ଖଣି ସମସ୍ୟା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ : ସୁରକ୍ଷା ସହ ସାଲିସ ହେବନି

ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ଜିଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣା ପରେ ସୃଷ୍ଟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୁଧବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାପାଳଙ୍କ ସହ ଏମ୍‌ସିଏଲ୍‌ର ଉଚ୍ଚପଦସ୍ଥ ଅଧିକାରୀ, ପୋଲିସ, ତାଳଚେର ବିଧାୟକ, ପାଲଲହଡା ବିଧାୟକ, ଦୁର୍ଘଟଣାରେ ମୁତକଙ୍କ ପରିବାର ଲୋକ ଓ ତାଳଚେରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ମୃତକଙ୍କ ପରିବାରରୁ ଜଣକୁ ସ୍ଥାୟୀ ନିଯୁକ୍ତି ସହ କ୍ଷତିପୂରଣ ପ୍ରଦାନ ପାଇଁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ଏଥିସହ ଏମ୍‌ସିଏଲ୍‌ ସୁରକ୍ଷା ପ୍ରମାଣପତ୍ର ଦେବାପରେ ଖଣି କାର୍ଯ୍ୟ ଆରମ୍ଭ ହେବ ଓ ସୁରକ୍ଷାରେ କୌଣସି ସାଲିସ କରାଯିବ ନାହିଁ ବୋଲି ଜିଲାପାଳ କହିଛନ୍ତି। ଦୁର୍ଘଟଣାର ତଦନ୍ତ ଏମ୍‌ସିଏଲ୍‌ର ଟେକ୍ନିକାଲ କମିଟି ଜାରି ରଖିଛି। ଏହାବାଦ୍‌ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ ଅଫ ମାଇନିଂ ଆଣ୍ଡ ଫୁଏଲ ରିସର୍ଚ୍ଚ (ସିଆଇଏମ୍‌ଏଫ୍‌ଆର୍‌) ଟେକ୍ନିକାଲ ଟିମ୍‌ ଘଟଣାର ତଦନ୍ତ କରିବ ବୋଲି ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଜିଲାପାଳ ପ୍ରକାଶ କରିଛନ୍ତି।
ଭରତପୁର ଖଣି ଦୁର୍ଘଟଣା ପରେ ଭାଜପା ପକ୍ଷରୁ ୫ ଦଫା ଦାବି ପୂରଣ ପାଇଁ ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା। ଫଳରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥିଲା। ଏହାର ସମାଧାନ ପାଇଁ ଜିଲାପାଳ ଜରୁରୀ ବୈଠକ ଡାକି ଆନ୍ଦୋଳନକାରୀ ଓ ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ଏମ୍‌ସିଏଲ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ମଧ୍ୟରେ ବୈଠକ ବସିଥିଲା। ଏଥିରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ଏମ୍‌ସିଏଲ ସିଏମ୍‌ଡି ବି.ଏନ୍‌. ଶୁକ୍ଳା, ଡାଇରେକ୍ଟର ଟେକ୍ନିକାଲ ଓ.ପି. ସିଂହ, ୬ଟି କ୍ଷେତ୍ରର ଜେନେରାଲ ମ୍ୟାନେଜର ଓ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହାପରେ ଭାଜପା ନେତା କାଳନ୍ଦୀ ସାମଲ ଓ ତାଙ୍କ ସମର୍ଥକଙ୍କ ସହ ଅନ୍ୟ ଏକ ପର୍ଯ୍ୟାୟରେ ୪ ଦଫା ଦାବି ଉପରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକ ପରେ ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁ ଓ ତାଙ୍କ ଟିମ୍‌ ସହ ୩ ଦଫା ଦାବି ସମ୍ପର୍କରେ ଏମ୍‌ସିଏଲ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଆଲୋଚନା କରିଥିଲେ। ସେହିପରି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ ପାଲ, ମୃତକଙ୍କ ପରିବାର ଲୋକ, ସ୍ଥାନୀୟ ଲୋକଙ୍କ ସହିତ ଜିଲାପାଳ, ଏସ୍‌ପି ଓ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ଆଲୋଚନା କରିଥିଲେ। ବୈଠକ ପରେ ଜିଲାପାଳ କହିଥିଲେ ଯେ, ଏକ ଜାତୀୟ ସ୍ତରୀୟ ତଦନ୍ତକାରୀ ସିଆଇଏମ୍‌ଏଫ୍‌ଆର୍‌ ଟେକ୍ନିକାଲ ଟିମ୍‌ ଘଟଣାର ତଦନ୍ତ କରିବ। କୋଇଲା ଖଣିରେ ସୁରକ୍ଷିତ ଥିବା ସ୍ଥାନରେ କୋଇଲା ଊତ୍ତୋଳନ ଏବଂ ଦୁର୍ଘଟଣାଜନିତ କ୍ଷତିପୂରଣ ସମ୍ପର୍କରେ ଏକ ସ୍ବତନ୍ତ୍ର ନୀତି ଆପଣେଇବାକୁ ନିଷ୍ପତ୍ତି ହୋଇଛି। ୮ ଦିନ ଭିତରେ ମୃତକଙ୍କ ପରିବାରର ଜଣକୁ ସ୍ଥାୟୀ ଚାକିରି ଓ ଆର୍ଥତ୍କ ସହାୟତା ଦିଆଯିବ। କୋଇଲା ଖୋଳାଯିବା ପରେ ଖାଲି ସ୍ଥାନରେ ବାଲି ଭର୍ତ୍ତି କରାଯିବ। ବୈଠକ ସଫଳ ହୋଇଥିବାରୁ ଭାଜପା ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଜିଲାପାଳ କହିଥିଲେ। ତେବେ ବୈଠକ ପରେ ବି ମୃତକଙ୍କ ପରିବାର ଓ ଗ୍ରାମବାସୀ ତାଳଚେରରେ ଖଣି ବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?