ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ହାଟପଡ଼ା ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଡକାୟତି ଉଦ୍ୟମକୁ ଅନୁଗୋଳ ପୋଲିସ ପଣ୍ଡ କରିଦେଇଛି। ପାଟ୍ରୋଲିଂ କରୁଥିବା ପୋଲିସ ୪ ଦୁର୍ବୃତ୍ତଙ୍କୁ ଗିରଫ କରିଥିବାବେଳେ ଜଣେ ଚକ୍‌ମା ଦେଇ ଫେରାର ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ନଂ. ୭୫୬/୧୯ରେ ଏକ ମାମଲା ରୁଜୁ କରି ପୋଲିସ ଜରାସିଂହାର ସାଗର ସାହୁ(୨୧), ଅଙ୍ଗାରବନ୍ଧର ସୁବ୍ରତ କଟାର(୨୬), ବିହାର ଢାକମୋରେ ଅଞ୍ଚଳର ଅଜିତ ଶର୍ମା(୪୦) ଓ ଲସ୍‌କରି ଅଞ୍ଚଳର ଅରୁଣ ମଣ୍ଡଳ(୩୧)ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୧୨ଟି ୮ ଏମ୍‌ଏମ୍‌ ଜୀବନ୍ତ ଗୁଳି, ଗୋଟିଏ ଛୁରି ଓ ସୁନା ଅନୁଗୋଳ ଜବତ କରାଯାଇଛି।
ଏସ୍‌ଆଇ ସତ୍ୟରଞ୍ଜନ ଲେଙ୍କା ମଙ୍ଗଳବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ହାଟପଡ଼ା ଛକରେ କେତେଜଣ ସନ୍ଦିଗ୍ଧ ରୁଣ୍ଡ ହୋଇଥିବା ଖବର ପାଇ ଚଢ଼ାଉ କରିଥିଲେ। ଏହି ସମୟରେ ସମ୍ପୃକ୍ତ ୪ ଦୁର୍ବୃତ୍ତଙ୍କୁ ପୋଲିସ ମାଡ଼ି ବସିଥିବା ବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସମ୍ପୃକ୍ତ ଦୁର୍ବୃତ୍ତମାନେ ଗତ ୨୦ ତାରିଖରେ ଅଙ୍ଗାରବନ୍ଧ ଚଣ୍ଡିଖମଣ ସମ୍ମୁଖ ନିମାଇଁ ସାହୁଙ୍କ ଘରୁ ଡକାୟତି କରିଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି। ଗିରଫ ୨ ବିହାରୀ ଦୁର୍ବୃୃତ୍ତ ଅନୁଗୋଳ ଆସି ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri