ଖଣି ସମସ୍ୟା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ : ସୁରକ୍ଷା ସହ ସାଲିସ ହେବନି

ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ଜିଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣା ପରେ ସୃଷ୍ଟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୁଧବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାପାଳଙ୍କ ସହ ଏମ୍‌ସିଏଲ୍‌ର ଉଚ୍ଚପଦସ୍ଥ ଅଧିକାରୀ, ପୋଲିସ, ତାଳଚେର ବିଧାୟକ, ପାଲଲହଡା ବିଧାୟକ, ଦୁର୍ଘଟଣାରେ ମୁତକଙ୍କ ପରିବାର ଲୋକ ଓ ତାଳଚେରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ମୃତକଙ୍କ ପରିବାରରୁ ଜଣକୁ ସ୍ଥାୟୀ ନିଯୁକ୍ତି ସହ କ୍ଷତିପୂରଣ ପ୍ରଦାନ ପାଇଁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ଏଥିସହ ଏମ୍‌ସିଏଲ୍‌ ସୁରକ୍ଷା ପ୍ରମାଣପତ୍ର ଦେବାପରେ ଖଣି କାର୍ଯ୍ୟ ଆରମ୍ଭ ହେବ ଓ ସୁରକ୍ଷାରେ କୌଣସି ସାଲିସ କରାଯିବ ନାହିଁ ବୋଲି ଜିଲାପାଳ କହିଛନ୍ତି। ଦୁର୍ଘଟଣାର ତଦନ୍ତ ଏମ୍‌ସିଏଲ୍‌ର ଟେକ୍ନିକାଲ କମିଟି ଜାରି ରଖିଛି। ଏହାବାଦ୍‌ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ ଅଫ ମାଇନିଂ ଆଣ୍ଡ ଫୁଏଲ ରିସର୍ଚ୍ଚ (ସିଆଇଏମ୍‌ଏଫ୍‌ଆର୍‌) ଟେକ୍ନିକାଲ ଟିମ୍‌ ଘଟଣାର ତଦନ୍ତ କରିବ ବୋଲି ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଜିଲାପାଳ ପ୍ରକାଶ କରିଛନ୍ତି।
ଭରତପୁର ଖଣି ଦୁର୍ଘଟଣା ପରେ ଭାଜପା ପକ୍ଷରୁ ୫ ଦଫା ଦାବି ପୂରଣ ପାଇଁ ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା। ଫଳରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥିଲା। ଏହାର ସମାଧାନ ପାଇଁ ଜିଲାପାଳ ଜରୁରୀ ବୈଠକ ଡାକି ଆନ୍ଦୋଳନକାରୀ ଓ ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ଏମ୍‌ସିଏଲ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ମଧ୍ୟରେ ବୈଠକ ବସିଥିଲା। ଏଥିରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ଏମ୍‌ସିଏଲ ସିଏମ୍‌ଡି ବି.ଏନ୍‌. ଶୁକ୍ଳା, ଡାଇରେକ୍ଟର ଟେକ୍ନିକାଲ ଓ.ପି. ସିଂହ, ୬ଟି କ୍ଷେତ୍ରର ଜେନେରାଲ ମ୍ୟାନେଜର ଓ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହାପରେ ଭାଜପା ନେତା କାଳନ୍ଦୀ ସାମଲ ଓ ତାଙ୍କ ସମର୍ଥକଙ୍କ ସହ ଅନ୍ୟ ଏକ ପର୍ଯ୍ୟାୟରେ ୪ ଦଫା ଦାବି ଉପରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକ ପରେ ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁ ଓ ତାଙ୍କ ଟିମ୍‌ ସହ ୩ ଦଫା ଦାବି ସମ୍ପର୍କରେ ଏମ୍‌ସିଏଲ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଆଲୋଚନା କରିଥିଲେ। ସେହିପରି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ ପାଲ, ମୃତକଙ୍କ ପରିବାର ଲୋକ, ସ୍ଥାନୀୟ ଲୋକଙ୍କ ସହିତ ଜିଲାପାଳ, ଏସ୍‌ପି ଓ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ଆଲୋଚନା କରିଥିଲେ। ବୈଠକ ପରେ ଜିଲାପାଳ କହିଥିଲେ ଯେ, ଏକ ଜାତୀୟ ସ୍ତରୀୟ ତଦନ୍ତକାରୀ ସିଆଇଏମ୍‌ଏଫ୍‌ଆର୍‌ ଟେକ୍ନିକାଲ ଟିମ୍‌ ଘଟଣାର ତଦନ୍ତ କରିବ। କୋଇଲା ଖଣିରେ ସୁରକ୍ଷିତ ଥିବା ସ୍ଥାନରେ କୋଇଲା ଊତ୍ତୋଳନ ଏବଂ ଦୁର୍ଘଟଣାଜନିତ କ୍ଷତିପୂରଣ ସମ୍ପର୍କରେ ଏକ ସ୍ବତନ୍ତ୍ର ନୀତି ଆପଣେଇବାକୁ ନିଷ୍ପତ୍ତି ହୋଇଛି। ୮ ଦିନ ଭିତରେ ମୃତକଙ୍କ ପରିବାରର ଜଣକୁ ସ୍ଥାୟୀ ଚାକିରି ଓ ଆର୍ଥତ୍କ ସହାୟତା ଦିଆଯିବ। କୋଇଲା ଖୋଳାଯିବା ପରେ ଖାଲି ସ୍ଥାନରେ ବାଲି ଭର୍ତ୍ତି କରାଯିବ। ବୈଠକ ସଫଳ ହୋଇଥିବାରୁ ଭାଜପା ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଜିଲାପାଳ କହିଥିଲେ। ତେବେ ବୈଠକ ପରେ ବି ମୃତକଙ୍କ ପରିବାର ଓ ଗ୍ରାମବାସୀ ତାଳଚେରରେ ଖଣି ବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri