କନ୍ତପଡା ୪୮ ଘଣ୍ଟା ଶଟ୍‌ଡାଉନ

ବଇଣ୍ଡା, ୧୧ା୫(ଡି.ଏନ.ଏ.)- ଅନୁଗୋଳରେ ୧୫ କରୋନା ରୋଗୀ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ଆଠମଲ୍ଲିକ ବ୍ଲକ କନ୍ତପଡା ସରପଞ୍ଚ ସୁଜ୍ଞାନୀ ପ୍ରଧାନ ଜିଲାପାଳଙ୍କ କ୍ଷମତା ବ୍ୟବହାର କରି ସୋମବାର କନ୍ତପଡାକୁ ୪୮ ଘଣ୍ଟା ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏ ନେଇ ସେ ଚିଠି (ନଂ. ୬୦୮/୧୧ା୦୫ା୨୦୨୦) ମାଧ୍ୟମରେ ପ୍ରଶାସନକୁ ଅବଗତ କରାଇଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଏହି ଅଞ୍ଚଳକୁ ବିଭିନ୍ନ ସ୍ଥାନରୁ ପ୍ରବାସୀ ଶ୍ରମିକ ଫେରୁଛନ୍ତି। ଏହି ରାସ୍ତା ଦେଇ ଅନୁଗୋଳ, ଆଠମଲ୍ଲିକ, ବଇଣ୍ଡା ଅଞ୍ଚଳକୁ ବହୁ ଯାନବାହନ ଯାତାୟାତ କରୁଛି। ସେଥିରୁ ଯାତ୍ରୀମାନେ କନ୍ତପଡା ଛକରେ ଓହ୍ଲାଇ ଜିନିଷ କିଣାକିଣି କରୁଛନ୍ତି। ତେଣୁ ସ୍ଥାନୀୟ ଜନସାଧାରଣଙ୍କ ସୁରକ୍ଷା ପାଇଁ ବୁଧବାର ସକାଳ ୧୦ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଶଟ୍‌ଡାଉନ ଘୋଷଣା କରାଯାଇଛି। ନିୟମ ନ ମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରପଞ୍ଚ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri