ଜମିରେ ଏନ୍‌ଟିପିସି ପାଉଁଶ ପାଣି

କଣିହାଁ, ୧୩ା୯(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଆଶପଣ୍ଡ ପାଉଁଶ ପାଣି ଯୋଗୁ ଅଞ୍ଚଳବାସୀ ନାନା ସମସ୍ୟା ଭୋଗୁଛନ୍ତି। ମଙ୍ଗଳବାର ରାତିରେ ଆଶପଣ୍ଡରୁ ପ୍ରବଳ ମାତ୍ରାରେ ପାଉଁଶ ପାଣି ବାହାରି ମସୁଣିହତା ଗ୍ରାମର ପ୍ରାୟ ଦେଢ ଏକର ଜମିରେ ପଶିଛି। ଏଥିଯୋଗୁ ଫସଲ ନଷ୍ଟ ହେବାର ଆଶଙ୍କା ଉପୁଜିଛି। ଏ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ପ୍ରତିବାଦରେ ମସୁଣିହତାର କ୍ଷତିଗ୍ରସ୍ତ ଚାଷୀମାନେ ବୁଧବାରଠାରୁ ଷ୍ଟେଜ ଓ୍ବାନ ପାଉଁଶ ପୋଖରୀ କାର୍ଯ୍ୟକୁ ଦିନବେଳା ବନ୍ଦ କରାଇ ଆନ୍ଦୋଳନ ଚଳାଇଛନ୍ତି। ଏଥିରେ ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ପରିବାର ସାମିଲ ହୋଇଛନ୍ତି। କ୍ଷତିଗ୍ରସ୍ତ ଚାଷୀ ଟିକନ ସାହୁ, ଅଖିଳ ପ୍ରଧାନ, ପ୍ରମୋଦ ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, ବିରଞ୍ଚି ଦେହୁରୀ, ଭାଗୁଡୁ କୋଇତା ପ୍ରମୁଖଙ୍କ ଅଭିଯୋଗ ମୁତାବକ, ଏନ୍‌ଟିପିସି ପାଉଁଶ ପୋଖରୀ ଅଭାବ ସତ୍ତ୍ୱେ ପ୍ରକଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉଛି। ସେଥିରୁ ବାହାରୁଥିବା ପାଉଁଶର ପରିଚାଳନା ଠିକ୍‌ ଭାବେ କରାଯାଉନାହିଁ। ବାଙ୍ଖୁଲି ନାଳ ଯୋଗେ ଟିକିରା ନଦୀକୁ ଏହି ପାଉଁଶ ଛାଡି ଦିଆଯାଉଥିବାରୁ ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହେଉଛି। ସେହିପରି ରାସ୍ତାରେ ମଧ୍ୟ ପ୍ରକଳ୍ପ କର୍ତ୍ତୃପକ୍ଷ ପାଉଁଶ ପାଣି ଛାଡି ଦେଉଥିବାରୁ ଯାତାୟାତରେ ଅସୁବିଧା ହେଉଛି। ଏବେ ସିଧାସଳଖ ଚାଷ ଜମିରେ ଆସି ପାଉଁଶ ପାଣି ପଶିଛି। ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର ସହ କ୍ଷତିପୂରଣ ପ୍ରଦାନ, ଠିକାସଂସ୍ଥାରେ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ପ୍ରକଳ୍ପ ଜନ ସମ୍ପର୍କ ଅଧିକାରୀ ଅମିତ ବେହେରା କୁହନ୍ତି, ଆନ୍ଦୋଳନ ଯୋଗୁ ଲୋକଙ୍କୁ ବୁଝାଶୁଝା କରିବାକୁ ପାଉଁଶ ପୋଖରୀ କର୍ତ୍ତୃପକ୍ଷ ଯାଇଥିଲେ। ୪ଟି ଦାବି ମଧ୍ୟରୁ ଚାଷ ଜମିରୁ ପାଉଁଶ ଉଠାଯିବା, ଆଗରୁ ଏପରି ପରିସ୍ଥିତି ଯେପରି ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦିଆଯିବା, ଚାଷ କ୍ଷତି ବାବଦ କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରକଳ୍ପ କର୍ତ୍ତୃପକ୍ଷ ରାଜି ହୋଇଛନ୍ତି। ହେଲେ ଆନ୍ଦୋଳନକାରୀ ନିଯୁକ୍ତି ପାଇଁ ଅଡି ବସିଛନ୍ତି। ଶୁକ୍ରବାର ଏ ସର୍ମ୍ପକରେ ଆଲୋଚନା ପାଇଁ ଆନ୍ଦୋଳନକାରୀଙ୍କୁ ଡକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri