ପନ୍ଦର ସହ ପଡ଼ିଲା କୋଭିଡ୍‌ ପାଦ

ଅନୁଗୋଳ ଅଫିସ, ୧୧।୫:  ଗ୍ରୀନ୍‌ ଜୋନ୍‌ରେ ଥିବା ଅନୁଗୋଳକୁ ଛୁଇଁଛି ମହାମାରୀ କରୋନା ଭୂତାଣୁ। ଏକାବେଳେ ୧୫ ପଜିଟିଭ୍‌ଙ୍କୁ ନେଇ ଜିଲାରେ ପାଦ ଥାପିଛି କୋଭିଡ-୧୯। ରବିବାର ସକାଳେ ୧୩ ସଂକ୍ରମିତଙ୍କ ରିପୋର୍ଟ ଆସିବା ପରେ ତତ୍ପରତା ପ୍ରକାଶ କରିଛି ଜିଲା ପ୍ରଶାସନ। ଏହି ୧୫ ପଜିଟିଭଙ୍କ ମଧ୍ୟରୁ ୧୩ଜଣ ସୁରଟ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଯୁବକ ବୋଲି ଜଣାପଡ଼ିଛି। ତେବେ ସମସ୍ତେ କ୍ୱାରାଣ୍ଟାଇନରେ ଥିବାରୁ ଜିଲାବାସୀ ଭୟଭୀତ ହୁଅନ୍ତୁ ନାହିଁ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ଆଶ୍ୱାସନା ଦେଇଛନ୍ତି। ସମସ୍ତ ସଂକ୍ରମିତଙ୍କୁ ତାଳଚେରଠାରେ ନିର୍ମିତ କୋଭିଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସକାଳେ ଅନୁଗୋଳ ଜିଲାରେ ୧୩ ପଜିଟିଭ ଥିବା କୁହାଯାଇଥିଲା। ସେହିପରି ସନ୍ଧ୍ୟାରେ ଆଉ ୨ ଜଣଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦିଆଯାଇଥିଲା। ଆକ୍ରାନ୍ତମାନଙ୍କ ବୟସ ୨୧ରୁ ୩୬ ବର୍ଷ ମଧ୍ୟରେ ହୋଇଥିବା ବେଳେ ୧୩ଜଣ ନିକଟରେ ସୁରଟରୁ ଫେରି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ତେବେ ସଂକ୍ରମିତ ଯୁବକମାନଙ୍କ ମଧ୍ୟରୁ ସର୍ବାଧିକ ଆଠମଲ୍ଲିକ ବ୍ଲକ ଅଞ୍ଚଳର। ଅନ୍ୟମାନେ ଅନୁଗୋଳ, ବଅଁରପାଳ ଓ ଛେଣ୍ଡିପଦାର ବୋଲି ଜଣାପଡ଼ିଛି। ଅନୁଗୋଳ ଜିଲାରେ କରୋନା ଆକ୍ରାନ୍ତଙ୍କ ଥିବା ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ହଇଚଇ ଖେଳିଯାଇଥିଲା। ଏପରି କି ଅନୁଗୋଳ ସହର ସହ ଜିଲାର ବିଭିନ୍ନ ବଜାର ପୂର୍ବାହ୍ନରୁ ଖଁା ଖଁା ହୋଇଯାଇଥିଲା। ଜରୁରୀ କାମରେ ବାହାରିଥିବା ଲୋକମାନେ ମଧ୍ୟ ଶୀଘ୍ର ଘରକୁ ପଳାଇ ଯାଇଥିବା ଦେଖାଯାଇଥିଲା। ପରେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ତହସିଲଦାର ନେହୁରୁ ମାଝି, ଏସ୍‌ଡିପିଓ ଅଶ୍ୱିନୀ ସାହୁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, ମେଡିକାଲ ଟିମ୍‌ର ସୁବାସ ଚନ୍ଦ୍ର ବେହେରା, ଅନୁଗୋଳ ପୌରପାଳିକା କର୍ମଚାରୀ ପ୍ରମୁଖଙ୍କ ସହ ଅନ୍ୟମାନେ ସମସ୍ତ ଆକ୍ରାନ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଳଚେରରେ ହୋଇଥିବା କୋଭିଡ-୧୯ ହସ୍ପିଟାଲକୁ ପଠାଇଥିଲେ। ସକାଳେ ରିପୋର୍ଟ ଆସିଥିବା ୧୩ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ପଜିଟିଭ୍‌ ୱାର୍ଡରେ ରଖାଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳର ସଂକ୍ରମିତ ଯୁବକଙ୍କୁ ଅବଜରଭେସନ୍‌ ଗୃହରେ ରଖାଯାଇଛି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଜିଲାକୁ ପାଖାପାଖି ୧୭ ହଜାର ପ୍ରବାସୀ ଆସିବେ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଥିଲା। କିନ୍ତୁ ଶନିବାର ସୁଦ୍ଧା ୫୪୦ ଜଣ ଫେରିଥିବାବେଳେ ସୁରଟ ଓ ମହାରାଷ୍ଟ୍ରରୁ ୧୦୯ ଜଣ ରବିବାର ଓଡ଼ିଶା ଆସିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri