ଖଣି ବନ୍ଦ ଆନ୍ଦୋଳନରୁ ଓହରିଲା ଭାଜପା

ତାଳଚେର,୧ା୮(ନି.ପ୍ର.) – ପ୍ରଶାସନ ଓ ଏମ୍‌ସିଏଲ୍‌ର ଅନୁରୋଧ କ୍ରମେ ଭାଜପା ପକ୍ଷରୁ ୫ ଦଫା ଦାବି ନେଇ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ବୋଲି ଭାଜପା ସାଧାରଣ ସମ୍ପାଦକ କାଳନ୍ଦୀ ସାମଲ ବୁଧବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅପରାହ୍ନରେ ସ୍ଥାନୀୟ ହୋଟେଲରେ ଭାଜପା ସାଧାରଣ ସମ୍ପାଦକ କହିଲେ ଯେ, ଭରତପୁର କୋଇଲା ଖଣି ଦୁର୍ଘଟଣା ପରେ ଭାଜପା ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରି ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବାକୁ ଉପଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ଉପଜିଲାପାଳ ଅକ୍ଷମତା ପ୍ରକାଶ କରିବା ପରେ ୨୫ ତାରିଖ ଅପରାହ୍ନଠାରୁ ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା। ୬ଦିନ ପରେ ବୁଧବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ଦାବି ପ୍ରଶାସନ ଓ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ମାନି ନେବା ସହ ଆନ୍ଦୋଳନରୁ ଓହରିଯିବାକୁ ଅନୁରୋଧ କରିଥିଲେ। ଫଳରେ ଭାଜପା ଆନ୍ଦୋଳନରୁ ଓହରି ଯାଇଛି। ସମସ୍ତ ଅନୁଷ୍ଠାନ, ଶ୍ରମିକନେତା ଓ ଅଞ୍ଚଳବାସୀ ଆନ୍ଦୋଳନରେ ସହଯୋଗ କରିଥିବାରୁ ଭାଜପା ସାଧାରଣ ସମ୍ପାଦକ କୃତଜ୍ଞତା ଜଣାଇଥିଲେ। ଏଥିରେ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଶ୍ରମିକ ନେତା ବିରଞ୍ଚି ସାହୁ, ବରିଷ୍ଠ ଆଇନଜୀବୀ ପେସ୍କାର ଗଡନାୟକ, ରେଳମଣ୍ଡଳ ସଭାପତି ବରୁଣ ସାହୁ, ପ୍ରକାଶ ମହାରଣା, ଭାଜପା ମିଡିଆସେଲର ପର୍ଶୁରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭାଜପା ଛାଡିଲେ ଆନ୍ନାମଲାଇ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୬: ତାମିଲନାଡୁରେ କେ. ଆନ୍ନାମଲାଇ ଏବଂ ଭାଜପା ଅଲଗା ହୋଇଯାଇଛନ୍ତି; ଭାଜପା ଆନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ କରିଛି। ଭାଜପାରୁ ଅଲଗା ହେବା ପରେ ତୁରନ୍ତ ଆନ୍ନାମଲାଇ ଘୋଷଣା…

ରାଜନୀତିରେ ବଡ଼ ହଲଚଲ: NAC ଅଧ୍ୟକ୍ଷଙ୍କ ସହ ୧୧ କାଉନସିଲର ଛାଡ଼ିଲେ ବିଜେଡି

ବାଲିଗୁଡ଼ା,୫ା୬: କନ୍ଧମାଳ ଜିଲା ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ହଲଚଲ ହୋଇଛି। ଏକାଧିକ ନେତା ବିଜେଡି ଛାଡ଼ିଛନ୍ତି। ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ଏକାବେଳକେ…

ଆନ୍ନାମଲାଇ ଦଳ ଛାଡିବା ପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା, କହିଲା ସେ ଦଳ ଛାଡିଲେ କିଛି…

ନୂଆଦିଲ୍ଲୀ,୫।୬: ତାମିଲନାଡୁ ଭାଜପାର ଅନ୍ୟତମ ପ୍ରମୁଖ ନେତା କେ. ଆନ୍ନାମଲାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦିନକର କଳ୍ପନାଜଳ୍ପନା ପରେ, ଭାଜପା ଶୁକ୍ରବାର ତାଙ୍କ ଇସ୍ତଫା…

ମହିଳାଙ୍କୁ ବଳାତ୍କାର: ଧରାପଡ଼ିଲେ ମୌଲାନା

କଟକ,୫।୬(ପ୍ରଭୁ କଲ୍ୟାଣ ପାଲ): ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଶୁକ୍ରବାର ଜଣେ ମୌଲାନାଙ୍କୁ ଗିରଫ କରିଛି। ସେ ହେଲେ ଏସ୍‌.କେ ନାଜମୁଲ ଆରଫିନ…

ଆଉ କାଗଜ ନୁହେଁ, ଭାରତରେ କାରବାର ହେବ ପ୍ଲାଷ୍ଟିକ ନୋଟ; ଆରବିଆଇ ଗଭର୍ନରଙ୍କ ବଡ଼ ଘୋଷଣା!

ନୂଆଦିଲ୍ଲୀ,୫।୬: ଆରବିଆଇ (RBI) ଗଭର୍ନର ସଞ୍ଜୟ ମଲହୋତ୍ରା ଘୋଷଣା କରିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ‘ପଲିମର’ (Polymer) କରେନ୍ସି ନୋଟ ପ୍ରଚଳନ କରିବା ପ୍ରସ୍ତାବ…

ମାତ୍ର ୧୫ ବର୍ଷ ବୟସରେ ଏତିକି କୋଟି ଟଙ୍କାର ମାଲିକ ବୈଭବ ସୂର୍ଯ୍ୟବଂଶୀ: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୫।୬:ନିକଟରେ ଶେଷ ହୋଇଥିବା IPLରେ ଚମତ୍କାର ପ୍ରଦର୍ଶନ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଥମୁନି ଚର୍ଚ୍ଚା। କେବଳ ଲୋକପ୍ରିୟତା ନୁହେଁ ବରଂ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ…

ସତନ୍ତ୍ର ସଘନ ସଂଶୋଧନରେ ଯାଇଥିବା ବିଏଲଓଙ୍କୁ ଠେଲାପେଲା କରିବା ଘଟଣା: ଜନସାଧାରଣଙ୍କୁ ଏମିତି ନିବେଦନ କଲା ଜିଲା ପ୍ରଶାସନ

ପାଟଣା,୫।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ସତନ୍ତ୍ର ସଘନ ସଂଶୋଧନ ଗୁରୁବାର ପୂର୍ବାହ୍ନରେ ଚାଲିଥିବାବେଳେ ବିଏଲଓ ସଦାନନ୍ଦ ସେଠୀଙ୍କୁ ଠେଲାପେଲା…

ପଞ୍ଚାୟତ ନିର୍ବାଚନ ପାଇଁ ୬ ମାସ ଥିବାବେଳେ ଅଣ୍ଟାଭିଡିଲେ ଏନଏସି ଯୁବମୋର୍ଚ୍ଚା: ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ…

ଗଞ୍ଜାମ ,୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସିର ଯୁବ ମୋର୍ଚ୍ଚାର ଏକ ସାଙ୍ଘଠନିକ ବୈଠକ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଏନଏସି ମଣ୍ଡଳ ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri