ରୂପାନ୍ତରଣରେ ସାମିଲ ହେଲା ୫୦ ବିଦ୍ୟାଳୟ

ଅନୁଗୋଳ ଅଫିସ, ୪।୬ ଅନୁଗୋଳ ଜିଲାର ୫୦ଟି ବିଦ୍ୟାଳୟ ଶୁକ୍ରବାର ୫-ଟି ରୂପାନ୍ତରଣରେ ସାମିଲ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ ୧୪୦ ବିଦ୍ୟାଳୟ ଏହି ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ଅବଶିଷ୍ଟ ବିଦ୍ୟାଳୟ ଗୁଡ଼ିକ ଖୁବ୍‌ଶୀଘ୍ର ରୂପାନ୍ତରଣ କରାଯିବ। ନୂଆକରି ସାମିଲ ହୋଇଥିବା ବିଦ୍ୟାଳୟ ମଧ୍ୟରେ ଅନୁଗୋଳ ବ୍ଲକରୁ ୧୬ଟି, ବଅଁରପାଳରୁ ୫, ଛେଣ୍ଡିପଦାରୁ ୧, ଆଠମଲ୍ଲିକରୁ ୩, କିଶୋରନଗରରୁ ୧, କଣିହାଁରୁ ୩, ପାଲଲହଡ଼ାରୁ ୧୮ ଓ ତାଳଚେରରୁ ୩ଟି ବିଦ୍ୟାଳୟ ରହିଛି।
ଅନୁଗୋଳ ପିଟିସି ହାଇସ୍କୁଲଠାରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ ଏହି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବିଦ୍ୟାଳୟଗୁଡ଼ିକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍କୁଲ କେବଳ ନୂଆ ରୂପ ନେଇନାହିଁ, ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ କହିଥିଲେ, ସରକାରୀ ବିଦ୍ୟାଳୟରେ ଏବେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ବଢ଼ିବାରେ ଲାଗିଛି। ତେଣୁ ୨୦ ପିଲାରୁ କମ୍‌ ଥିବା ବିଦ୍ୟାଳୟ ବନ୍ଦ ନ କରିବା ଦିଗରେ ସରକାର ବିଚାର କରନ୍ତୁ। ଉଚ୍ଚ ବିଦ୍ୟାଳୟ ପରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର କିଭଳି ଉନ୍ନତି ହେବ ଓ ଉପାନ୍ତ ଅଞ୍ଚଳରେ ଥିବା ଅଭିଭାବକଙ୍କୁ ସଚେତନ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ପିଟିସି ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର ବିଷ୍ଣୁ ପ୍ରସାଦ ଚଇନି ସ୍ମାର୍ଟ ସ୍କୁଲରେ ମିଳୁଥିବା ସୁବିଧା ସମ୍ପର୍କିତ ଅଭିଜ୍ଞତା ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଅତି ସୁନ୍ଦର ଭାବେ ନିଜର ଅଭିଜ୍ଞତା ବାଣ୍ଟିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ। ଭବିଷ୍ୟତରେ ବଡ଼ ହୋଇ ସେ ଡାକ୍ତର ହେବେ ବୋଲି ଚଇନି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଉପସ୍ଥିତ ଶିକ୍ଷକମାନେ କହିଥିଲେ, ରୂପାନ୍ତରଣ ହୋଇଥିବା ସ୍କୁଲ କେବଳ ସ୍ମାର୍ଟ ହୋଇଛି ତାହା ନୁହେଁ, ବରଂ ଆମ ପିଲା, ଶିକ୍ଷକ ଓ ପରିବେଶ ସ୍ମାର୍ଟ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧ୍ୟକ୍ଷତା କରିଥିବାବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ସାଏ, ପାଲଲହଡ଼ା ବିଧାୟକ ମୁକେଶ ପାଳ, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ଅଗସ୍ତି ବେହେରା, ଅନୁଗୋଳ ଜିଲା ପରିଷଦ ସଭାପତି ବବିତା ପ୍ରଧାନ ପ୍ରମୁଖଙ୍କ ସହ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରୂପାନ୍ତରଣରେ ସାମିଲ ହୋଇଥିବା ଆଠମଲ୍ଲିକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ କରିବାକୁ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ବେଳେ ସର୍ବଶିକ୍ଷା ଅଭିଯାନର କନିଷ୍ଠ ଯନ୍ତ୍ରୀ ସୁଧାକର ପ୍ରଧାନ, ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ରମାନେ ସ୍କୁଲରେ ଉପସ୍ଥିତ ଥିଲେ। ସେହିପରି ବଅଁରପାଳସ୍ଥିତ ଦିବ୍ୟଦର୍ଶନ ହାଇସ୍କୁଲ ଏହି ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ଅତିଥି ଭାବେ ବ୍ଲକ କନିଷ୍ଠ ଯନ୍ତ୍ରୀ ରୋଜଲିନୀ ବାରିକ, ସରପଞ୍ଚ ସବିତା ମହାଳିକ ଯୋଗ ଦେଇଥଲେ। ପ୍ରଧାନଶିକ୍ଷକ ଗନ୍ଧର୍ବ ଚରଣ ଦାସ, ସଞ୍ଜୟ ସାହୁ, ମିଥୁନ ସାହୁ ଓ ସ୍କୁଲର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି ଛେଣ୍ଡିପଦାର କୋଶଳା ହାଇସ୍କୁଲ ଏହି ରୂପାନ୍ତରଣରେ ସାମିଲ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ୧୬ନଂ ଜୋନ୍‌ ଜିଲାପରିଷଦ ସଦସ୍ୟ ପ୍ରଦୀପ କୁମାର ସାହୁ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କୋଶଳା ସରପଞ୍ଚ ଉଦିତ କୁମାର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କମାର ପ୍ରଧାନ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ଅଜିତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଭାଲେଣ୍ଟିନା ଦାସ, ଶିକ୍ଷକ ଗିରିଶ ଚନ୍ଦ୍ର ସାହୁ ଓ ରୋଜାଲିନ ଗଡନାୟକ, ସୁଜିତ କୁମାର ବିଶ୍ୱାଳ, ଯୁଗଳ କିଶୋର ଭୋଇ, ଶ୍ରାବଣୀ କବି, ଶ୍ରୀନିବାସ ସେଠୀ, ଧନଞ୍ଜୟ ମହାନ୍ତି, କୁମୁଦିନୀ ବରାଡ, କର୍ମଚାରୀ ବାବାଜୀ ସାହୁ ଓ ଶ୍ରୀଧର ବେହେରା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri