ମିଳୁନି ଅଣଧାନ ବିହନ

ବଅଁରପାଳ,୧ା୮(ଡି.ଏନ.ଏ.) – ଅନୁଗୋଳ କୃଷି ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଅଣ ଧାନ ଜାତୀୟ ବିହନ ପାଇପାରୁନାହାନ୍ତି ଚାଷୀ। ବାରମ୍ବାର କୃଷି କାର୍ଯ୍ୟାଳୟଠାରୁ ଆରମ୍ଭ କରି ସମବାୟ ସମିତି ଦୌଡୁଥିଲେ ମଧ୍ୟ ସେମାନଙ୍କୁ ବିହନ ଯୋଗାଯାଉ ନ ଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି।
ଚଳିତ ଖରିଫ ଋତୁରେ ବଅଁରପାଳରେ ମୋଟ ୨୪ ହଜାର ୮୧୦ ହେକ୍ଟର ଜମିରେ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରୁ ୧୦ ହଜାର ୫୮୫ ହେକ୍ଟର ଜମିରେ ଧାନ ଚାଷ ଓ ୧୪ ହଜାର ୨୨୫ ହେକ୍ଟର ଜମିରେ ଅଣ ଧାନ ଚାଷ କରାଯିବା ପାଇଁ ସ୍ଥିର ହୋଇଥିଲା। ୫୬୫ ହେକ୍ଟର ଜମିରେ ମକା, ୧୯୦୫ ହେକ୍ଟର ଜମିରେ ମୁଗ, ୧୮୧୧ ହେକ୍ଟର ଜମିରେ ବିରି, ୧ ୪୧୦ ହେକ୍ଟର ଜମିରେ ହରଡ, ୨ଶହ ହେକ୍ଟର ଜମିରେ ଅନ୍ୟାନ ଜାତୀୟ ଫସଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ୨୬୧୫ ହେକ୍ଟର ଜମିରେ ତୈଳ ବୀଜ, ୧୬୬୦ ହେକ୍ଟର ଜମିରେ ଚୀନା ବାଦାମ, ୯୫୪ ହେକ୍ଟର ଜମିରେ ରାଶି, ୮୩୮ ହେକ୍ଟର ଜମିରେ ମସଲା ଜାତୀୟ ଓ ୪ ହଜାର ୫୦୦ ହେକ୍ଟର ଜମିରେ ପନିପରିବା ଚାଷ କରିବା ପାଇଁ ଲକ୍ଷ୍ୟ ରହିଛି। ମୁଖ୍ୟତଃ ତାହା ଢ଼ିପ ଓ ପାହାଡ଼ିଆ ଅଞ୍ଚଳରେ ବର୍ଷା ଦିନେ ମୁଗ, ବିରି, ହରଡ଼, ମକା ଆଦି ବୁଣାବୁଣି କାର୍ଯ୍ୟ ଶେଷ ହେବା କଥା। ଜୁନ ଆରମ୍ଭରୁ ଏହିସବୁ ଚାଷ ଆରମ୍ଭ ହୋଇ ସେପ୍ଟେମ୍ବର ସୁଦ୍ଧା ଅମଳ ହେବା କଥା। ହେଲେ ବ୍ଲକ ଅଞ୍ଚଳରେ ୧୩ଟି କୃଷି ସମବାୟ ସମିତି ରହିଥିଲେ ମଧ୍ୟ କୌଣସି ସମିତିକୁ ଅଣ ଧାନ ଜାତୀୟ ବିହନ ଯୋଗାଣ ହୋଇନାହିଁ। କେତେକ ଚାଷୀ ବିହନ ନ ପାଇ ହାଟ କିମ୍ବା ବାହାରୁ ବିହନ କିଣି ଚାଷ କାର୍ଯ୍ୟ କରୁଛନ୍ତି। ଫଳରେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଫସଲ ଅମଳ ହେବା ନେଇ ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ବଅଁରପାଳ ସହକାରୀ କୃଷି ଅଧିକାରୀ ସୁମନ୍ତ ନାୟକ କହିଛନ୍ତି, ବ୍ଲକରେ ୧୩ଟି କୃଷି ସମବାୟ ସମିତି ରହିଛି। ମାତ୍ର ନିଗମ ତରଫରୁ କେବଳ ଧାନ ବିହନ ସମିତିକୁ ଯୋଗାଇ ଦିଆଯାଇଛି। କୌଣସି ଅଣ ଧାନ ଜାତୀୟ ବିହନ ଯୋଗାଣ ହେଉ ନ ଥିବାରୁ ଏହା ଚାଷୀଙ୍କୁ ଦିଆଯାଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri