୩ ବିଶ୍ରାମାଗାରର ଉନ୍ନତୀକରଣ ହେଉନି

ବଅଁରପାଳ,୨୫।୫(ଡି.ଏନ.ଏ) ବଅଁରପାଳ ବଜାରରେ ଥିବା ୩ଟି ବିଶ୍ରାମାଗାର ଭଗ୍ନ ଅବସ୍ଥାରେ ରହିଛି। ଏହାକୁ ମରାମତି କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୫୫ ନଂ. ଜାତୀୟ ପଥରେ ରହିଥିବା ବଅଁରପାଳ ବସ୍‌ଷ୍ଟାଣ୍ଡ ଉପରେ ଦୈନିକ ଶତାଧିକ ଯାତ୍ରୀ ନିର୍ଭର କରନ୍ତି। ଏଠାରୁ କଟକ, ଭୁବନେଶ୍ୱର, ସମ୍ବଲପୁର, ଢେଙ୍କାନାଳ, ତାଳଚେର, ରାଉରକେଲା, ଅନୁଗୋଳ ଆଦି ସ୍ଥାନକୁ ଯିବା ପାଇଁ ଲୋକେ ବସ୍‌ ଧରିଥାନ୍ତି। ବଅଁରପାଳ, ବୁଢ଼ାପଙ୍କ, ନୂଆହତା, ଗଡସନ୍ତ୍ରୀ, ଭାଗବତପୁର, ଗୋତମରା, ସାଲଗାଡିୟା, ତାଳମୂଳ, ବଉଳିଗଡ଼ ସମେତ ଆଖପାଖ ଅଞ୍ଚଳର ଲୋକେ ଏହି ବସ୍‌ଷ୍ଟାଣ୍ଡ ଉପରେ ନିର୍ଭରଶୀଳ। ମାତ୍ର ଏହି ବଜାରରେ ଥିବା ୩ଟି ବିଶ୍ରାମାଗାର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲେ ମଧ୍ୟ ଏହାର ଉନ୍ନତୀକରଣ କରାଯାଉ ନାହିଁ। ଗୋଟିଏ ବିଶ୍ରାମାଗାର ତାଳଚେର ରାସ୍ତା ପାର୍ଶ୍ୱରେ ରହିଥିବାବେଳେ ଆଉ ଗୋଟିଏ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଓ ଅନ୍ୟଟି କୃଷି କାର୍ଯ୍ୟାଳୟ ନିକଟରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ଯାତ୍ରୀମାନେ ଖରା, ବର୍ଷା ସମୟରେ ରାସ୍ତା ପାର୍ଶ୍ୱରେ ଠିଆ ହୋଇ ଗାଡ଼ିକୁ ଅପେକ୍ଷା କରୁଛନ୍ତି। ଅନେକ ସମୟରେ ଗଛମୂଳ କିମ୍ବା କାହା ଦୋକାନ ବାରଣ୍ଡାରେ ଆଶ୍ରା ନେଉଛନ୍ତି। ପରିତ୍ୟକ୍ତ ଅବସ୍ଥାରେ ଥିବା ଉକ୍ତ ବିଶ୍ରାମାଗାରରେ ଅନେକ ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ତେଣୁ ଏହାର ଉନ୍ନତୀକରଣ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରପଡ଼ାରେ ଏମ୍‌ସିସି ନିର୍ମାଣକୁ ବିରୋଧ ଜାରି:ସଚେତନ କରି ନ ପାରି ଫେରିଲେ ପୌର କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୪।୧୨-ଅନୁଗୋଳ ପୌରାଞ୍ଚଳର ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ନିର୍ମାଣ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟି ସେଣ୍ଟର(ଏମ୍‌ସିସି)କୁ ବିରୋଧ ଜାରି ରହିଛି। ଉପଜିଲାପାଳଙ୍କ କାର୍ଯ୍ୟାଳୟରେ...

ଉଦ୍‌ଘାଟିତ ହେଲା ନାଲ୍‌କୋ ଭୀମ ଭୋଇ ବାଟିକା:ସୌନ୍ଦର୍ଯ୍ୟ ବଢ଼ାଇଲା ଟ୍ରାଇବାଲ୍‌ ମ୍ୟୁଜିୟମ୍‌

ହେଲା ନାଲ୍‌କୋ ଭୀମ ଭୋଇ ବାଟିକା ସୌନ୍ଦର୍ଯ୍ୟ ବଢ଼ାଇଲା ଟ୍ରାଇବାଲ୍‌ ମ୍ୟୁଜିୟମ୍‌ ବଅଁରପାଳ, ୧୩।୮- ନାଲ୍‌କୋ ସେଣ୍ଟ୍ରାଲ ମାର୍କେଟ ଟାଉନଶିପ କଲୋନୀର ୩ ନମ୍ବର ଫାଟକ...

ଗାଧୋଇବା ବେଳେ ବୁଡ଼ିଗଲେ, ଜଣେ ମୃତ

ଛେଣ୍ଡିପଦା, ୯।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ଦୋଳବନ୍ଧ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ଶନିବାର ମୃତ୍ୟୁ ଘଟିଛି। ମୃତକ...

ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା: କାରକୁ ଟାଣି ନେଲା ମ୍ୟାଗନେଟ

ବଅଁରପାଳ,୫।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ ସ୍ମେଲଟର ପ୍ଲାଣ୍ଟର ପଟ୍‌ଲାଇନ୍‌ ଏ ଓ ବି ମଧ୍ୟସ୍ଥଳରେ ମଙ୍ଗଳବାର ସକାଳେ ଜଣେ ଠିକାଦାରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମ୍ପୃକ୍ତ...

ହକ୍‌ ମାଗିଲେ କଳାକାର

କଣିହାଁ, ୭।୩(ଡି.ଏନ୍‌.ଏ.) – କଣିହାଁ ବ୍ଲକ କଳାସଂସ୍କୃତି ସଂଘର ଏକ ବୈଠକ ରବିବାର ଗହମ ଆମ୍ବତୋଟାରେ ଅନୁଷ୍ଠିତ ହୋଇଛି। ସଂଘ ସଭାପତି ନବଘନ ସାମଲ ଏଥିରେ...

ସୁଧାର ଆଣିପାରିବ ସଚେତନତା

ଛେଣ୍ଡିପଦା, ୨୩।୧୧ (ସ୍ବ.ପ୍ର.): ବଢ଼ୁଛି ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରି। ଖାଉଟିଙ୍କ ସ୍ବାସ୍ଥ୍ୟ ସହ ଖେଳୁଛନ୍ତି ଲାଭଖୋର ବ୍ୟବସାୟୀ। ମାପ ଓଜନରେ ମଧ୍ୟ ଠକାଯାଉଛି ଗ୍ରାହକଙ୍କୁ। ଏପରି...

ବଜାର ରାସ୍ତାରେ ବଢ଼ୁଛି ଟ୍ରାଫିକ ଅବ୍ୟବସ୍ଥା

ଅନୁଗୋଳ ଅଫିସ,୨ା୯: ଅନୁଗୋଳ ବଜାର ରାସ୍ତାରେ ବଢ଼ୁଛି ଟ୍ରାଫିକ ଅବ୍ୟବସ୍ଥା। ଦୈନିକ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍‌ ରହୁଥିବାରୁ ଯାତାୟାତକାରୀଙ୍କ ସହ ବଜାର ଆସୁଥିବା...

ନାଲ୍‌କୋ କଲୋନିରେ ଜବରଦଖଲ

ବଅଁରପାଳ,୨୫ା୪(ଡି.ଏନ.ଏ.):  ନବରତ୍ନପ୍ରାପ୍ତ ଅନୁଗୋଳ ଜିଲା ନାଲ୍‌କୋ ପ୍ଲାଣ୍ଟର କାର୍ଯ୍ୟରତ କର୍ମଚାରୀମାନଙ୍କ ରହିବା ନିମନ୍ତେ ଟାଉନଶିପ୍‌ରେ ରହିଛି ନାଲ୍‌କୋ କଲୋନି। ଏଠାରେ ୫ ହଜାରରୁ ଅଧିକ କର୍ମଚାରୀ ରହୁଛନ୍ତି।...

Advertisement
Archives

Model This Week