ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟରୁ ରାତ୍ର ଜଗୁଆଳଙ୍କ ମୃତଦେହ ଉଦ୍ଧାର
କଣିହାଁ,୧୬।୯(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଉଠାଜଳସେଚନ ବିଭାଗ କାର୍ଯ୍ୟାଳୟରୁ ରାତ୍ର ଜଗୁଆଳଙ୍କ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ମୃତକ ହେଲେ ସ୍ଥାନୀୟ ଟୋଲକବେଡ଼ା ଗ୍ରାମର ହାଡ଼ିବନ୍ଧୁ ଗଡ଼ନାୟକ(୫୫)। ସୂଚନା ଯେ, ସବୁଦିନ ପରି ସେ ରବିବାର ରାତିରେ ଏକ କୋଠରି…
ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣା ଅର୍ଥ ଫେରାଇଲା ବ୍ୟାଙ୍କ
ଅନୁଗୋଳ ଅଫିସ୍, ୧୬ା୯: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣାରେ ସମ୍ପୃକ୍ତ ବ୍ୟାଙ୍କ ଟଙ୍କା ଫେରାଇଛି। ବ୍ୟାଙ୍କ ପକ୍ଷରୁ ୫୯ ଲକ୍ଷ ୪୧ହଜାର ୪୮୧ଟଙ୍କା ଆକାଉଣ୍ଟ ନମ୍ବର ୦୭୬୪୧୪୫୦୦୦୦୨୩୫କୁ ଫେରସ୍ତ କରାଯାଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା…
ଲମ୍ବା ଧାଡ଼ି ଯୋଗୁ ଚିକିତ୍ସା ପାଇପାରିଲେନି; ଡାକ୍ତର ଦେଖିବା ପୂର୍ବରୁ ଶିଶୁ ମୃତ
ଅନୁଗୋଳ ଅଫିସ, ୧୬।୯: ଗୁରୁତର ଅବସ୍ଥାରେ ରବିବାର ମେଡିକାଲ ଆସିଥିବା ଜଣେ ଦେଢ ବର୍ଷର ଶିଶୁପୁତ୍ର ଚିକିତ୍ସା ପାଇ ନ ପାରିବାରୁ ତାହାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଶିଶୁ କୁଇଓ ଜାମୁନାଳି ଅଞ୍ଚଳର ଶଙ୍କର୍ଷଣ ପ୍ରଧାନଙ୍କ ପୁଅ ସୁମନ…
ସ୍କାନରରେ ଜିଲାପାଳ କାର୍ଯ୍ୟାଳୟ କର୍ମଚାରୀ
ଅନୁଗୋଳ ଅଫିସ, ୧୬।୯: ଅନୁଗୋଳ ଜିଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଟଙ୍କା ଗାଏବ ଘଟଣାରେ ଗିରଫ ହୋଇଥିବା ସମ୍ପୃକ୍ତ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଶକ୍ତି ବେଦାନ୍ତଙ୍କ କାରନାମା ଏବେ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏତେ ଚତୁରତାର ସହ ପ୍ରଶାସନିକ…
ଜେଏସ୍ପିଏଲ ପାଳିଲା ଇଞ୍ଜିନିୟର୍ସ ଦିବସ
ଅନୁଗୋଳ ଅଫିସ, ୧୬।୯: ଅନୁଗୋଳ ଜେଏସ୍ପିଏଲ ପରିସରରେ ରବିବାର ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି। ଭାରତ ରତ୍ନ ତଥା ପ୍ରଖ୍ୟାତ ଇଞ୍ଜିନିୟର ଡଃ. ଏମ୍. ବିଶ୍ୱେସ୍ବରାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ଦିବସ ପାଳନ କରାଯାଇଛି। ଜେଏସ୍ପିଏଲର ମୁଖ୍ୟ ପରିଚାଳନା ଅଧିକାରୀ…
ମା’ଙ୍କ ପରେ ହାତ ଛାଡିଦେଲେ ବାପା; ବ୍ୟାଙ୍କ ବାରଣ୍ଡାରେ ୨ ଶିଶୁ
ବନ୍ତଳା,୧୬।୯(ଡି.ଏନ.ଏ.) ୨ ନୀରିହ ଶିଶୁଙ୍କୁ ଛାଡି ମା’ କେଉଁଆଡେ ପଳାଇଥିବାବେଳେ ଏବେ ହାତ ଛାଡିଦେଇଛନ୍ତି ବାପା। ଫଳରେ ସମବାୟ ବ୍ୟାଙ୍କ ବାରଣ୍ଡାରେ ୫ ଦିନ ହେଲା ଅସହାୟ ଅବସ୍ଥାରେ ଅଖିଆ ଅପିଆ ପଡିରହିଛନ୍ତି ଦୁଇ ଶିଶୁ। ଅନୁଗୋଳ ଜିଲା ପୁରୁଣାକୋଟ ଥାନା…
କୃଷି ଋଣ ହଡ଼ପ ଅଭିଯୋଗ: ଚାଷୀ ଥାନାର ଦ୍ୱାରସ୍ଥ
ଛେଣ୍ତିପଦା,୧୬।୯(ସ୍ବ.ପ୍ର) ଛେଣ୍ଡିପଦା ବ୍ଲକ ଚାଙ୍ଗୁଡିଆ ସମବାୟ ସମିତିରେ ଚାଷୀଙ୍କ ଋଣ ଟଙ୍କା ହଡପ ହୋଇଥିବା ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ କେସ ନଂ. ୨୭୩/୧୯ରେ ଏକ ମାମଲା ରୁଜୁ କରି ସମବାୟ ସମିତିର ସଭାପତିଙ୍କୁ ଅଟକ…
ରେଙ୍ଗାଳି ଡ୍ୟାମ୍ରୁ ପ୍ରତି ସେକେଣ୍ଡକୁ ୨,୧୨୬ ଘନ ମିଟର ବନ୍ୟାଜଳ ନିଷ୍କାସିତ
କଣିହାଁ,୧୫।୯(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁସ୍ଥିତ ରେଙ୍ଗାଳି ଡ୍ୟାମ୍ରୁ ରବିବାର ସକାଳ ୯ ଟାରେ ବନ୍ୟାଜଳ ନିଷ୍କାସିତ ହୋଇଛି। ୭ ନମ୍ବର ଗେଟ୍ ଓ ପାଓ୍ବାର ହାଉସ୍ ଦ୍ୱାରା ପ୍ରତି ସେକେଣ୍ଡକୁ ୨,୧୨୬ ଘନ ମିଟର ଜଳ ନିଷ୍କାସିତ ହେଉଥିବା ବେଳେ ପ୍ରତି…
ଦସ୍ତଖତ ଜାଲିଆତି କରି ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣା : ଟଙ୍କା ଫେରିପାଇଲେ ଜିଲାପାଳ
ଅନୁଗୋଳ ଅଫିସ,୧୫।୯: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ଗାଏବ ହୋଇଥିବା ୫୯ଲକ୍ଷ ୪୧ହଜାର ୪୮୧ଟଙ୍କା ଫେରସ୍ତ ହୋଇଛି। ସମ୍ପୃକ୍ତ ବ୍ୟାଙ୍କ ଉକ୍ତ ଟଙ୍କା ଫେରସ୍ତ କରିଥିବା ବର୍ତ୍ତମାନର ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯…
ଆଜି ଖୋଲାଯିବ ରେଙ୍ଗାଳି ଗେଟ୍
କଣିହାଁ,୧୫।୯(ଡି.ଏନ.ଏ.) – କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍ରେ ଜଳସ୍ତର ବୃଦ୍ଧି ପାଇଥିବାରୁ ରବିବାର ପୂର୍ବାହ୍ନ ୯ଟାରେ ଗୋଟିଏ ଗେଟ ଖୋଲାଯିବ ବୋଲି ଡ୍ୟାମ୍ ନିର୍ବାହୀ ଅଧିକାରୀ ଅଜିତ କୁମାର ଜେନା ଗଣମାଧ୍ୟମକୁ ଜଣାଇଛନ୍ତି। ଜେନା କହିଛନ୍ତି, ଶନିବାର ରାତି ୯ଟା ସୁଦ୍ଧା…
ସ୍କୁଲ ପରିଦର୍ଶନ ବେଳେ ଡିଇଓ ଖପ୍ପା
ବନ୍ତଳା, ୧୫ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ସଚ୍ଚିଦାନନ୍ଦ ବେହେରା ଶନିବାର ବନ୍ତଳା ଅଞ୍ଚଳର ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟଗୁଡିକୁ ଯାଇ ଛାତ୍ରୀଛାତ୍ରଙ୍କୁ ପାଠ ପଚାରିବା ସହ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ହେଲେ…
ଉଚ୍ଛେଦ ହେଲା, ଥଇଥାନ ହେଉନି: ଦୁର୍ଦ୍ଦଶାରେ ଉଠା ଦୋକାନୀ
ବଇଣ୍ଡା,୧୫ା୯(ଡି.ଏନ.ଏ) – କିଶୋରନଗର ବ୍ଲକର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଛକ ଏବେ ଛାରଖାର ହୋଇଯାଇଛି। ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଉଭୟପାର୍ଶ୍ୱରେ ଥିବା ୫ଶହ ଉଠା ଦୋକାନୀ ଓ ବାସଗୃହ ଉଚ୍ଛେଦ ହୋଇଥିବାବେଳେ ଏବେ ଉଠା ଦୋକାନୀଙ୍କ…

