ବଳ ଯାହାର ବୁଢ଼ାପଙ୍କ ତାହାର

ବଅଁରପାଳ,୧୫ା୨: ଅନୁଗୋଳ ଇତିହାସରେ ଗଡ଼ ବୁଢ଼ାପଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଏହା ଥିଲା ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ଅଭେଦ୍ୟ ଦୁର୍ଗ। କିନ୍ତୁ ବ୍ରିଟିଶ୍‌ ଶାସନ ସମୟରେ ଏହାକୁ ଦଖଲ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଢେଙ୍କାନାଳ ରାଜା ସୁର ପ୍ରତାପ ସିଂହ। ସେତେବେଳେ ଦୁଇ ରାଜାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ପରାକ୍ରମ ଦେଖାଇଥିଲେ ଅନୁଗୋଳ ରାଜାଙ୍କ ମଲ୍ଲମାନେ। ଏଥିରେ ଆରାଧ୍ୟ ଦେବୀ ମା’ କଳାପାଟଙ୍କ ସହାୟତା ସମ୍ପର୍କରେ ଆଜି ବି ଶୁଣିବାକୁ ମିଳେ ବୟସ୍କଙ୍କ ମୁହଁରୁ।
ବୁଢ଼ାପଙ୍କର କେତେଜଣ ବରିଷ୍ଠ ନାଗରିକ କହିଛନ୍ତି, ବାହ୍ୟଶତ୍ରୁଙ୍କ ପ୍ରବେଶ ରୋକିବା ପାଇଁ ଅନୁଗୋଳ ରାଜା ସେତେବେଳେ ଚତୁଃପାର୍ଶ୍ୱରେ ତିଆରି କରିଥିଲେ ଗଡ଼ଖାଇ। ଆଉ ଏହାକୁ ଜଗି ରହିଲେ ମଲ୍ଲମାନେ। ଫଳରେ ଗଡ଼ଖାଇ ଦେଇ ଗଡ଼ ବୁଢାପଙ୍କକୁ ପ୍ରବେଶ କରିବାକୁ କେହି ସାହସ ଜୁଟାଇ ପାରୁ ନ ଥିଲେ। ହେଲେ ନିଜ ବାହୁବଳରେ ବୁଢ଼ାପଙ୍କକୁ ଛଡ଼ାଇ ନେବାକୁ ଚାହଁୁଥିଲେ ଢେଙ୍କାନାଳ ରାଜା ସୁର ପ୍ରତାପ ସିଂହ। ଏଥିପାଇଁ ବର୍ଷବର୍ଷ ଧରି ନାନା ଯୋଜନା କରିଥିଲେ। ଏପରି କି ଅନୁଗୋଳ ସୀମା ଭିତରକୁ ପ୍ରବେଶ କରିବେ ବୋଲି ଅନୁଗୋଳ ରାଜାଙ୍କୁ ଚେତାବନୀ ଦେଇଥିଲେ। ଢେଙ୍କାନାଳ ରାଜାଙ୍କ ନିକଟରେ ଏପରି ମଲ୍ଲ ଥିଲେ, ଯାହାଙ୍କୁ କେହି ପରାସ୍ତ କରିପାରୁ ନ ଥିଲେ। ସେହିପରି ଅନୁଗୋଳ ରାଜାଙ୍କ ୨ ମଲ୍ଲ ସିନ୍ଧୁ ଓ ଚମ୍ପତିରାୟ ଯୁଦ୍ଧ କୌଶଳରେ ଅତି ନିପୁଣ ଥିଲେ। ତଥାପି ଢେଙ୍କାନାଳର ମଲ୍ଲଙ୍କ ସମ୍ମୁଖୀନ ହେବାକୁ ସେମାନେ ଚାହୁଁ ନ ଥିଲେ। ଏଥିପାଇଁ ସିନ୍ଧୁ ଓ ଚମ୍ପତିରାୟ ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ମା’ କଳାପାଟଙ୍କ ଶରଣାପନ୍ନ ହୋଇଥିଲେ। ମା’ ସେମାନଙ୍କୁ ଆଶୀର୍ବାଦ କରିବା ସହ ଏକ କଳାଟୀକା ଦେଇଥିଲେ। ଏହି କଳାଟୀକା ଯେଉଁଦିନ ନାଲି ସିନ୍ଦୂର ପାଲଟିବ, ସେହିଦିନ ଢେଙ୍କାନାଳ ମଲ୍ଲମାନଙ୍କ ସହ ଯୁଦ୍ଧ କରିବାକୁ ମା’ କହିଥିଲେ। ଏଥିସହ ମା’ ଏକ ପଥର ମଧ୍ୟ ପ୍ରଦାନ କରିଥିଲେ, ଯାହାକୁ ମଲ୍ଲମାନେ ଧାରଣ କରିବା ପରେ ସେମାନଙ୍କୁ କେହି ପରାଜିତ କରିବାରେ ସକ୍ଷମ ହୋଇ ନ ଥିଲେ। ମା’ଙ୍କ ଏହି ସହାୟତା ପାଇଁ ଢେଙ୍କାନାଳ ରାଜାଙ୍କ ମଲ୍ଲମାନଙ୍କୁ ଅନୁଗୋଳ ରାଜା ପରାସ୍ତ କରିପାରିଥିଲେ। ସେବେଠୁ ‘ବଳ ଯାହାର, ବୁଢ଼ାପଙ୍କ ତାହାର’ ବୋଲି ଇତିହାସ ରହିଛି। ବୁଢ଼ାପଙ୍କର ଅନେକ ପାଇକ ଯୋଦ୍ଧା ବିଭିନ୍ନ ଯାନିଯାତ୍ରା, ପର୍ବପର୍ବାଣିରେ ଦିଲ୍ଲୀ ଦରବାରରେ ନିଜର କଳାକୌଶଳ ପ୍ରଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି। ଉକ୍ତ ଗ୍ରାମରେ ଏବେ ୪ଟି ପାଇକ ଦଳ ରହିଛନ୍ତି। ସେମାନେ ବିଭିନ୍ନ ସ୍ଥାନକୁ ଯାଇ ସମର କଳା ଦେଖାଇ ନିଜ ପୂର୍ବଜଙ୍କ ପରାକ୍ରମର ପରିଚୟ ଦେଉଛନ୍ତି।

କଳା ସିନ୍ଦୂର ହେଲା ନାଲି
କଳାପାଟ ହେଲେ ଆମର ଅଧିଷ୍ଠାତ୍ରୀ ଦେବୀ। ମା’ଙ୍କ ବିନା ସହାୟତାରେ ଢେଙ୍କାନାଳ ରାଜାଙ୍କୁ ହରାଇବା ଅନୁଗୋଳ ରାଜାଙ୍କ ପକ୍ଷେ ସମ୍ଭବ ହୋଇ ନଥା’ନ୍ତା। ମା’ଙ୍କ ଆଶୀର୍ବାଦରୁ କଳା ସିନ୍ଦୂର ନାଲି ହୋଇଯାଇଥିଲା। ସେଥିପାଇଁ ଅନୁଗୋଳର ମଲ୍ଲମାନେ ଯୁଦ୍ଧରେ ବିଜୟୀ ହୋଇ ପାରିଥିଲେ।
– ନିରଞ୍ଜନ ସାମଲ

ଗଡ଼ ପାଇଁ ଲଢ଼ିଥିଲେ ମଲ୍ଲ
ଅନୁଗୋଳର ବୁଢ଼ାପଙ୍କକୁ ଅକ୍ତିଆର କରିବା ପାଇଁ ହୋଇଥିଲା ଲଢ଼େଇ। ଦୁଇ ରାଜ୍ୟ ସୀମାରେ ମୁହଁାମୁହଁି ହୋଇଥିଲେ ଉଭୟ ରାଜାଙ୍କ ମଲ୍ଲମାନେ। ତେବେ ମା’ କଳାପାଟଙ୍କ କରୁଣା ହିଁ ଅନୁଗୋଳର ମଲ୍ଲମାନଙ୍କୁ ବିଜେତା କରିଥିଲା। ଆଉ ଅନୁଗୋଳ ରାଜା ଗଡ଼ ବଞ୍ଚାଇବାରେ ସଫଳ ହୋଇଥିଲେ।
– ନେପାଲି ନାୟକ, ପାଇକ ଆଖଡ଼ାଗୁରୁ, ବୁଢ଼ାପଙ୍କ

ବାହ୍ୟ ଶତ୍ରୁଙ୍କ ପାଇଁ ଅଭେଦ୍ୟ ଥିଲା
ଅନୁଗୋଳର ଶେଷ ରାଜା ସୋମନାଥ ସିଂହଙ୍କ ବୁଢ଼ାପଙ୍କକୁ କୌଣସି ସ୍ଥିତିରେ ହାତଛଡ଼ା କରିବାକୁ ଚାହଁୁ ନ ଥିଲେ। ସେଥିପାଇଁ ଗଡ଼ଖାଇ ଚାରିପଟେ ବଛା ବଛା ପାଇକ ଯୋଦ୍ଧାମାନଙ୍କୁ ନିଯୁକ୍ତ କରିଥିଲେ। ସେମାନଙ୍କ ପରାକ୍ରମ ପାଇଁ ଏହା ଶେଷଯାଏ ବାହ୍ୟ ଶତ୍ରୁଙ୍କ ପାଇଁ ଅଭେଦ୍ୟ ହୋଇ ରହିଥିଲା।
– ବସନ୍ତ ବେଉରା, ବରିଷ୍ଠ ନାଗରିକ


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri