଲୋକୀକରଣ ହୋଇଛି। କିନ୍ତୁ ଏହି ସୌନ୍ଦର୍ଯ୍ୟକୁ ଉଠା ବ୍ୟବସାୟୀମାନେ ନଷ୍ଟ କରୁଛନ୍ତି। ଛତୁ, ଫଳ ଓ ଅନ୍ୟ ବ୍ୟବସାୟୀ ସେଠାରେ ଯାବତୀୟ ସାମଗ୍ରୀ ଗଦା କରି ଲାଇଟ୍ ଭାଙ୍ଗୁଛନ୍ତି। ସେହିଭଳି…
ପୁଣି ୧୦ ଭାଟି ଭଙ୍ଗାଗଲା
କଣିହାଁ,୧୯।୫(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ତହସିଲ ଓ ଜିଲା ଏନଫୋର୍ସମେଣ୍ଟ ସ୍କ୍ବାଡ୍ ତରଫରୁ ବେଆଇନ ଇଟାଭାଟି ଉପରେ ଚଢ଼ାଉ ଜାରି ରହିଛି। ବୁଧବାର ପରାବିଲ ଓ ଶିପୁର ରାଜସ୍ବ ସର୍କଲ ଅଞ୍ଚଳରେ ଚଢ଼ାଉ କରାଯାଇ ଅର୍କୀଳ ଗ୍ରାମରେ ଥିବା ୮ଟି ଭାଟି,…
ଦୁଃଖ ଦୂରକରୁନି ପିବିଡିଏ
ପାଲଲହଡ଼ା,୧୯।୫(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ଥିବା ଆଦିମ ଜନଜାତିଙ୍କ କଲ୍ୟାଣ ଉପରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ଦୀର୍ଘ ୩୭ ବର୍ଷ ତଳୁ ପାଉଡି ଭୂୟାଁ ଉନ୍ନୟନ କର୍ତ୍ତୃପକ୍ଷ (ପିବିଡିଏ) ଗଠନ କରାଯାଇ ଏହି ଜନଜାତି ଲୋକଙ୍କ ଜୀବନ ଜୀବିକା,…
ପୌରପାଳିକାକୁ ଚିଠି ଲେଖିଲେ କର୍ତ୍ତୃପକ୍ଷ
ଅନୁଗୋଳ ଅଫିସ,୧୯।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଛାତରୁ ଗତ ରବିବାର ବଡ଼ ଆକାରର ପଲସ୍ତରା ଖସିପଡ଼ିଥିଲା। ଏହି ଘଟଣା ପରେ ଦୁର୍ବଳ ହୋଇଯାଇଥିବା ଉକ୍ତ ଫାଟକରେ ତାଲା ପକାଇ ଦିଆଯାଇଛି। ଏଥିସହ ଘଟଣାର ଅନୁଧ୍ୟାନ କରି ଗେଟ୍…
‘ମହାତ୍ମା ବୁଦ୍ଧଙ୍କୁ ଶିକ୍ଷା ଭାବେ ଗ୍ରହଣ କର’
ବଇଣ୍ଡା,୧୮।୫(ଡି.ଏନ୍.ଏ.) – ‘ସମକାଳୀନ ଭାରତୀୟ ସମାଜରେ ଗୌତମ ବୁଦ୍ଧଙ୍କ ବାଣୀର ପ୍ରାସଙ୍ଗିକତା ରହିଛି। ତାଙ୍କୁ କେବଳ ଧର୍ମ ଭିତରେ ସୀମିତ ନ ରଖି ଶିକ୍ଷା ଭାବେ ଗ୍ରହଣ କରିପାରିଲେ ଜୀବନ ସାର୍ଥକ ହୋଇପାରିବ।’ କିଶୋରନଗର ବ୍ଲକ ଝାମ୍ପୁଲିସ୍ଥିତ ଏକ ଶିକ୍ଷାନୁଷ୍ଠାନ ପରିସରରେ…
Archives


