ନାଲ୍‌କୋରେ କୋଇଲା ସଙ୍କଟ: ସ୍ମେଲଟରରେ ବନ୍ଦ ହେଲା ୨୦ ପଟ୍‌

ବଅଁରପାଳ, ୨୬ା୯(ଡି.ଏନ.ଏ.) – ନାଲ୍‌କୋ ବିଦ୍ୟୁତ ପ୍ରକଳ୍ପରେ ଏବେ କୋଇଲା ସଙ୍କଟ ଯୋଗୁ ୧୦ରୁ ୫ଟି ୟୁନିଟ ବନ୍ଦ ରହିଛି। ଫଳରେ ସିପିପି ପ୍ଲାଣ୍ଟରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି। ଏହାର କୁପ୍ରଭାବ ସ୍ମେଲଟର ପ୍ଲାଣ୍ଟ ଉପରେ ପଡିଛି। ସ୍ମେଲଟରରେ ୯୬୦ ଟି ପଟ୍‌ ଥିବାବେଳେ ବୁଧବାର ସୁଦ୍ଧା ୨୦ଟି ପଟ୍‌ ବନ୍ଦ ରହିଛି। ସିପିପିରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇବା ଯୋଗୁ ପଟଗୁଡିକ ଲୋ କିଲୋ ଆମ୍ପିୟରରେ ଚାଲିଛି। ବୁଧବାର ପଟଲାଇନ-୧ ୧୬୭ କିଲୋ ଆମ୍ପିୟରରେ ଚାଲିଛି। ସେହିପରି ପଟଲାଇନ-୨ ୧୬୭ ଆମ୍ପିୟର, ପଟଲାଇନ-୩ ୧୭୪ ଓ ପଟଲାଇନ-୪ ୧୬୪ କିଲୋ ଆମ୍ପିୟରରେ ଚାଲିଛି। ବର୍ତ୍ତମାନ ନାଲ୍‌କୋ କର୍ତ୍ତୃପକ୍ଷ ଗ୍ରୀଡରୁ ଚଢ଼ାଦରରେ ବିଦ୍ୟୁତ୍‌ ଶକ୍ତି କ୍ରୟ କରି ପ୍ଲାଣ୍ଟକୁ ଚଳାଉଛନ୍ତି। ସିପିପିରୁ ବିଦ୍ୟୁତ ହ୍ରାସ ଯୋଗୁ କର୍ତ୍ତୃପକ୍ଷ ଶତାଧିକ ପଟକୁ ବନ୍ଦ କରିବା ପାଇଁ ଯୋଜନା କରିଛନ୍ତି। ମଙ୍ଗଳବାର ୧୦ଟି ପଟ୍‌ ବନ୍ଦ ହୋଇଥିବାବେଳେ ବୁଧବାର ଆଉ ୧୦ଟି ପଟ୍‌ ବନ୍ଦ କରାଯାଇଛି। ଏଥିଯୋଗୁ ସ୍ମେଲଟର ପ୍ଲାଣ୍ଟରେ ଆଲୁମିନିୟମ ଉତ୍ପାଦନ ହ୍ରାସ ପାଇଛି। ଗୋଟିଏ ପଟ୍‌ ୧୮୫ କିଲୋ ଆମ୍ପିୟରରେ ଚାଲିଲେ ୧୪୫୦ କେଜି ତରଳ ଆଲୁମିନିୟମ ଉତ୍ପାଦନ ହୋଇଥାଏ। ହେଲେ ବର୍ତ୍ତମାନ ପଟଗୁଡିକ ଲୋ ଆମ୍ପିୟରରେ ଚାଲିବା ଯୋଗୁ ଗୋଟିଏ ପଟ୍‌ରୁ ୮୫୦ରୁ ୯୦୦ କେଜି ଆଲୁମିନିୟମ ଉତ୍ପାଦନ ହେଉଛି। କ୍ୟାପିଟାଲ ରିପେୟାର ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ପଟ୍‌ ବନ୍ଦ କରାଯିବାକୁ ନେଇ ନେସ୍‌ ସଙ୍ଗଠନ ପକ୍ଷରୁ ସାଧାରଣ ସମ୍ପାଦକ ନିର୍ମଳ ସାମଲ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri