କେଁ ପୂରାଇଛି ଠିକା ସଂସ୍ଥା: ଆବଶ୍ୟକତା ବେଳେ ଉପଲବ୍ଧ ହେଉନି ୧୦୮

ବଇଣ୍ଡା, ୨୫ା୮ : ନିଃଶୁଳ୍କ ହୋଇଥିବାରୁ ୧୦୮ ଆମ୍ବୁଲାନ୍ସ ଉପରେ ବଢ଼ୁଛି ନିର୍ଭରଶୀଳତା। ତତ୍କାଳ ସେବା ମଧ୍ୟ ଦେଉଛି ସନ୍ତୋଷ। ହେଲେ ଅନୁଗୋଳ ଜିଲା କିଶୋରନଗରରେ କେଁ ପୂରାଇଛି ଠିକା ସଂସ୍ଥା। ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସହ ସଲାସୁତୁରା କରି କିଶୋରନଗରରେ ଥିବା ଆମ୍ବୁଲାନ୍ସକୁ ଠିକା ସଂସ୍ଥା ପଡ଼ୋଶୀ ଜିଲାକୁ ପଠାଇ ଦେଇଥିବା ଅଭିଯୋଗ ହେଉଛି। ଫଳରେ ଆବଶ୍ୟକତା ବେଳେ କିଶୋରନଗର ଅଞ୍ଚଳବାସୀଙ୍କ ନିକଟରେ ଠିକ୍‌ ସମୟରେ ଉପଲବ୍ଧ ହେଉନି ଏହି ଜରୁରୀ ସେବା। ଏହାକୁ ନେଇ ତେଜିବାରେ ଲାଗିଛି ଜନଅସନ୍ତୋଷ।

ବାମୁର ଗ୍ରାମବାସୀ କହିଛନ୍ତି, ୨୦୧୭ ମସିହାରେ କିଶୋରନଗର ବ୍ଲକକୁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ସେଥିରୁ ଗୋଟିଏ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଓ ଅନ୍ୟଟି କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିଲା। କିନ୍ତୁ କର୍ମଚାରୀଙ୍କ ରହଣିରେ ଅସୁବିଧା ହେବାରୁ କିଶୋରନଗର ସ୍ବାସ୍ଥ୍ୟକେନ୍ଦ୍ରରୁ ଉକ୍ତ ଆମ୍ବୁଲାନ୍ସକୁ ୨୦୧୮ରେ ବାମୁର ମହାତ୍ମା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ନିକଟରେ ରଖାଯାଇଥିଲା। ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଟ୍ରଷ୍ଟ ପକ୍ଷରୁ ଘର ଯୋଗାଇ ଦିଆଯାଇଥିଲା। ଫଳରେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ୧୬ ପଞ୍ଚାୟତବାସୀ ଆବଶ୍ୟକତା ବେଳେ ତତ୍କାଳ ସେବା ପାଇପାରୁଥିଲେ। ହେଲେ ଉକ୍ତ ଆମ୍ବୁଲାନ୍ସଟି ଅଚଳ ହୋଇପଡିଥିଲେ ମଧ୍ୟ ଦାୟିତ୍ୱରେ ଥିବା ଠିକାସଂସ୍ଥା ମରାମତି କରି ନ ଥିଲା। ଦୀର୍ଘଦିନ ଧରି ତାହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିବା ପରେ ୨୦୨୧ ମସିହାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଶୋରନଗର ଅଞ୍ଚଳ ପାଇଁ ଏକ ନୂଆ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। କିନ୍ତୁ ଠିକା ସଂସ୍ଥା କାହାକୁ କିଛି ନ ଜଣାଇ ଗତ ମେ ମାସରୁ ଉକ୍ତ ଆମ୍ବୁଲାନ୍ସକୁ ପଡ଼ୋଶୀ ଜିଲାକୁ ପଠାଇ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରି କି ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସହ ସଲାସୁତୁରା କରିଥିବା ଠିକା ସଂସ୍ଥା ଏହାକୁ ଅଞ୍ଚଳବାସୀଙ୍କ ନିକଟରେ ଏଯାଏ ଗୋପନ ରଖିଆସିଛି। ଫଳରେ ଏଠାରେ ଲୋଡ଼ାପଡ଼ିଲେ ୩୬ କିଲୋମିଟର ଦୂର ବଇଣ୍ଡା ନଚେତ ୪୦ କିଲୋମିଟର ଦୂର ଆଠମଲ୍ଲିକ କିମ୍ବା ୨୫ କିଲୋମିଟର ଦୂର ରେଢ଼ାଖୋଲରୁ ୧୦୮ ଆମ୍ବୁଲାନ୍ସକୁ ଆସିବାକୁ ପଡ଼ୁଛି। ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ଓ ଗୁରୁତର ରୋଗୀଙ୍କୁ ଠିକଣା ସମୟରେ ମେଡିକାଲରେ ପହଞ୍ଚାଯାଇ ପାରୁନାହିଁ। ଅନେକ ସମୟରେ ଖର୍ଚ୍ଚାନ୍ତ ହୋଇ ଲୋକେ ଘରୋଇ ଗାଡି ଭଡା କରି ରୋଗୀ ପରିବହନ କରୁଥିବାରୁ ଯୋଜନାର ଉଦ୍ଦେଶ୍ୟ ପୂରଣ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବାମୁର ପଞ୍ଚାୟତବାସୀ ଗତ ଜୁଲାଇ ୨୩ ତାରିଖରେ ଜିଲା ସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

(ପରିକ୍ଷିତ ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri