ଦୂର ହେବ ପାର୍କିଂ, ଚୋରି ଚିନ୍ତା

ଅନୁଗୋଳ ଅଫିସ,୪।୬ ରାସ୍ତାପାର୍ଶ୍ୱ କି ଘର ସମ୍ମୁଖରେ ଆଉ ପାର୍କିଂ ହେବନି ଟ୍ରକ୍‌। ଚୋରି ହେବନି ପରିବହନ ସାମଗ୍ରୀ, ଯନ୍ତ୍ରାଂଶ କିମ୍ବା ଗାଡ଼ି। ରାଜପଥରେ ଦେଖାଦେବନି ଅଯଥା ଟ୍ରାଫିକ ସମସ୍ୟା। ଦୈନିକ ଘଟୁଥିବା ଟ୍ରକ୍‌ଜନିତ ଦୁର୍ଘଟଣା ସଂଖ୍ୟା ମଧ୍ୟ ହ୍ରାସ ପାଇବ। ଅନୁଗୋଳ ଜିଲାର ଟ୍ରକ୍‌ ମାଲିକ ଓ ଚାଳକମାନଙ୍କୁ ଏପରି ବଡ଼ଧରଣର ଆଶ୍ୱସ୍ତି ଦେବାକୁ ଯାଉଛି ଜିଲା ପ୍ରଶାସନ। କାରଣ ଅନୁଗୋଳର ଶାବଳଭଙ୍ଗା ଓ ଛେଣ୍ଡିପଦାର କତଡ଼ାଠାରେ ୨ଟି ଅତ୍ୟାଧୁନିକ ଟ୍ରକ୍‌ ଟର୍ମିନାଲ ନିର୍ମାଣର ନିଷ୍ପତ୍ତି ହୋଇଛି। ଏ ନେଇ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ କରାଯାଇଛି। ଏହି ନିର୍ମାଣ କାର୍ଯ୍ୟ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ)ଙ୍କ ଦ୍ୱାରା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଶିଳ୍ପରେ ପରିପୂର୍ଣ୍ଣ ଅନୁଗୋଳ ଜିଲାରେ ସହସ୍ରାଧିକ ଟ୍ରକ୍‌ ରହିଛି। ଦୈନିକ ରାଜ୍ୟ ବାହାରୁ ଅନେକ ଟ୍ରକ୍‌ ଯାତାୟାତ କରୁଥିବା ବେଳେ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ସହ ଅନ୍ୟ ରାଜପଥଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟକ ଟ୍ରକ୍‌ ମାଲ୍‌ ପରିବହନ କରୁଛି। ଫଳରେ ପାର୍କିଂ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏତେ ସଂଖ୍ୟକ ଟ୍ରକ୍‌ ରଖିବାକୁ ଉପଯୁକ୍ତ ରହଣିସ୍ଥଳ ନ ଥିବାରୁ ଟ୍ରକ୍‌ ମାଲିକ ଓ ଚାଳକମାନେ ବିଭିନ୍ନ ରାସ୍ତା ପାର୍ଶ୍ୱରେ ପାର୍କିଂ କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ରାଜପଥରେ ଟ୍ରାଫିକ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ବୃଦ୍ଧି ପାଉଛି। ଅନେକ ସମୟରେ ପାର୍କିଂ ହୋଇଥିବା ଗାଡ଼ିରୁ ପରିବହନ ସାମଗ୍ରୀ, ଯନ୍ତ୍ରାଂଶ ଚୋରି କରାଯାଉଛି। ବେଳେବେଳେ ଦୁର୍ବୃତ୍ତମାନେ ଚାଳକଙ୍କୁ ଆକ୍ରମଣ କରି ଟ୍ରକ୍‌ ମଧ୍ୟ ଲୁଟି ନେଉଥିବା ଦେଖାଯାଉଛି। ତେଣୁ ଏସବୁ ସମସ୍ୟାକୁ ନେଇ ଗାଡ଼ି ମାଲିକ ଓ ଚାଳକମାନେ ସର୍ବଦା ଚିନ୍ତାରେ ରହୁଥିବା ବେଳେ ଟ୍ରାଫିକ ଓ ଦୁର୍ଘଟଣା ହ୍ରାସ ପ୍ରଶାସନ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରି ଆସିଛି। ତେଣୁ ଅନୁଗୋଳରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ପରି ଟ୍ରକ୍‌ ଟର୍ମିନାଲର ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରଥମ ପର୍ଯ୍ୟାୟରେ ଜିଲାରେ ୨ଟି ଟ୍ରକ୍‌ ଟର୍ମିନାଲ କରାଯିବାକୁ ସ୍ଥିର କରାଯାଇଛି। ସେଥିରୁ ଅନୁଗୋଳ ଶରଧାପୁର ନିକଟସ୍ଥ ଶାବଳଭଙ୍ଗା ଠାରେ ୪.୯୮ ଏକର ଜାଗାରେ ଗୋଟିଏ ଓ ଅନ୍ୟଟି ଛେଣ୍ଡିପଦା ବ୍ଲକ କତଡ଼ା ଠାରେ ୭ ଏକର ଜାଗାରେ କରାଯିବାର ଯୋଜନା ହୋଇଛି। ଏ ନେଇ ଜମି ଚିହ୍ନଟ କାର୍ଯ୍ୟ କରାଯାଇଥିବା ବେଳେ ଅନୁଗୋଳ ଟ୍ରକ୍‌ ଟର୍ମିନାଲକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୋହର ମାରି ସାରିଛନ୍ତି। ଅନୁଗୋଳ ପରିବହନ ବିଭାଗ, ତହସିଲଦାର, ଆର୍‌ଆଇ ଓ ଅନୁଗୋଳ ଟ୍ରକ୍‌ ମାଲିକ ସଂଘ ଶାବଳଭଙ୍ଗାରେ ଚିହ୍ନଟ କରିଥିବା ଜାଗାରେ ୪ଶହରୁ ଊର୍ଦ୍ଧ୍ୱ ଟ୍ରକ୍‌ ପାର୍କିଂ କରାଯାଇପାରିବ। ସେହିଭଳି ଛେଣ୍ଡିପଦାର କତଡ଼ାଠାରେ ଟର୍ମିନାଲ ଜାଗା ଚିହ୍ନଟ ସମ୍ପର୍କିତ ଚୂଡ଼ାନ୍ତ ଫାଇଲ ଆର୍‌ଡିସିଙ୍କ ନିକଟକୁ ପଠାଯିବ ବୋଲି ସୂଚନା ମିଳିଛି। ଏଠାରେ ସ୍ଥାନୀୟ ଟ୍ରକ୍‌ ମାଲିକଙ୍କ ଗାଡ଼ି ସହ ରାଜପଥରେ ଯାତାୟାତ କରୁଥିବା ଟ୍ରକ୍‌ଗୁଡ଼ିକ ରହିବାର ବ୍ୟବସ୍ଥା କରାଯିବ। ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ଟ୍ରକ୍‌ଗୁଡ଼ିକୁ ଏଠାରେ ରଖି ଚାଳକ ଓ ହେଲପର ବିଶ୍ରାମ ନେବେ। ଏହାହେଲେ ଟ୍ରକ୍‌ଗୁଡ଼ିକ ସୁରକ୍ଷିତ ରହିବା ସହ ପାର୍କିଂ ପାଇଁ କୌଣସି ସମସ୍ୟା ହେବ ନାହିଁ। ଦୁର୍ଘଟଣା ରୋକାଯିବା ସହ ଟ୍ରକ୍‌ ପାର୍କିଂକୁ ନେଇ ବିଭିନ୍ନ ସମୟରେ ଉଠୁଥିବା ସମସ୍ୟା ଆଉ ରହିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଟର୍ମିନାଲ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରାଯିବ। ଏଠାରେ ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି ବିଶ୍ରାମ ଗୃହ, ଆମୋଦପ୍ରମୋଦ ଗୃହ, ସେଲୁନ୍‌, ଗ୍ୟାରେଜ୍‌ ଆଦି ରହିବ। ମାଲିକମାନେ ଟ୍ରକ୍‌ଗୁଡ଼ିକର ପଞ୍ଜୀକରଣ କରିବା ପରେ ଟର୍ମିନାଲରେ ପାର୍କିଂ ପାଇଁ ଅନୁମତି ପ୍ରଦାନ କରାଯିବ। ତେବେ ଟର୍ମିନାଲର ରୂପରେଖ କିଭଳି ହେବ, ତାହା ଏସ୍‌ଟିଏର ଅନୁମୋଦନ ପରେ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri