ପରିତ୍ୟକ୍ତ ଖଣି ଅଞ୍ଚଳରେ ଖେଳିବ ସବୁଜିମା

ଅନୁଗୋଳ ଅଫିସ, ୫।୬: ଖଣିଜ ଖନନ ପରେ ପରିତ୍ୟକ୍ତ ହୋଇପଡ଼ୁଥିବା ଅନୁଗୋଳର ଖଣି ଅଞ୍ଚଳରେ ଖେଳିବ ସବୁଜିମା। ଦୁର୍ଘଟଣା ଆଶଙ୍କାରେ ସେଠାକୁ ଯାଉ ନ ଥିବା ଲୋକଙ୍କ ପାଇଁ ଆକର୍ଷଣୀୟ ସାଜିବ ଉକ୍ତ ସବୁଜ ପରିବେଶ। ଜିଲାରେ ନିଶ୍ଚିହ୍ନ ହୋଇଯାଉଥିବା ଜଳଉତ୍ସଗୁଡ଼ିକର ହେବ ପୁନରୁଦ୍ଧାର। ରିସାଇକେଲ ହବ୍‌ ଜରିଆରେ ପ୍ଲାଷ୍ଟିକ ଓ ଇ-ଓ୍ବେଷ୍ଟକୁ ପୁନଃ ବ୍ୟବହାରଯୋଗ୍ୟ କରାଯିବ। ପ୍ରଦୂଷଣ ବଳୟରେ ଥିବା ଅନୁଗୋଳ ଜିଲାର ପରିବେଶକୁ ମୁକ୍ତ ଓ ସୁସ୍ଥ କରିବା ଦିଗରେ ଏପରି ଏକ ପ୍ରୟାସ କରିବାକୁ ଯାଉଛି ଜିଲା ପ୍ରଶାସନ। ଆଇଆଇଟି କାନପୁରର ଆର୍ଥ ସାଇନ୍ସ ବିଭାଗ ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ପରାମର୍ଶଦାତା ଭାବେ କାର୍ଯ୍ୟ କରିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଖଣି ଖାଦାନରେ ପରିପୂର୍ଣ୍ଣ ଶିଳ୍ପ ଜିଲା ଅନୁଗୋଳର ପାଣି ପବନ ବିଷାକ୍ତ ହେବାରେ ଲାଗିଛି। ବିଶେଷକରି ତାଳଚେର ଓ କଣିହଁା ଅଞ୍ଚଳରେ ପ୍ରଦୂଷଣର ମାତ୍ରା ବଢ଼ି ବଢ଼ି ଚାଲିଛି। କୋଇଲା ଖଣିର ଧୂଳି ଧୂଆଁ ଓ ବିଦ୍ୟୁତ୍‌ ପ୍ରକଳ୍ପରୁ ନିର୍ଗତ ପାଉଁଶ ଯୋଗୁ ଏଠାକାର ଲୋକେ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି। ସେହିପରି ଜିଲାର ବିଭିନ୍ନ ଅଞ୍ଚଳରେ ଥିବା ସରକାରୀ ଓ ଘରୋଇ ଉଦ୍ୟୋଗଗୁଡ଼ିକରୁ ବାହାରୁଥିବା ବର୍ଜ୍ୟ ପରିବେଶକୁ ବିଗାଡ଼ି ଦେଉଥିବାବେଳେ ନୂଆ ବାସସ୍ଥାନ ନିର୍ମାଣରେ ଲାଗିପଡ଼ିଥିବା ଜନସାଧାରଣ ପୁରୁଣା ପ୍ଲାଷ୍ଟିକ, ଇଲେକ୍ଟ୍ରୋନିକ୍ସ ଓ ଅନ୍ୟାନ୍ୟ ସାମଗ୍ରୀର ଆବର୍ଜନା ଠୁଳ କରି ପ୍ରଦୂଷଣର ସ୍ତର ବୃଦ୍ଧି କରିବାରେ ଲାଗିଛନ୍ତି। ଏସବୁ କାରଣରୁ ଜିଲାରେ ଥିବା ବହୁ ନଦୀ, ନାଳ ଓ ପୋଖରୀ ପରି ଜଳଉତ୍ସଗୁଡ଼ିକ ବିଷାକ୍ତ ହୋଇପଡ଼ୁଛି। ଦୀର୍ଘଦିନ ଧରି ଅବ୍ୟବହୃତ କାରଣରୁ ଏଥିରୁ କେତୋଟି ଜଳଉତ୍ସ ନିଶ୍ଚିହ୍ନ ହେବାରେ ଲାଗିଛି। ଏହା ଜିଲାର ଜୈବ ବିବିଧତାକୁ ଗଭୀର ଭାବେ ପ୍ରଭାବିତ କରୁଥିବାରୁ ଅନୁଗୋଳର ପାଣି ପବନକୁ ପ୍ରଦୂଷଣମୁକ୍ତ କରିବା ଦିଗରେ ଆଇଆଇଟି କାନପୁର ସହ ମିଶି ପ୍ରଚେଷ୍ଟା ଆରମ୍ଭ କରିଛି ଜିଲା ପ୍ରଶାସନ। ପ୍ରସ୍ତୁତ ହେଉଥିବା ବ୍ଲୁ ପ୍ରିଣ୍ଟ ଅନୁଯାୟୀ ଖନନ ପରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଖଣି ଖାଦାନ ଅଞ୍ଚଳକୁ ବୃକ୍ଷରୋପଣ ପାଇଁ ପ୍ରସ୍ତୁତ କରାଯିବ। ଆଗାମୀ କିଛି ବର୍ଷ ମଧ୍ୟରେ ଏହାକୁ ସବୁଜିମାରେ ଭରିଦିଆଯିବ। ଏହା ଯେପରି ଲୋକଙ୍କ ବ୍ୟବହାରରେ ଲାଗିପାରିବ ସେହିପରି ଭାବେ ଆକର୍ଷଣୀୟ କରାଯିବ। ନିଶ୍ଚିହ୍ନ ହୋଇଯାଉଥିବା ଜଳଉତ୍ସର ପୁନରୁଦ୍ଧାର ସହ ଅବ୍ୟବହୃତ ପୋଖରୀଗୁଡ଼ିକୁ ବ୍ୟବହାରଯୋଗ୍ୟ କରାଯିବ। ତାଳଚେର ଓ କଣିହଁାରେ ଭୂତଳ ଜଳସ୍ତର ହ୍ରାସର ପ୍ରତିକାର ବ୍ୟବସ୍ଥା ହେବ। ଦୂଷିତ ହେଉଥିବା ନଦୀ, ନାଳ ଓ ସତ୍ୟବାଦୀ ସାଗର ପାଣିକୁ ପରିଷ୍କାର କରାଯିବ। ମୃତ୍ତିକା ପ୍ରଦୂଷଣ ରୋକିବାକୁ ପ୍ଲାଷ୍ଟିକ ଓ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟକୁ ରିସାଇକେଲ ହବ୍‌ ଜରିଆରେ ପୁଣିଥରେ ବ୍ୟବହାର ଉପଯୋଗୀ କରାଯିବ। ଏହାକୁ କିପରି ସରକାରୀ ଓ ବ୍ୟକ୍ତିଗତ ନିର୍ମାଣରେ ବ୍ୟବହାର କରାଯାଇପାରିବ ସେ ନେଇ ବ୍ୟବସ୍ଥା ହେବ। ଏହି ବ୍ଲୁ ପ୍ରିଣ୍ଟ ନେଇ ଜିଲାରେ ଥିବା ଶିଳ୍ପ ସଂସ୍ଥା ଓ ବିଭାଗୀୟ ଅଧିକାରୀମାନଙ୍କ ପରାମର୍ଶ ଲୋଡ଼ାଯିବ। ସେମାନଙ୍କ ପରାମର୍ଶ ମିଳିବା ପରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇ ଆଇଆଇଟି କାନପୁରର ଆର୍ଥ ସାଇନ୍ସ ବିଭାଗ ଜରିଆରେ ସମସ୍ତ ଯୋଜନାକୁ ବାସ୍ତବ ରୂପ ଦିଆଯିବ।

ପ୍ରଦୂଷଣ ମାତ୍ରା ନିଶ୍ଚିତ କମିବ
ଅନୁଗୋଳକୁ ପ୍ରଦୂଷଣମୁକ୍ତ ଜିଲା ଭାବେ ଗଢ଼ି ତୋଳିବାକୁ ଆଇଆଇଟି କାନପୁର ସହ ମିଶି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି। ଏହା କାର୍ଯ୍ୟକାରୀ ହେବା ପରେ ଜିଲାରେ ପ୍ରଦୂଷଣ ମାତ୍ରା ନିଶ୍ଚିତ ଭାବେ ହ୍ରାସ ପାଇବ। ସମୂର୍ଣ୍ଣ ନ ହେଲେ ମଧ୍ୟ ପ୍ରଦୂଷଣକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସଫଳତା ମିଳିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ

ଫଳପ୍ରଦ ପ୍ଲାନ ପ୍ରସ୍ତୁତ ହେବ
ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏଥିପାଇଁ ସର୍ଭେ କରାଯିବ। କେଉଁ ସ୍ଥାନର କିଭଳି ଭାବେ ପୁନରୁଦ୍ଧାର ହେବ, ସେ ନେଇ ଏକ ଫଳପ୍ରଦ ପ୍ଲାନ ପ୍ରସ୍ତୁତ କରାଯିବ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ।
-ପ୍ରଫେସର ରାଜୀବ ସିହ୍ନା, ଆଇଆଇଟି କାନପୁର

ସମସ୍ତଙ୍କ ଆନ୍ତରିକ ଉଦ୍ୟମ ରହୁ
ଯୋଜନା ଅତି ସୁନ୍ଦର। ଏହାଛଡ଼ା ବୈଷୟିକ ଅନୁଷ୍ଠାନର ହସ୍ତକ୍ଷେପ ରହିଥିବାରୁ ଏହା ସଫଳ ହେବ। ହେଲେ ଏ ନେଇ ସମସ୍ତଙ୍କ ଆନ୍ତରିକ ଉଦ୍ୟମ ରହିବା ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ଅନୁଗୋଳ ଜିଲାରେ ମାତ୍ର ଗୋଟିଏ ଖଣି ବନ୍ଦ ହୋଇଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଗଲେ ଭଲ।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ୍‌

ସ୍ବଚ୍ଛତାର ସହ କାର୍ଯ୍ୟ କରାଯାଉ
ଜଳାଶୟ ପୁନରୁଦ୍ଧାର ଏବଂ ଆର୍ଦ୍ରଭୂମି ସଂରକ୍ଷଣ ନେଇ ଅନୁଗୋଳ ଜିଲା ପ୍ରଶାସନର ଯୋଜନା ନିଶ୍ଚିନ୍ତ ସ୍ବାଗତଯୋଗ୍ୟ। ସ୍ବଚ୍ଛତା ଓ ଯୋଜନା ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହା ସଫଳ ହେବା ସହ ଲୋକାଭିମୁଖୀ ହୋଇପାରିବ।
-ସୁବ୍ରତ କୁମାର ପ୍ରଧାନ, ପରିବେଶବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri