ରୂପାନ୍ତରଣରେ ସାମିଲ ହେଲା ୫୦ ବିଦ୍ୟାଳୟ

ଅନୁଗୋଳ ଅଫିସ, ୪।୬ ଅନୁଗୋଳ ଜିଲାର ୫୦ଟି ବିଦ୍ୟାଳୟ ଶୁକ୍ରବାର ୫-ଟି ରୂପାନ୍ତରଣରେ ସାମିଲ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ ୧୪୦ ବିଦ୍ୟାଳୟ ଏହି ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ଅବଶିଷ୍ଟ ବିଦ୍ୟାଳୟ ଗୁଡ଼ିକ ଖୁବ୍‌ଶୀଘ୍ର ରୂପାନ୍ତରଣ କରାଯିବ। ନୂଆକରି ସାମିଲ ହୋଇଥିବା ବିଦ୍ୟାଳୟ ମଧ୍ୟରେ ଅନୁଗୋଳ ବ୍ଲକରୁ ୧୬ଟି, ବଅଁରପାଳରୁ ୫, ଛେଣ୍ଡିପଦାରୁ ୧, ଆଠମଲ୍ଲିକରୁ ୩, କିଶୋରନଗରରୁ ୧, କଣିହାଁରୁ ୩, ପାଲଲହଡ଼ାରୁ ୧୮ ଓ ତାଳଚେରରୁ ୩ଟି ବିଦ୍ୟାଳୟ ରହିଛି।
ଅନୁଗୋଳ ପିଟିସି ହାଇସ୍କୁଲଠାରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ ଏହି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବିଦ୍ୟାଳୟଗୁଡ଼ିକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍କୁଲ କେବଳ ନୂଆ ରୂପ ନେଇନାହିଁ, ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ କହିଥିଲେ, ସରକାରୀ ବିଦ୍ୟାଳୟରେ ଏବେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ବଢ଼ିବାରେ ଲାଗିଛି। ତେଣୁ ୨୦ ପିଲାରୁ କମ୍‌ ଥିବା ବିଦ୍ୟାଳୟ ବନ୍ଦ ନ କରିବା ଦିଗରେ ସରକାର ବିଚାର କରନ୍ତୁ। ଉଚ୍ଚ ବିଦ୍ୟାଳୟ ପରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର କିଭଳି ଉନ୍ନତି ହେବ ଓ ଉପାନ୍ତ ଅଞ୍ଚଳରେ ଥିବା ଅଭିଭାବକଙ୍କୁ ସଚେତନ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ପିଟିସି ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର ବିଷ୍ଣୁ ପ୍ରସାଦ ଚଇନି ସ୍ମାର୍ଟ ସ୍କୁଲରେ ମିଳୁଥିବା ସୁବିଧା ସମ୍ପର୍କିତ ଅଭିଜ୍ଞତା ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଅତି ସୁନ୍ଦର ଭାବେ ନିଜର ଅଭିଜ୍ଞତା ବାଣ୍ଟିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ। ଭବିଷ୍ୟତରେ ବଡ଼ ହୋଇ ସେ ଡାକ୍ତର ହେବେ ବୋଲି ଚଇନି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଉପସ୍ଥିତ ଶିକ୍ଷକମାନେ କହିଥିଲେ, ରୂପାନ୍ତରଣ ହୋଇଥିବା ସ୍କୁଲ କେବଳ ସ୍ମାର୍ଟ ହୋଇଛି ତାହା ନୁହେଁ, ବରଂ ଆମ ପିଲା, ଶିକ୍ଷକ ଓ ପରିବେଶ ସ୍ମାର୍ଟ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧ୍ୟକ୍ଷତା କରିଥିବାବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ସାଏ, ପାଲଲହଡ଼ା ବିଧାୟକ ମୁକେଶ ପାଳ, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ଅଗସ୍ତି ବେହେରା, ଅନୁଗୋଳ ଜିଲା ପରିଷଦ ସଭାପତି ବବିତା ପ୍ରଧାନ ପ୍ରମୁଖଙ୍କ ସହ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରୂପାନ୍ତରଣରେ ସାମିଲ ହୋଇଥିବା ଆଠମଲ୍ଲିକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ କରିବାକୁ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ବେଳେ ସର୍ବଶିକ୍ଷା ଅଭିଯାନର କନିଷ୍ଠ ଯନ୍ତ୍ରୀ ସୁଧାକର ପ୍ରଧାନ, ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ରମାନେ ସ୍କୁଲରେ ଉପସ୍ଥିତ ଥିଲେ। ସେହିପରି ବଅଁରପାଳସ୍ଥିତ ଦିବ୍ୟଦର୍ଶନ ହାଇସ୍କୁଲ ଏହି ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ଅତିଥି ଭାବେ ବ୍ଲକ କନିଷ୍ଠ ଯନ୍ତ୍ରୀ ରୋଜଲିନୀ ବାରିକ, ସରପଞ୍ଚ ସବିତା ମହାଳିକ ଯୋଗ ଦେଇଥଲେ। ପ୍ରଧାନଶିକ୍ଷକ ଗନ୍ଧର୍ବ ଚରଣ ଦାସ, ସଞ୍ଜୟ ସାହୁ, ମିଥୁନ ସାହୁ ଓ ସ୍କୁଲର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି ଛେଣ୍ଡିପଦାର କୋଶଳା ହାଇସ୍କୁଲ ଏହି ରୂପାନ୍ତରଣରେ ସାମିଲ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ୧୬ନଂ ଜୋନ୍‌ ଜିଲାପରିଷଦ ସଦସ୍ୟ ପ୍ରଦୀପ କୁମାର ସାହୁ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କୋଶଳା ସରପଞ୍ଚ ଉଦିତ କୁମାର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କମାର ପ୍ରଧାନ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ଅଜିତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଭାଲେଣ୍ଟିନା ଦାସ, ଶିକ୍ଷକ ଗିରିଶ ଚନ୍ଦ୍ର ସାହୁ ଓ ରୋଜାଲିନ ଗଡନାୟକ, ସୁଜିତ କୁମାର ବିଶ୍ୱାଳ, ଯୁଗଳ କିଶୋର ଭୋଇ, ଶ୍ରାବଣୀ କବି, ଶ୍ରୀନିବାସ ସେଠୀ, ଧନଞ୍ଜୟ ମହାନ୍ତି, କୁମୁଦିନୀ ବରାଡ, କର୍ମଚାରୀ ବାବାଜୀ ସାହୁ ଓ ଶ୍ରୀଧର ବେହେରା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri