ଅନୁଗୋଳ

ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ବୁଧବାର ୪ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ମଞ୍ଚର ସଭାପତି ମୁରଲୀଧର ସାହୁ ଓ…

କୁଶକିଳା ଡବଲ ମର୍ଡର ମାମଲା: ଅଭିଯୁକ୍ତ ଝସକେତନ ଦୋଷୀ ସାବ୍ୟସ୍ତ

ଅନୁଗୋଳ ଅଫିସ,୨୬।୯ – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୁଶକିଳା ଗ୍ରାମରେ ୨୦୧୬ରେ ଘଟିଥିବା ରାଜ କିଶୋର ସାହୁଙ୍କ ପୁଅ ଯୋଗେଶ୍ୱର ସାହୁ(୩୬) ଏବଂ ପୁତୁରା ହିରଣାକ୍ଷ ସାହୁ(୩୨)ଙ୍କ ହତ୍ୟା ମାମଲାର ଶୁଣାଣି ଶେଷ ହୋଇଛି। ଅନୁଗୋଳ ଜିଲା ଓ ଦୌରାଜଜ୍‌ଙ୍କ…

ଫରେଷ୍ଟ ରେଞ୍ଜର୍ସ କଲେଜର ସମାବର୍ତ୍ତନ ସମାରୋହ ‘ଜଙ୍ଗଲ କ୍ଷେତ୍ରଫଳରେ ଚତୁର୍ଥ ସ୍ଥାନରେ ଓଡ଼ିଶା’

ଅନୁଗୋଳ ଅଫିସ, ୨୬।୯- ଓଡ଼ିଶା ଫରେଷ୍ଟ ରେଞ୍ଜର୍ସ କଲେଜ ଅନୁଗୋଳର ୧୬ତମ ସମାବର୍ତ୍ତନ ସମାରୋହ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌ ଯୋଗଦେଇ ୯୬…

ନାଲ୍‌କୋରେ କୋଇଲା ସଙ୍କଟ: ସ୍ମେଲଟରରେ ବନ୍ଦ ହେଲା ୨୦ ପଟ୍‌

ବଅଁରପାଳ, ୨୬ା୯(ଡି.ଏନ.ଏ.) – ନାଲ୍‌କୋ ବିଦ୍ୟୁତ ପ୍ରକଳ୍ପରେ ଏବେ କୋଇଲା ସଙ୍କଟ ଯୋଗୁ ୧୦ରୁ ୫ଟି ୟୁନିଟ ବନ୍ଦ ରହିଛି। ଫଳରେ ସିପିପି ପ୍ଲାଣ୍ଟରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି। ଏହାର କୁପ୍ରଭାବ ସ୍ମେଲଟର ପ୍ଲାଣ୍ଟ ଉପରେ ପଡିଛି। ସ୍ମେଲଟରରେ ୯୬୦…

ଡାକ୍ତରଙ୍କ ବଦଳି ବାତିଲ ଦାବିରେ ବିକ୍ଷୋଭ

ବଇଣ୍ଡା, ୨୬ା୯(ଡି.ଏନ.ଏ.) – କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିତ୍ତରଞ୍ଜନ ସାହୁଙ୍କୁ ବୁଧବାର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଠାକୁରଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସପ୍ତାହକୁ ୩ ଦିନ କାର୍ଯ୍ୟରେ ଯୋଗ ଦେବାକୁ ବଦଳି ନିର୍ଦ୍ଦେଶାନାମା ଆସିଥିଲା। ଏହା ଜଣାପଡିବା ପରେ କିଶୋରନଗର…

ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ର ଖବରଦାତା ସମ୍ମିଳନୀ: ସ୍ଥାନୀୟ ଲୋକଙ୍କୁ ହତାଦର ଅଭିଯୋଗ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ଓ ତାଳଚେର ଅଞ୍ଚଳର ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ କର୍ମକର୍ତ୍ତାମାନେ ଲୋଡିଂ ବ୍ୟବସ୍ଥାକୁ ନେଇ ଖୁସି ନୁହନ୍ତି। ତାଳଚେର ବିଧାୟକ ଏଥିରେ ବାଧା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଥିବା ଆସୋସିଏଶନ୍‌ର କର୍ମକର୍ତ୍ତାମାନେ ବୁଧବାର ସ୍ଥାନୀୟ…

କୁଶକିଳା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଝସକେତନ ଦୋଷୀ ସାବ୍ୟସ୍ତ, ଗୁରୁବାର ପ୍ରକାଶ ପାଇବ ଚୂଡ଼ାନ୍ତ ରାୟ

ଅନୁଗୋଳ ଅଫିସ, ୨୫।୯: ଅନୁଗୋଳ ଜିଲା କୁଶକିଳାରେ ଘଟିଥିବା ବହୁଚର୍ଚ୍ଚିତ ଦୁଇଭାଇ ହତ୍ୟାକାଣ୍ଡ ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲା ଓ ଦୈରାଜଜ୍‌ ଅଶାନ୍ତ କୁମାର ଦାସ ଅଭିଯୁକ୍ତ ଝସକେତନ ରାଉତଙ୍କ ବିରୋଧରେ ତଥ୍ୟ ପ୍ରମାଣକୁ ଭିତ୍ତିକରି ଦୋଷୀ…

କୋଇଲା ଉଦ୍ୟୋଗରୁ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବି ପ୍ରସଙ୍ଗ: ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୋଲିସ

ତାଳଚେର,୨୫।୯(ନି.ପ୍ର.): ଅନୁଗୋଳ ଜିଲା ତାଳଚେରରେ କୋଇଲା ଉଦ୍ୟୋଗରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ୩ ଦିନ ଲାଗି ଖଣିବନ୍ଦ ଆନ୍ଦୋଳନ ଜାରି ରହିଥିଲା। ଏ ନେଇ କୋଲ୍‌ ଫିଲ୍ଡସ୍‌ରେ ଥିବା କୋଇଲା…

ଏଫ୍‌ଡିଆଇକୁ ୪ ଶ୍ରମିକ ସଙ୍ଗଠନର ବିରୋଧ: କୋଇଲା ଉତ୍ତୋଳନ, ପରିବହନ ଠପ୍‌

ତାଳଚେର,୨୫ା୯(ନି.ପ୍ର.)- କୋଇଲା ଉଦ୍ୟୋଗରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ)କୁ ବିରୋଧ ସହ ତୁରନ୍ତ ଏହାକୁ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ୪ ଗୋଟି ଶ୍ରମିକ ସଙ୍ଗଠନ ପକ୍ଷରୁ ତାଳଚେରରେ ଖଣିବନ୍ଦ ଆନ୍ଦୋଳନ କରାଯାଇଛି। ଫଳରେ ଏମ୍‌ସିଏଲ୍‌ର ଏଠାରେ ଥିବା…

କୋଇଲା ଅଭାବ ଯୋଗୁ ସଙ୍କଟରେ ନାଲ୍‌କୋ: ସିପିପିର ୫ ୟୁନିଟ୍‌ ବନ୍ଦ

ବଅଁରପାଳ,୨୫ା୯(ଡି.ଏନ.ଏ.)-ତାଳଚେରରେ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ଯୋଗୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋକୁ କୋଇଲା ଯୋଗାଣ ହୋଇପାରୁ ନାହିଁ। ଫଳରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଆବଶ୍ୟକ କୋଇଲା ନ ଥିବାରୁ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)ର ୫ଟି ୟୁନିଟ୍‌କୁ ନାଲ୍‌କୋ କର୍ତ୍ତୃପକ୍ଷ ବନ୍ଦ…

କୋଇଲା ଉଦ୍ୟୋଗରୁ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବି: ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨୪।୯(ନି.ପ୍ର.): ଅନୁଗୋଳ ଜିଲା ବିଏମ୍‌ସି, ଆଇଏନ୍‌ଟିୟୁସି, ଏଆଇଟିୟୁସି ଶ୍ରମିକ ସଂଗଠନ ପକ୍ଷରୁ କୋଇଲା ଉଦ୍ୟୋଗରୁ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ଫଳରେ ତାଳଚେର କୋଲ୍‌ ଫିଲ୍ଡସ୍‌ରେ ଥିବା ୯ଟି କୋଇଲା…

ଦବିଲା ୧୦ ଲକ୍ଷର ତିତ୍‌ଲି ପ୍ରକଳ୍ପ:ମଧୁପୁର ବନ୍ଧ ଭାଙ୍ଗିବା ଆଶଙ୍କା

ବନ୍ତଳା,୨୪।୯(ଡି.ଏନ.ଏ.) ଅନୁଗୋଳ ବ୍ଲକ ନନ୍ଦପୁର ପଞ୍ଚାୟତ ମଧୁପୁର ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ୨୦୧୮ ସାମୁଦ୍ରିକ ଝଡ଼ ତିତ୍‌ଲିରେ ନଷ୍ଟ ହେବା ସହିତ ପୋଖରୀ ହୁଡା ମଧ୍ୟ ଭାଙ୍ଗି ଯାଇଥିଲା। ସେହି ସମୟରେ ପଞ୍ଚାୟତ ପାଣ୍ଠିରୁ ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?