ଅନୁଗୋଳ

ଜାମୁକୋଳି ଖାଇବାକୁ ଯାଇ ଚାଲିଗଲା ବାଳକଙ୍କ ଜୀବନ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ରଞ୍ଜନ କୁମାର ମାଝିଙ୍କ ୧୦ ବର୍ଷର ପୁଅ ନିରାକାର ସାଙ୍ଗମାନଙ୍କ ସହ ଜାମୁକୋଳି ଖାଇବାକୁ ଯାଇଥିଲେ। ପରେ ଗ୍ରାମ ନିକଟରେ ଥିବା ଜିରାବାହାଳି…

ବନ୍ଧୁଙ୍କ ମୃତ୍ୟୁ ଖବର ପାଇ ଦେଖିବାକୁ ଯାଇଥିଲେ, ୨ ମହିଳା ପାଲଟିଲେ ଶବ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଅନୁଗୋଳ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ପିଆଜ ବୋଝେଇ ଟ୍ରକ ସହ ଅଟୋ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ମହିଳା ଯାତ୍ରୀଙ୍କର ମୃତ୍ୟୁ…

ଯସ୍ମିତା, ସରୋଜିନୀ ବିଜୟୀ

ବଅଁରପାଳ/ କଣିହାଁ,୨୯।୫(ଡି.ଏନ.ଏ.): ବଅଁରପାଳ ବ୍ଲକ ସାନ କେରେଜଙ୍ଗ ପଞ୍ଚାୟତରେ ଶୁକ୍ରବାର ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସମିତି ସଭ୍ୟ ଭାବେ ଯସ୍ମିତା ପ୍ରଧାନ ବିଜୟୀ ହୋଇଛନ୍ତି। ପଞ୍ଚାୟତର ମୋଟ୍‌ ୩୫୪୦ ଜଣ ଭୋଟରଙ୍କ ମଧ୍ୟରୁ ୨୫୪୮…

ଶହୀଦ୍‌ଙ୍କ ମା’ବାପାଙ୍କୁ ସମ୍ବର୍ଦ୍ଧନା

ବଇଣ୍ଡା,୨୯।୫(ଡି.ଏନ.ଏ.): ଦେଶ ପାଇଁ ଜୀବନ ଦେଇ ଶହୀଦ୍‌ ହୋଇଥିବା ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଙ୍ଗପଡା ଗ୍ରାମର ଦେବାଶିଷ ସେଠୀଙ୍କ ମାତା ପିତାଙ୍କୁ ରାଜ୍ୟ ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଶନିବାର କଟକସ୍ଥିତ ପୋଲିସ ମୁଖ୍ୟାଳୟଠାରେ ଡିଜି ସୁନୀଲ ବଂଶଲ ଶହୀଦ…

ଫଳ ବଜାରରେ ପ୍ରବଳ ଭିଡ଼

ଅନୁଗୋଳ ଅଫିସ,୨୯।୫: ଦିନକ ପରେ ସାବିତ୍ରୀ ବ୍ରତ। ତେଣୁ ଅନୁଗୋଳରେ ଲୁଗା ଦୋକାନଠାରୁ ଆରମ୍ଭ କରି ଫଳ ବେପାର ଜୋର୍‌ ଧରିଛି। ବିଶେଷକରି ସକାଳ ୭ଟାରୁ ୧୦ଟା ଓ ଅପରାହ୍ନରୁ ରାତି ଯାଏ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଟାଣ ଖରା…

ଗୋଟିଏ କୋଠରିରେ ୨ ଶ୍ରେଣୀ

ବଇଣ୍ଡା,୨୮।୫(ଡି.ଏନ.ଏ.) ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ। ଏହି କାରଣରୁ ଗୋଟିଏ କୋଠରିରେ ୨ଟି ଶ୍ରେଣୀର ପିଲାଙ୍କୁ ବସିବାକୁ ପଡ଼ୁଛି। ଏଥିସହ ଶିକ୍ଷକ ଅଭାବ ସମସ୍ୟା ମଧ୍ୟ ରହିଛି। ଏ ନେଇ ଦୀର୍ଘ ୪ ବର୍ଷ ହେଲା ପ୍ରଶାସନର ଦୃଷ୍ଟି…

ରଥ ନିର୍ମାଣ ସାମଗ୍ରୀର ଅନୁଧ୍ୟାନ କରାଯିବ

ତାଳଚେର,୨୮।୫(ନି.ପ୍ର.) ତାଳଚେରର ପ୍ରସିଦ୍ଧ ରଥଯାତ୍ରା ପାଳନ କରିବା ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା କମିଟି ସଭାପତି ତଥା ଉପଜିଲାପାଳ ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଢେଙ୍କାନାଳ ଏମ୍‌ପି ମହେଶ…

ଅଟୋ ଉପରେ ପଡ଼ିଲା ଗଛ: ଚାଲିଗଲା ମହିଳାଙ୍କ ଜୀବନ

ଖମାର,୨୭।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅଧୀନ ବାଲିପଶି ଗ୍ରାମ ନିକଟ ୧୪୯ ନଂ. ଜାତୀୟ ରାଜପଥରେ ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ଚଳନ୍ତା ଅଟୋ ଉପରେ ରାସ୍ତା କଡରେ ଥିବା ଏକ ଗଛ ପଡି ଦୁର୍ଘଟଣା ଘଟିଛି।…

କୋଇଲା ଚୋରା କାରବାରରେ କୋଟିପତି ହୋମଗାର୍ଡ

ଅନୁଗୋଳ ଅଫିସ,୨୭ା୫: ପୋଲିସ ଚାକିରିକୁ ଢାଲ କରି କୋଇଲା ଚୋରା କାରବାର କରୁଥିବା କଟକ ଜିଲା ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦ କୁମାର ସାହୁଙ୍କୁ ଗିରଫ କରାଯାଇଛି। ଅନୁଗୋଳ ଜିଲା ନିଶା ଥାନା ପୋଲିସ ବୁଧବାର ରାତିରେ ତାଙ୍କୁ ଉଠାଇ ଆଣିଥିବା…

୧୫ ଭରି ସୁନା, ନଗଦ ଟଙ୍କା ନେଇଗଲେ ଦୁର୍ବୃତ୍ତ

ତାଳଚେର,୨୬।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକର ବିଭିନ୍ନ ଥାନା ଅଞ୍ଚଳରେ ଘନ ଘନ ଚୋରି, ଲୁଟ୍‌ ଓ ଅସାମାଜିକଙ୍କ ଦୌରାତ୍ମ୍ୟ ଲୋକଙ୍କ ଚିନ୍ତାର କାରଣ ହୋଇଛି। ଗତ କିଛି ମାସ ହେଲା ଚୋରି ଘଟଣା ବଢ଼ିବାରେ ଲାଗିଥିଲେ…

ବିପଦ ଜଳ ଜଳ, ବଦଳାଯାଉନି

ବଅଁରପାଳ,୨୬।୫ (ଡି.ଏନ.ଏ.): କେଉଁଠି ବିଦ୍ୟୁତ୍‌ ଖୁଣ୍ଟର ମୂଳ ନଷ୍ଟ ହୋଇଗଲାଣି ତ ଆଉ କେଉଁଠି ଖୁଣ୍ଟ ବାଙ୍କି ଗଲାଣି। ଅନେକ ସ୍ଥାନରେ ନିର୍ଦ୍ଧାରିତ ଉଚ୍ଚତାଠାରୁ ତଳକୁ ଓହଳି ରହିଛି ଏଲ୍‌ଟି ଲାଇନ ତାର। ସାମାନ୍ୟ ବର୍ଷା ପବନ ହେଲେ ବାରମ୍ବାର ଛିଣ୍ଡିଯାଉଛି ତାର।…

ଦିନକରେ କଟାଗଲା ୨୭୭ ଚାଲାଣ

ଅନୁଗୋଳ ଅଫିସ, ୨୬।୫: ଅନୁଗୋଳ ଜିଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଜାତୀୟ ରାଜପଥ ହେଉ କି ରାଜ୍ୟ ରାଜପଥ, ଦୈନିକ ଦୁର୍ଘଟଣାରେ ଏକାଧିକ ଲୋକଙ୍କ ଜୀବନହାନି ଘଟୁଛି। ସଡ଼କ ସୁରକ୍ଷା ନିୟମ ପାଳନ କରାଯାଉ ନ ଥିବାରୁ ଦୁର୍ଘଟଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri