ପିବିଡିଏରେ ବ୍ୟାପକ ଅର୍ଥ ହେରଫେର ଅଭିଯୋଗ: ଜିଲାପାଳଙ୍କୁ ଜଣାଇଲେ କୃଷି ଅଧିକାରୀ

ପାଲଲହଡ଼ା, ୨୭ା୯(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକର ପାଉଡି ଭୂୟାଁ ଜନଜାତିଙ୍କ ସାମାଜିକ ଓ ଆର୍ଥତ୍କ ବିକାଶ ପାଇଁ ରାଜ୍ୟ ସରକାର ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା (ପିବିଡିଏ) ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଦୁଇ ବର୍ଷ ହେବ ସରକାର ଓପିଲିପି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାକୁ ଭୁବନେଶ୍ୱରର ଏକ ଏନ୍‌ଜିଓ ଆଇଆରଡିଏମ୍‌ଏସ୍‌ (ଇନଷ୍ଟିଚ୍ୟୁଟ ଅଫ ରୁରାଲ ଡେଭେଲପମେଣ୍ଡ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ) କାର୍ଯ୍ୟକାରୀ କରୁଛି। ହେଲେ ଆଇଆରଡିଏମ୍‌ଏସ୍‌ର ପ୍ରକଳ୍ପ ପରିଚାଳକ ଏବଂ ପିବିଡିଏର ସ୍ବତନ୍ତ୍ର ଅଧିକାରୀ ବିଭିନ୍ନ ପ୍ରକଳ୍ପ ପାଇଁ ଆସୁଥିବା ଟଙ୍କାକୁ ଠିକ ଭାବେ ଖର୍ଚ୍ଚ ନ କରି ଅର୍ଥ ହେରଫେର ସହ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ଆଣିଛନ୍ତି ଆଇଆରଡିଏମ୍‌ଏସ୍‌ର କନିଷ୍ଠ କୃଷି ଅଧିକାରୀ ଅବିନାଶ ଦାସ। ଏ ସମ୍ପର୍କରେ ସେ ପିବିଡିଏର ଅଧ୍ୟକ୍ଷ ତଥା ଅନୁଗୋଳ ଜିଲାପାଳ, ଉପାଧ୍ୟକ୍ଷ ତଥା ପାଲଲହଡ଼ା ଉପଜିଲାପାଳ, ଢେଙ୍କାନାଳ ଏମ୍‌ପି ଏବଂ ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଆଦିବାସୀମାନଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ କରିବା ପାଇଁ ରୁଗୁଡ଼ିହ, ଶିଗଡ, ନଗିରା ଏବଂ ନୂଆଡ଼ିହ ଗ୍ରାମରେ ଯୋଜନା ଅଧୀନରେ ଦୁଇ ଦୁଇଟି ମୁଢି କଳ, ଧାନ କଳ ସ୍ଥାପନ କରାଯାଇଛି। ହେଲେ ଏହାର ଯନ୍ତ୍ରାଂଶ ଅତ୍ୟନ୍ତ ନିମ୍ନମାନର ହୋଇଥିବାବେଳେ ଏଗୁଡିକୁ ବଜ଼ାର ଦରଠାରୁ ଚଢାଦରରେ କିଣାଯାଇଛି। ପ୍ରକଳ୍ପ ଅଧୀନରେ ଚାଷ ପାଇଁ ପାଉଡି ଭୂୟାଁମାନଙ୍କୁ ଦିଆଯାଉଥିବା ଅଦା, ବିରି ଓ ଅନ୍ୟାନ୍ୟ ବିହନ ନିମ୍ନମାନର ଯୋଗାଣକରି ଲକ୍ଷ ଲକ୍ଷ ଟଙ୍କା ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହଡପ କରିଥିବା ଦାସ ଅଭିଯୋଗ ଆଣିଛନ୍ତି। ସେହିପରି କାର୍ଯ୍ୟାଳୟ ପାଇଁ ବିନା ଟେଣ୍ଡରରେ ଖୋଲା ବଜ଼ାର ଦର ଠାରୁ ଚଢାଦରରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଏବଂ ଅନ୍ୟାନ୍ୟ ଉପକରଣ କିଣାଯାଇଛି। ଯେଉଁଥିପାଇଁ ସଂସ୍ଥାକୁ ବହୁ ଟଙ୍କାର କ୍ଷତି ସହିବାକୁ ପଡିଛି I ୧୦ ଲକ୍ଷ ଲେଖାଏଁ ଟଙ୍କା ବ୍ୟୟରେ ଡାଲୋ ଏବଂ କୋଳିପାଳ ଗ୍ରାମରେ ଦୁଇଟି ଆଦର୍ଶ ନର୍ସରୀ ନିର୍ମାଣ କରାଯାଇଥିବାବେଳେ କୃଷି ଅଧିକାରୀଙ୍କ ବିନା ପରାମର୍ଶ ଏବଂ ଆଂଶିକ କାମ କରି ଅଧାରୁ ଅଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ସମସ୍ତ ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ପ୍ରକଳ୍ପ ପରିଚାଳକ ନିଜ ଇଚ୍ଛାରେ ଟଙ୍କା ଖର୍ଚ୍ଚ କରିବା ସହ ଅର୍ଥ ଆତ୍ମସାତ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ପ୍ରକଳ୍ପ ପରିଚାଳକ ରାଜେନ୍ଦ୍ର ପଟ୍ଟନାୟକଙ୍କୁ ତାଙ୍କ ଫୋନ ନମ୍ବର ୭୦୭୭୫୩୮୪୬୫, ୬୩୭୨୬୯୭୯୦୭ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ସୁଇଚ ଅଫ ଥିବାରୁ ମତାମତ ମିଳିପାରିନାହିଁ। ପାଲଲହଡ଼ା ଉପଜିଲାପାଳ ଅଜିତ କୁମାର ପ୍ରଧାନ କୁହନ୍ତି, ଉକ୍ତ ଏନଜିଓ ବିରୋଧରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ହୋଇଛି। କିଛି ଦୁର୍ନୀତିର ପ୍ରମାଣ ମଧ୍ୟ ମିଳିଛି। ଏବେ ଆସିଥିବା କନିଷ୍ଠ କୃଷି ଅଧିକାରୀଙ୍କ ଅଭିଯୋଗର ତଦନ୍ତ ହେବ। ତଦନ୍ତ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri