ଅନୁଗୋଳ

ବାଉଁଶ ବିନ୍ଧାଣି ‘ଭାଗୀରଥି ସାର୍‌’

କାମାକ୍ଷାନଗର, ୧୫।୨(ସୁଧୀର କୁମାର ପରିଡ଼ା):  ବାଉଁଶରୁ କାରିଗରି। ଡ୍ରେସିଂ ଟେବୁଲ, ଫୁଲଦାନି, ପେନ୍‌ଷ୍ଟାଣ୍ଡଠାରୁ ଆରମ୍ଭ କରି ବିଭିନ୍ନ ଘରସଜ୍ଜା ଉପକରଣ। ଦେଖିଲେ ଆଖି ଲାଖିଯିବ। ନିର୍ଜୀବ ବାଉଁଶରୁ ଏଭଳି କଳାକୃତି ତିଆରି କରି ପ୍ରଶଂସା ସାଉଁଟୁଛନ୍ତି ଭାଗୀରଥି ସାର୍‌। ଶିକ୍ଷକତା ବୃତ୍ତିରେ…

କ୍ଷତି ସହୁଛନ୍ତି ବିସ୍ଥାପିତ

ବନ୍ତଳା,୧୫ା୨: ଡେରଜାଙ୍ଗ ଡ୍ୟାମ୍‌ବୁଡ଼ି ଅଞ୍ଚଳର ୩୦ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାର ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଗୁରଙ୍ଗ କରଡ଼ାବଣିରେ ଥଇଥାନ କରିଥିଲେ। ଘର ପାଇଁ ଜାଗା ସହ ଜୀବିକା ନିର୍ବାହ ନିମନ୍ତେ ଜମି ଦେଇଥିଲେ। ନିକଟସ୍ଥ ଗୁରଙ୍ଗ ଡ୍ୟାମ୍‌ରୁ ଜଳସେଚନ ସୁବିଧା…

ବାହାଘର ପ୍ରସେଶନ ବେଳେ ଲାଗିଲା ନିଆଁ

ଛେଣ୍ଡିପଦା,୧୪ା୨: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଚନ୍ଦନ ନଗରଠାରେ ରବିବାର ବାଣରୁ ନିଆଁ ଲାଗି ଏକ ପାଳଭାଡି ଜଳିଯାଇଛି। ଢେଙ୍କାନାଳ ଅଞ୍ଚଳର ଏକ ବାହାଘର ପ୍ରସେଶନ ଚାଲିଥିବା ବେଳେ ବରଯାତ୍ରୀ ଫୁଟାଉ ଥିବା ବାଣର ନିଆଁ ରୁଦ୍ର ବେହେରାଙ୍କ ପାଳଭାଡି…

ଡଙ୍ଗାରେ ନଦୀ ପାର ହେଉଥିବା ସମୟରେ ଭାସିଗଲେ

କଣିହାଁ,୧୪।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଟିକିରା ନଦୀରେ କରଡେଇ ଘାଟରେ ଡଙ୍ଗାରେ ପାର ହେଉଥିବାବେଳେ ଜଣେ ବ୍ୟକ୍ତି ଭାସିଯାଇ ନିଖୋଜ ଥିବା ଜଣାପଡ଼ିଛି। ତାଙ୍କ ନାମ ପବିତ୍ର ପ୍ରଧାନ (୫୦) ହୋଇଥିବା ବେଳେ ଘର କଣିହାଁ ଥାନା ଚିନ୍ତାମଣିପୂର ବୋଲି…

କାର୍ଯ୍ୟକ୍ଷମ ହେଉନି ବାଣିଜ୍ୟକର କାର୍ଯ୍ୟାଳୟ

ତାଳଚେର, ୧୪ା୨ (ନି.ପ୍ର.) ତାଳଚେରଠାରେ ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି। କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଗତ ଅଢେଇ ବର୍ଷରୁ ଊଦ୍ଧ୍ୱର୍ର୍ ହେଲା ଏହି କାର୍ଯ୍ୟାଳୟର କାଗଜପତ୍ର ଓ ଆସବାବପତ୍ର ଉପଜିଲାପାଳଙ୍କ ଅଫିସ…

ପ୍ରଭାବିତ ହୋଇନି ସାତକୋଶିଆ ପର୍ଯ୍ୟଟନ

ବନ୍ତଳା,୧୩ା୨: ମହାମାରୀ କୋଭିଡ୍‌-୧୯ ପ୍ରଭାବ ଅନୁଗୋଳ ଜିଲା ସାତକୋଶିଆ ପର୍ଯ୍ୟଟନ ଉପରେ ପଡ଼ିନାହିଁ। କଟକଣା ସତ୍ତ୍ୱେ ଗତ ଅକ୍ଟୋବର ମାସରେ ଅଭୟାରଣ୍ୟ ଖୋଲାଯିବା ପରଠାରୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାତକୋଶିଆର ଅପରୂପ ପ୍ରାକୃତିକ ଶୋଭା ଦେଖିବାକୁ ରାଜ୍ୟ…

ଗାଁ ସ୍ୱଚ୍ଛ, ସହର ଅସ୍ୱଚ୍ଛ

ଛେଣ୍ଡିପଦା,୧୨ା୨(ସ୍ବ.ପ୍ର.): ସ୍ବଚ୍ଛ ଭାରତ ଯୋଜନାରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକକୁ ସଫଳତା ମିଳିଛି। ବ୍ଲକ ଅଞ୍ଚଳର ଗାଁଗୁଡ଼ିକ ବାହ୍ୟମଳମୁକ୍ତ ହୋଇପାରିଥିବା ଦାବି କରାଯାଉଛି। ଏଥିପାଇଁ ପ୍ରଶାସନ ପ୍ରଶଂସା ମଧ୍ୟ ସାଉଣ୍ଟିଛି। ହେଲେ ସହର କିପରି ସ୍ବଚ୍ଛ ହେବ ସେକଥା ବ୍ଲକ ପ୍ରଶାସନ ଭୁଲିଯାଇଥିବା…

ଭୟାବହ ଅଗ୍ନିକାଣ୍ଡ: ୨୦ ମେଣ୍ଢା ଜୀବନ୍ତ ଦଗ୍ଧ

ଅନୁଗୋଳ ଅଫିସ୍‌/ବନ୍ତଳା,୧୧।୨(ଡି.ଏନ୍‌ଏ):ଅନୁଗୋଳ ଜିଲା ବନ୍ତଳା ଥାନା ସଙ୍ଖପୁର ପଞ୍ଚାୟତ ଖାଲଙ୍ଗାରେ ବୁଧବାର ମଧ୍ୟରାତ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖବର ପାଇ ଅନୁଗୋଳର ଦୁଇଟି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ତେବେ ନିଆଁରେ ସବୁକିଛି…

ତାଳଚେର ସବୁଠୁ ବଡ଼ କ୍ଷେତ୍ର ହୋଇପାରିବ

ତାଳଚେର,୧୦ା୨(ନି.ପ୍ର.) – ଅନୁଗୋଳ ଜିଲା ତାଳଚେରଠାରେ ଥିବା ମହାନଦୀ କୋଲ୍‌ ଫିଲଡ୍‌ସ ଲିମିଟେଡ (ଏମ୍‌ସିଏଲ୍‌) ବର୍ତ୍ତମାନ ସୁଦ୍ଧା ୧୨୦ ମିଲିୟନ ଟନ୍‌ କୋଇଲା ଉତ୍ତୋଳନ କରିସାରିଛି। ଏହି ଉତ୍ପାଦନ ହାର ବଜାୟ ରହିଲେ ଏମ୍‌ସିଏଲ୍‌ ଆଗାମୀ ଦିନରେ କୋଲ୍‌ ଇଣ୍ଡିଆ (ସିଆଇଏଲ୍‌)ର…

‘ବସୁଧା’ରୁ କୁରୁମଟାପ ବଞ୍ଚିତ

ପରିକ୍ଷିତ ସାହୁ ବଇଣ୍ଡା,୧୦ା୨ – ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାଇପ୍‌ ପାଣି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଛି। ବିଶେଷକରି ‘ବସୁଧା’ ଯୋଜନାରେ ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା…

ଜାଗିନି ଜନସ୍ୱାସ୍ଥ୍ୟ ବିଭାଗ

ଅନୁଗୋଳ ଅଫିସ, ୯।୨: ଛତୁ ଫୁଟିଲା ଭଳି ଅନୁଗୋଳ ଜିଲାରେ ଖୋଲିଛି ଖାଦ୍ୟ ସାମଗ୍ରୀ ଦୋକାନ। କେଉଁଠି ରାସ୍ତା କଡ଼ରେ ବିରିୟାନୀ ବିକ୍ରି ହେଉଛି ତ ଆଉ କେଉଁଠି ତେଲଭାଜି ଦୋକାନରେ ଗ୍ରାହକଙ୍କ ଭିଡ଼ ବଢ଼ୁଛି। କେବଳ ଅନୁଗୋଳ ସହରକୁ ଉଦାହରଣ ଭାବେ…

ନକଲି ସାମଗ୍ରୀ ହବ୍‌ ଅନୁଗୋଳ

ଅନୁଗୋଳ ଅଫିସ, ୭।୨: ଯେତେ ଖୋଜିଲେ ସେତେ ବାହାରୁଛି। କମ୍ପାନୀ ଖୋଲି ଖାଦ୍ୟ ନାମରେ ଚାଲିଛି ବିଷ ବେପାର। ଭେଜାଲ ସାମଗ୍ରୀର ହବ୍‌ ପାଲଟିଛି ଶିଳ୍ପ ଜିଲା ଅନୁଗୋଳ। ନକଲି ତେଲ, ଅଟା, ହଳଦୀଗୁଣ୍ଡ ପରେ ସହର ଉପକଣ୍ଠ କୁମଣ୍ଡ-ଭଣ୍ଡୁବର ଅଞ୍ଚଳରୁ ଶନିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri