ବିଦ୍ୟାଳୟ ନିର୍ମାଣ କାମ ଅତି ନିମ୍ନମାନର

ବଇଣ୍ଡା,୨୯।୮(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସ ଜମିରେ ନିର୍ମାଣ ହେଉଥିବା କିଶୋରଗଞ୍ଜ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ବଇଣ୍ଡା ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସାରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ଘଟଣା ସ୍ଥଳକୁ ଆସି କାମ ବନ୍ଦ କରିଥିବା ଜଣାପଡିଛି।
୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ଯୋଗୁ ଏହି ବିଦ୍ୟାଳୟ ଭଙ୍ଗାଯାଇଥିଲା। ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟଠାରେ ଥିବା ଜାଗାରେ ନୂତନ ଶ୍ରେଣୀଗୃହ ନିର୍ମାଣ କରାଯାଉଛି। ହେଲେ ଉକ୍ତ କାମ ନିମ୍ନମାନର ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଶ୍ରେଣୀ ଗୃହ ପାଇଁ ୧ କୋଟି ୬୫ ଲକ୍ଷ ୬୪ ହଜାର ୧୩୨ ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଅକ୍ଟୋବର ୨୦୨୧ରେ ଉକ୍ତ କାମ ଆରମ୍ଭ ହୋଇଥିଲା। ଆରମ୍ଭରୁ କାମ ନିମ୍ନମାନର ହେଉଥିବା ଯୋଗୁ ଗ୍ରାମବାସୀଙ୍କ ବିରୋଧ ପରେ ନଭେମ୍ବର ୨୦୨୧ରେ କାମ ବନ୍ଦ ହୋଇଥିଲା। ପରେ ଜୁନ ୨୦୨୨ରୁ ପୁନର୍ବାର କାର୍ଯ୍ୟ ଆରମ୍ଭ ହୋଇଛି। ତଥାପି ନିମ୍ନମାନର କାମ ହେଉଛି। ଠିକ୍‌ ଭାବେ ରଡ଼ ଲଗାଯାଉ ନ ଥିବାବେଳେ ଠିକ୍‌ ଅନୁପାତରେ ସିମେଣ୍ଟ ଦିଆଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀମାନେ ଶ୍ରେଣୀ ଗୃହ କାର୍ଯ୍ୟ ତଦାରଖ କରୁ ନ ଥିବାରୁ ଅତି ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଗ୍ରାମବାସୀ ୩୦।୭।୨୦୨୨ ରେ ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଶୁକ୍ରବାର ଗ୍ରାମବାସୀ କାମ ତଦାରଖ କରିବାକୁ ଯାଇଥିବାବେଳେ କୌଣସି ଅଧିକାରୀ ଉପସ୍ଥିତ ନ ଥିଲେ। ଏହାର ସୁଯୋଗରେ ଠିକାସଂସ୍ଥା କର୍ମଚାରୀ ନିମ୍ନମାନର କାମ କରୁଥିବା ଦେଖିବାକୁ ପାଇଥିଲେ। ଶନିବାର ଜିଲାପାଳଙ୍କଠାରେ ଅଭିଯୋଗ କରାଯିବା ପରେ ବିଭାଗ ପକ୍ଷରୁ ଉକ୍ତ କାମକୁ ବନ୍ଦ କରିଦିଆଯାଇଛି। ବିଦ୍ୟାଳୟ ନିର୍ମାଣ କରୁଥିବା ଠିକାସଂସ୍ଥା ସହ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଏଭଳି କାମ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାମ ଠିକ୍‌ ଭାବେ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମ ସମ୍ପାଦକ ଜିତେନ୍ଦ୍ର ବେହେରା, ଭଗବାନ ଘିୱାଲା, ରମାକାନ୍ତ ବେହେରା, ମାନସ ସାହୁ, ପରିକ୍ଷିତ ସାହୁ, ଅରବିନ୍ଦ ସାହୁ, ରାଜେନ୍ଦ୍ର ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁଧାକର ପ୍ରଧାନ କୁହନ୍ତି, ନିମ୍ନମାନର କାମ ହେଉଥିବା ଅଭିଯୋଗ ପାଇବା ପରେ କାର୍ଯ୍ୟ ବନ୍ଦ କରାଯାଉଛି। ତଦନ୍ତ ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ବରଗଡ଼-ଭେଡ଼େନ କେନାଲ: ବାଲିବସ୍ତା ପ୍ୟାଚଅପ୍‌କୁ ବାଉଁଶ ବାଡ଼ ଭରସା

ବରଗଡ଼,୨୭।୬(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କେନାଲ ପାଣି ଛଡ଼ାଯାଇ ନାହିଁ। ଅନ୍ୟପଟେ ବରଗଡ଼-ଭେଡ଼େନ କେନାଲର ଥୁକ୍‌ପାଲିସ୍‌ ମରାମତି ଚାଲିଛି। କେନାଲ ପାର୍ଶ୍ୱରେ ବାଲିବସ୍ତା,…

India vs Ireland: ଦ୍ୱିତୀୟ ଟି-୨୦ରେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ? ଲଜ୍ଜାଜନକ ପରାଜୟ ପରେ ବଢ଼ିଲା ଅଭିଯୋଗ

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଦଳ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ହାରିଗଲା, ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ନ ଦେବା ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନାର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୯,୫୦୦ ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୭ା୬(ସୁନିତ୍‌ ମିଶ୍ର):ପୂର୍ବ ଭାରତରେ ଶିଳ୍ପାୟନର ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ଏବଂ ଆଞ୍ଚଳିକ ସହଯୋଗ ମାଧ୍ୟମରେ ସନ୍ତୁଳିତ ଅଭିବୃଦ୍ଧି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଇସ୍ରାଏଲ-ଲେବାନନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଉପରେ ସହମତି; ହେଜବୋଲକୁ ନେଇ ଚେତାବନୀ ଦେଲେ ନେତାନ୍ୟାହୁ

ଜେରୁଜେଲମ,୨୭।୬: ଇସ୍ରାଏଲ ଏବଂ ହେଜବୋଲା ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ବନ୍ଦ କରିବା ପାଇଁ ଦିନ ଦିନ ଧରି ଆଲୋଚନା ପରେ, ଇସ୍ରାଏଲ ଏବଂ ଲେବାନନ ଶୁକ୍ରବାର ୱାଶିଂଟନରେ…

ଟେକ୍ସାସରେ ମିଳିଲା ୧୯୦ ବର୍ଷ ପୁରୁଣା ଲୁହା କମାଣ ଗୋଳା

ସାନ୍‌ ଆଣ୍ଟୋନିଓ (ଟେକ୍ସାସ),୨୭ା୬:ଆମେରିକାର ଟେକ୍ସାସ ପ୍ରଦେଶରେ ଥିବା ପ୍ରସିଦ୍ଧ ‘ଆଲାମୋ’ ଐତିହାସିକ ସ୍ଥଳରୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ଅକ୍ଷତ ଲୁହା କମାଣ ଗୋଳା (କ୍ୟାନନ୍‌ବଲ୍‌) ପାଇଛନ୍ତି। ଏହା ୧୮୩୬…

ପ୍ରବଳ ବର୍ଷା ସମ୍ଭାବନା: ୪୦ରୁ ୫୦ କିମି ବେଗରେ ବହିବ ପବନ, ଏସବୁ ଜିଲାରେ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୬(ବନ୍ଦନା ସେଠୀ):ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗରେ ସେପରି କିଛି ବିଶେଷ ପରିବର୍ତ୍ତନ ନ ଥିବା…

ପୁଣି ମୁହାଁମୁହିଁ ହେଲେ ଆମେରିକା-ଇରାନ: ବଡ଼ ଆକ୍ରମଣ କଲା ଓ୍ବାଶିଂଟନ୍‌

ତେହରାନ,୨୭।୬:ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଆମେରିକା ଇରାନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲା। ହର୍ମୁଜ…

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri