ଦୂର ହେବ ପାର୍କିଂ, ଚୋରି ଚିନ୍ତା

ଅନୁଗୋଳ ଅଫିସ,୪।୬ ରାସ୍ତାପାର୍ଶ୍ୱ କି ଘର ସମ୍ମୁଖରେ ଆଉ ପାର୍କିଂ ହେବନି ଟ୍ରକ୍‌। ଚୋରି ହେବନି ପରିବହନ ସାମଗ୍ରୀ, ଯନ୍ତ୍ରାଂଶ କିମ୍ବା ଗାଡ଼ି। ରାଜପଥରେ ଦେଖାଦେବନି ଅଯଥା ଟ୍ରାଫିକ ସମସ୍ୟା। ଦୈନିକ ଘଟୁଥିବା ଟ୍ରକ୍‌ଜନିତ ଦୁର୍ଘଟଣା ସଂଖ୍ୟା ମଧ୍ୟ ହ୍ରାସ ପାଇବ। ଅନୁଗୋଳ ଜିଲାର ଟ୍ରକ୍‌ ମାଲିକ ଓ ଚାଳକମାନଙ୍କୁ ଏପରି ବଡ଼ଧରଣର ଆଶ୍ୱସ୍ତି ଦେବାକୁ ଯାଉଛି ଜିଲା ପ୍ରଶାସନ। କାରଣ ଅନୁଗୋଳର ଶାବଳଭଙ୍ଗା ଓ ଛେଣ୍ଡିପଦାର କତଡ଼ାଠାରେ ୨ଟି ଅତ୍ୟାଧୁନିକ ଟ୍ରକ୍‌ ଟର୍ମିନାଲ ନିର୍ମାଣର ନିଷ୍ପତ୍ତି ହୋଇଛି। ଏ ନେଇ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ କରାଯାଇଛି। ଏହି ନିର୍ମାଣ କାର୍ଯ୍ୟ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ)ଙ୍କ ଦ୍ୱାରା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଶିଳ୍ପରେ ପରିପୂର୍ଣ୍ଣ ଅନୁଗୋଳ ଜିଲାରେ ସହସ୍ରାଧିକ ଟ୍ରକ୍‌ ରହିଛି। ଦୈନିକ ରାଜ୍ୟ ବାହାରୁ ଅନେକ ଟ୍ରକ୍‌ ଯାତାୟାତ କରୁଥିବା ବେଳେ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ସହ ଅନ୍ୟ ରାଜପଥଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟକ ଟ୍ରକ୍‌ ମାଲ୍‌ ପରିବହନ କରୁଛି। ଫଳରେ ପାର୍କିଂ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏତେ ସଂଖ୍ୟକ ଟ୍ରକ୍‌ ରଖିବାକୁ ଉପଯୁକ୍ତ ରହଣିସ୍ଥଳ ନ ଥିବାରୁ ଟ୍ରକ୍‌ ମାଲିକ ଓ ଚାଳକମାନେ ବିଭିନ୍ନ ରାସ୍ତା ପାର୍ଶ୍ୱରେ ପାର୍କିଂ କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ରାଜପଥରେ ଟ୍ରାଫିକ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ବୃଦ୍ଧି ପାଉଛି। ଅନେକ ସମୟରେ ପାର୍କିଂ ହୋଇଥିବା ଗାଡ଼ିରୁ ପରିବହନ ସାମଗ୍ରୀ, ଯନ୍ତ୍ରାଂଶ ଚୋରି କରାଯାଉଛି। ବେଳେବେଳେ ଦୁର୍ବୃତ୍ତମାନେ ଚାଳକଙ୍କୁ ଆକ୍ରମଣ କରି ଟ୍ରକ୍‌ ମଧ୍ୟ ଲୁଟି ନେଉଥିବା ଦେଖାଯାଉଛି। ତେଣୁ ଏସବୁ ସମସ୍ୟାକୁ ନେଇ ଗାଡ଼ି ମାଲିକ ଓ ଚାଳକମାନେ ସର୍ବଦା ଚିନ୍ତାରେ ରହୁଥିବା ବେଳେ ଟ୍ରାଫିକ ଓ ଦୁର୍ଘଟଣା ହ୍ରାସ ପ୍ରଶାସନ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରି ଆସିଛି। ତେଣୁ ଅନୁଗୋଳରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ପରି ଟ୍ରକ୍‌ ଟର୍ମିନାଲର ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରଥମ ପର୍ଯ୍ୟାୟରେ ଜିଲାରେ ୨ଟି ଟ୍ରକ୍‌ ଟର୍ମିନାଲ କରାଯିବାକୁ ସ୍ଥିର କରାଯାଇଛି। ସେଥିରୁ ଅନୁଗୋଳ ଶରଧାପୁର ନିକଟସ୍ଥ ଶାବଳଭଙ୍ଗା ଠାରେ ୪.୯୮ ଏକର ଜାଗାରେ ଗୋଟିଏ ଓ ଅନ୍ୟଟି ଛେଣ୍ଡିପଦା ବ୍ଲକ କତଡ଼ା ଠାରେ ୭ ଏକର ଜାଗାରେ କରାଯିବାର ଯୋଜନା ହୋଇଛି। ଏ ନେଇ ଜମି ଚିହ୍ନଟ କାର୍ଯ୍ୟ କରାଯାଇଥିବା ବେଳେ ଅନୁଗୋଳ ଟ୍ରକ୍‌ ଟର୍ମିନାଲକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୋହର ମାରି ସାରିଛନ୍ତି। ଅନୁଗୋଳ ପରିବହନ ବିଭାଗ, ତହସିଲଦାର, ଆର୍‌ଆଇ ଓ ଅନୁଗୋଳ ଟ୍ରକ୍‌ ମାଲିକ ସଂଘ ଶାବଳଭଙ୍ଗାରେ ଚିହ୍ନଟ କରିଥିବା ଜାଗାରେ ୪ଶହରୁ ଊର୍ଦ୍ଧ୍ୱ ଟ୍ରକ୍‌ ପାର୍କିଂ କରାଯାଇପାରିବ। ସେହିଭଳି ଛେଣ୍ଡିପଦାର କତଡ଼ାଠାରେ ଟର୍ମିନାଲ ଜାଗା ଚିହ୍ନଟ ସମ୍ପର୍କିତ ଚୂଡ଼ାନ୍ତ ଫାଇଲ ଆର୍‌ଡିସିଙ୍କ ନିକଟକୁ ପଠାଯିବ ବୋଲି ସୂଚନା ମିଳିଛି। ଏଠାରେ ସ୍ଥାନୀୟ ଟ୍ରକ୍‌ ମାଲିକଙ୍କ ଗାଡ଼ି ସହ ରାଜପଥରେ ଯାତାୟାତ କରୁଥିବା ଟ୍ରକ୍‌ଗୁଡ଼ିକ ରହିବାର ବ୍ୟବସ୍ଥା କରାଯିବ। ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ଟ୍ରକ୍‌ଗୁଡ଼ିକୁ ଏଠାରେ ରଖି ଚାଳକ ଓ ହେଲପର ବିଶ୍ରାମ ନେବେ। ଏହାହେଲେ ଟ୍ରକ୍‌ଗୁଡ଼ିକ ସୁରକ୍ଷିତ ରହିବା ସହ ପାର୍କିଂ ପାଇଁ କୌଣସି ସମସ୍ୟା ହେବ ନାହିଁ। ଦୁର୍ଘଟଣା ରୋକାଯିବା ସହ ଟ୍ରକ୍‌ ପାର୍କିଂକୁ ନେଇ ବିଭିନ୍ନ ସମୟରେ ଉଠୁଥିବା ସମସ୍ୟା ଆଉ ରହିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଟର୍ମିନାଲ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରାଯିବ। ଏଠାରେ ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି ବିଶ୍ରାମ ଗୃହ, ଆମୋଦପ୍ରମୋଦ ଗୃହ, ସେଲୁନ୍‌, ଗ୍ୟାରେଜ୍‌ ଆଦି ରହିବ। ମାଲିକମାନେ ଟ୍ରକ୍‌ଗୁଡ଼ିକର ପଞ୍ଜୀକରଣ କରିବା ପରେ ଟର୍ମିନାଲରେ ପାର୍କିଂ ପାଇଁ ଅନୁମତି ପ୍ରଦାନ କରାଯିବ। ତେବେ ଟର୍ମିନାଲର ରୂପରେଖ କିଭଳି ହେବ, ତାହା ଏସ୍‌ଟିଏର ଅନୁମୋଦନ ପରେ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri