ଦୀର୍ଘ ବର୍ଷ ହେଲା ଦୟନୀୟ
ଛେଣ୍ଡିପଦା, ୨୩ା୮ (ଡି.ଏନ.ଏ.): ମୂଲକୁ ନ ଗଲେ ମିଳେନି ଦାନା। ସେଥିପାଇଁ ମୁଣ୍ଡ ଉପରେ ଥିବା ଛପରର ହୋଇପାରୁନି ମରାମତି। ବିପଦ ଜାଣି ବି ଭଙ୍ଗା ଦଦରା ଘରେ ନେଉଛନ୍ତି ଆଶ୍ରୟ। ଦୀର୍ଘବର୍ଷ ହେଲା ଜରିପାଲ ତଳେ ଦୟନୀୟ ଅବସ୍ଥାରେ ବିତୁଛି…
ଅବହେଳା ନ କରିବାକୁ ତାଗିଦ
ଅନୁଗୋଳ ଅଫିସ,୨୩ା୮: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଦେଶ ଅନୁଯାୟୀ ସ୍ବଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରକାଶନ ନିମନ୍ତେ ଗତ ୧ ତାରିଖଠାରୁ ଆଧାର ନମ୍ବର ପଞ୍ଜୀକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଅନୁଗୋଳ ଉପଜିଲାପାଳ ତଥା ନିର୍ବାଚନ…
ରେଙ୍ଗାଳିରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ
କଣିହା,୨୨।୮(ଡି.ଏନ୍.ଏ.): ଅନୁଗୋଳ ରେଙ୍ଗାଳି ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ସୋମବାର ଛଡ଼ାଯାଇଛି। ଡ୍ୟାମର କେବଳ ଗୋଟିଏ ଗେଟ (୮ ନଂ.)ଖୋଲା ଯାଇଛି । ୮ ନମ୍ବର ଗେଟ ଦେଇ ବନ୍ୟାଜଳ ତଳମୁଣ୍ଡକୁ ଛଡା ଯାଉଛି। ଡ୍ୟାମର ଜଳ ଧାରଣା କ୍ଷମତା ୧୨୩.୫୦…
ପୁରୁଣାପାଣି ପୋଲରୁ ଉଠିଗଲା କଂକ୍ରିଟ୍
ବଇଣ୍ଡା,୨୨।୮(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣବର୍ଷାର ପ୍ରଭାବ ପଡ଼ିଛି ଅନୁଗୋଳ ଜିଲାରେ। ଜଳସ୍ରୋତରେ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଦେଉଳସାହିରୁ ପୁରୁଣାପାଣି ଗ୍ରାମକୁ ସଂଯୋଗ କରୁଥିବା ପୁରୁଣାପାଣି ପୋଲ ସଂଲଗ୍ନ ରାସ୍ତାରୁ କଂକ୍ରିଟ୍ ଉଠିଯାଇଛି। ସ୍ଥିତି ଏପରି ହୋଇଛି ଯେ, ଯାନବାହନ ଚଳାଚଳ…
ରେଙ୍ଗାଳି ଡ୍ୟାମ୍ରେ ଜଳସ୍ତର ବୃଦ୍ଧି
କଣିହାଁ,୨୨।୮ (ଡି.ଏନ.ଏ.): ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୪ ମିଟର। ଖବରଲେଖା ସୁଦ୍ଧା ପାଣି ୧୨୦ ମିଟର ପାର୍ କରିଛି। ୧୨୧…
ପାଣି ଘେରରେ ବାଗଡ଼ିଆ ଉଚ୍ଚ ବିଦ୍ୟାଳୟ
ଛେଣ୍ଡିପଦା,୨୧।୮(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକରେ ଗତ ୨ ଦିନ ମଧ୍ୟରେ ୧୩୩.୧ ମିଲିମିଟର ବର୍ଷା ହେବା ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଏପରି କି ବାଗଡିଆ ଉଚ୍ଚ ବିଦ୍ୟାଳୟ ୩ ଫୁଟ ପାଣି ଘେରରେ ରହିଛି। ରୋଷେଇ ଘର…
ବ୍ରିଜ୍ରୁ ନଦୀକୁ ଡେଇଁପଡିଲେ ଯୁବତୀ
କଣିହାଁ,୨୦।୮(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ବ୍ରାହ୍ମଣୀ ନଦୀରେ ଥିବା ସମଲ ବ୍ୟାରେଜଠାରେ ଶନିବାର ବ୍ରିଜ୍ ଉପରୁ ନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ…
ଏମ୍ସିଏଲ୍କୁ ଶୀର୍ଷ ସମ୍ମାନ
ତାଳଚେର, ୨୦ା୮(ନି.ପ୍ର.): ୨୦୨୧-୨୨ ବର୍ଷରେ ଉତ୍ପାଦନ, ଗୁଣବତ୍ତା ଓ ସୁରକ୍ଷା ଶ୍ରେଣୀରେ ମହାନଦୀ କୋଲ୍ଫିଲଡସ୍ ଲିମିଟେଡ (ଏମ୍ସିଏଲ୍) ପ୍ରଥମ ପୁରସ୍କାର ହାସଲ କରି କୋଇଲା ମନ୍ତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛି। ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏମ୍ସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା…
ରାଶନ ବଣ୍ଟନରେ ଅନିୟମିତତା ଅଭିଯୋଗ
ଛେଣ୍ଡିପଦା,୨୦ା୮ (ସ୍ବ.ପ୍ର.): ଛେଣ୍ତିପଦା ବ୍ଲକ ପାତ୍ରପଡା ପଞ୍ଚାୟତର ରାଇପାଳ ଗ୍ରାମରେ ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବସୀ ଶୁକ୍ରବାର ବ୍ଲକ ଘେରାଉ କରିବା ସହିତ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଦର୍ଶାଯାଇଛି, ରାଶନ ପ୍ରଦାନରେ…
ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ାଇଲା ଲଘୁଚାପ
ଅନୁଗୋଳ ଅଫିସ/ ଆଠମଲ୍ଲିକ, ୨୦ା୮: ଅନୁଗୋଳ ଜିଲାରେ ବନ୍ୟା ପାଣି ହ୍ରାସ ହେଉଥିବାବେଳେ ଶୁକ୍ରବାର ଲଗାଣ ବର୍ଷା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ବିଶେଷକରି ଅନୁଗୋଳ ବ୍ଲକ ଅଞ୍ଚଳରେ ୧୩୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାରୁ ଦିନ ତମାମ ବହୁ…
ସୁଧୁରୁଛି ବନ୍ୟା ସ୍ଥିତି
ଅନୁଗୋଳ ଅଫିସ,୧୯ା୮: ଅନୁଗୋଳ ଜିଲାରେ ବନ୍ୟାସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ମହାନଦୀରେ ଜଳସ୍ତର ହ୍ରାସ ପାଉଥିବାରୁ ଅନୁଗୋଳ ଓ ଆଠମଲ୍ଲିକ ବ୍ଲକରେ ବନ୍ୟାପାଣି ଗୁରୁବାର କମୁଥିବା ଦେଖିବାକୁ ମିଳିଛି। କିନ୍ତୁ ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା କମିନାହିଁ। ବହୁ ଅଞ୍ଚଳ ପାଣି ଘେରରେ…
ପଥର ଭରସାରେ ୫ବର୍ଷ
ବଇଣ୍ଡା,୧୯ା୮(ଡି.ଏନ.ଏ.): ବର୍ଷା ହେଲେ ବ୍ରିଜ୍ ଉପରେ ପ୍ରବାହିତ ହେଉଛି ପାଣି। କ୍ଷତିଗ୍ରସ୍ତ ହେଉଛି ୨୭ ବର୍ଷର ପୁରୁଣା ପୋଲ। ବର୍ତ୍ତମାନ ସ୍ଥିତି ଏପରି ଯେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାକୁ ଚାଲିଆସିଛି ଉକ୍ତ ବ୍ରିଜ୍। ୫ ବର୍ଷ ହେଲା ଧୋଇଚାଲିଥିବାରୁ ଆଉ ପୂର୍ବପରି…
Archives


