ମିଳୁନି ଅଣଧାନ ବିହନ

ବଅଁରପାଳ,୧ା୮(ଡି.ଏନ.ଏ.) – ଅନୁଗୋଳ କୃଷି ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଅଣ ଧାନ ଜାତୀୟ ବିହନ ପାଇପାରୁନାହାନ୍ତି ଚାଷୀ। ବାରମ୍ବାର କୃଷି କାର୍ଯ୍ୟାଳୟଠାରୁ ଆରମ୍ଭ କରି ସମବାୟ ସମିତି ଦୌଡୁଥିଲେ ମଧ୍ୟ ସେମାନଙ୍କୁ ବିହନ ଯୋଗାଯାଉ ନ ଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି।
ଚଳିତ ଖରିଫ ଋତୁରେ ବଅଁରପାଳରେ ମୋଟ ୨୪ ହଜାର ୮୧୦ ହେକ୍ଟର ଜମିରେ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରୁ ୧୦ ହଜାର ୫୮୫ ହେକ୍ଟର ଜମିରେ ଧାନ ଚାଷ ଓ ୧୪ ହଜାର ୨୨୫ ହେକ୍ଟର ଜମିରେ ଅଣ ଧାନ ଚାଷ କରାଯିବା ପାଇଁ ସ୍ଥିର ହୋଇଥିଲା। ୫୬୫ ହେକ୍ଟର ଜମିରେ ମକା, ୧୯୦୫ ହେକ୍ଟର ଜମିରେ ମୁଗ, ୧୮୧୧ ହେକ୍ଟର ଜମିରେ ବିରି, ୧ ୪୧୦ ହେକ୍ଟର ଜମିରେ ହରଡ, ୨ଶହ ହେକ୍ଟର ଜମିରେ ଅନ୍ୟାନ ଜାତୀୟ ଫସଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ୨୬୧୫ ହେକ୍ଟର ଜମିରେ ତୈଳ ବୀଜ, ୧୬୬୦ ହେକ୍ଟର ଜମିରେ ଚୀନା ବାଦାମ, ୯୫୪ ହେକ୍ଟର ଜମିରେ ରାଶି, ୮୩୮ ହେକ୍ଟର ଜମିରେ ମସଲା ଜାତୀୟ ଓ ୪ ହଜାର ୫୦୦ ହେକ୍ଟର ଜମିରେ ପନିପରିବା ଚାଷ କରିବା ପାଇଁ ଲକ୍ଷ୍ୟ ରହିଛି। ମୁଖ୍ୟତଃ ତାହା ଢ଼ିପ ଓ ପାହାଡ଼ିଆ ଅଞ୍ଚଳରେ ବର୍ଷା ଦିନେ ମୁଗ, ବିରି, ହରଡ଼, ମକା ଆଦି ବୁଣାବୁଣି କାର୍ଯ୍ୟ ଶେଷ ହେବା କଥା। ଜୁନ ଆରମ୍ଭରୁ ଏହିସବୁ ଚାଷ ଆରମ୍ଭ ହୋଇ ସେପ୍ଟେମ୍ବର ସୁଦ୍ଧା ଅମଳ ହେବା କଥା। ହେଲେ ବ୍ଲକ ଅଞ୍ଚଳରେ ୧୩ଟି କୃଷି ସମବାୟ ସମିତି ରହିଥିଲେ ମଧ୍ୟ କୌଣସି ସମିତିକୁ ଅଣ ଧାନ ଜାତୀୟ ବିହନ ଯୋଗାଣ ହୋଇନାହିଁ। କେତେକ ଚାଷୀ ବିହନ ନ ପାଇ ହାଟ କିମ୍ବା ବାହାରୁ ବିହନ କିଣି ଚାଷ କାର୍ଯ୍ୟ କରୁଛନ୍ତି। ଫଳରେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଫସଲ ଅମଳ ହେବା ନେଇ ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ବଅଁରପାଳ ସହକାରୀ କୃଷି ଅଧିକାରୀ ସୁମନ୍ତ ନାୟକ କହିଛନ୍ତି, ବ୍ଲକରେ ୧୩ଟି କୃଷି ସମବାୟ ସମିତି ରହିଛି। ମାତ୍ର ନିଗମ ତରଫରୁ କେବଳ ଧାନ ବିହନ ସମିତିକୁ ଯୋଗାଇ ଦିଆଯାଇଛି। କୌଣସି ଅଣ ଧାନ ଜାତୀୟ ବିହନ ଯୋଗାଣ ହେଉ ନ ଥିବାରୁ ଏହା ଚାଷୀଙ୍କୁ ଦିଆଯାଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?