ପୈଠକରୁ ପଞ୍ଚାୟତ

ବଇଣ୍ଡା,୧୬ା୨: ପଞ୍ଚାୟତକୁ ପାଇପ୍‌ ପାଣି ଯୋଗାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଗାଁଗୁଡ଼ିକରେ ଜଳଯୋଗାଣ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ହେଲେ କେଉଁଠି ଏହାର ରକ୍ଷଣାବେକ୍ଷଣ କରାଯାଉ ନାହିଁ ତ ଆଉ କେଉଁଠି ଆବଶ୍ୟକ ବିଦ୍ୟୁତ୍‌ ବିଲ୍‌ ପଞ୍ଚାୟତ ପକ୍ଷରୁ ଭରଣା କରାଯାଉ ନାହିଁ। ଫଳରେ ପ୍ରକଳ୍ପ ଅଚଳ ହେଲେ କିମ୍ବା ବିଦ୍ୟୁତ୍‌ ବିଚ୍ଛିନ୍ନ କରାଗଲେ ଅସୁବିଧା ଭୋଗୁଛନ୍ତି ଲୋକେ। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ମୋଟ ୪୭ଟି ପଞ୍ଚାୟତ ମଧ୍ୟରୁ ୨୯ଟି ପଞ୍ଚାୟତ ଉପରେ ୪୧ ଲକ୍ଷ ୨୬ ହଜାର ୭୦ ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ପଡ଼ିଥିବା ବେଳେ ଗୋଟିଏ ପ୍ରକଳ୍ପରୁ ବିତରଣକାରୀ ସଂସ୍ଥା ବିଦ୍ୟୁତ୍‌ ସଂଯୋଗ କାଟିଦେଇଛି। ଆଗକୁ ଗ୍ରୀଷ୍ମ ଆସୁଥିବା ବେଳେ ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ସୂଚନା ଅନୁଯାୟୀ, କିଶୋରନଗର ବ୍ଲକ ଆମ୍ବପାଳ ପଞ୍ଚାୟତର ୩ଟି ଜଳଯୋଗାଣ ପ୍ରକଳ୍ପ ଉପରେ ୧ ଲକ୍ଷ ୩ ହଜାର ୮୬୬ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। ଅଙ୍ଗପଡ଼ା ପଞ୍ଚାୟତ ୨ ପ୍ରକଳ୍ପର ୧ ଲକ୍ଷ ୧୩ ହଜାର ୯୫୭ ଟଙ୍କା ବାକି ରହିଥିବାବେଳେ ବାମୁର ପଞ୍ଚାୟତର ୩ଟି ପ୍ରକଳ୍ପର ୬୫ ହଜାର ୨୭୬ ଟଙ୍କା, ଧଡ଼ରପାଳ ପଞ୍ଚାୟତର ଗୋଟିଏ ପ୍ରକଳ୍ପ ଉପରେ ୬୮ ହଜାର ୪୯୫ ଟଙ୍କା, ଧଉରାପାଲି ପଞ୍ଚାୟତର ୨ଟି ପ୍ରକଳ୍ପର ୫୩ ହଜାର ୩୬୧ ଟଙ୍କା, ହିମିତିରା ପଞ୍ଚାୟତର ୩ଟି ପ୍ରକଳ୍ପର ୨ ଲକ୍ଷ ୭୨ ହଜାର ୨୦୮ ଟଙ୍କା, ଜଏରାଟ ପଞ୍ଚାୟତର ୫ ପ୍ରକଳ୍ପର ୨ ଲକ୍ଷ ୯ ହଜାର ୩୫୦ ଟଙ୍କା, ଝରାବେରେଣୀର ଗୋଟିଏ ପ୍ରକଳ୍ପ ଉପରେ ୧ ଲକ୍ଷ ୮୪ ହଜାର ୯୮୭ ଟଙ୍କା, କଦଳୀମୁଣ୍ଡା ପଞ୍ଚାୟତର ୨ଟି ପ୍ରକଳ୍ପର ୧ ଲକ୍ଷ ୨୨ ହଜାର ୩୧୦ ଟଙ୍କା, ନାକିଚି ପଞ୍ଚାୟତର ୩ଟି ପ୍ରକଳ୍ପର ୨ ଲକ୍ଷ ୪୫ ହଜାର ୪୬୩ ଟଙ୍କା, ଓଷ୍କାପାଲି ପଞ୍ଚାୟତର ୮ ପ୍ରକଳ୍ପର ୨ ଲକ୍ଷ ୬୫ ହଜାର ୮୭୮ ଟଙ୍କା, ରଣିଆକଟା ପଞ୍ଚାୟତର ୩ ପ୍ରକଳ୍ପ ଉପରେ ୧ ଲକ୍ଷ ୫୨ ହଜାର ୯୯୯ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି ରହିଛି। ସେହିପରି ସଞ୍ଜାମୁରା ପଞ୍ଚାୟତର ୨ ପ୍ରକଳ୍ପର ୧ ଲକ୍ଷ ୩୮ ହଜାର ୬୫୯ ଟଙ୍କା, ଉରୁକୁଳା ପଞ୍ଚାୟତର ୨ ପ୍ରକଳ୍ପର ୩୨ ହଜାର ୩୮୩ ଟଙ୍କା, ହଣ୍ଡପା ପଞ୍ଚାୟତର ୩ ପ୍ରକଳ୍ପର ୪ ଲକ୍ଷ ୧୮ ହଜାର ୮୧୮ ଟଙ୍କା, ଲୁହାମୁଣ୍ଡା ପଞ୍ଚାୟତର ୨ ପ୍ରକଳ୍ପର ୧ ଲକ୍ଷ ୧ ହଜାର ୯୦୮ ଟଙ୍କା, କଟରଙ୍ଗା ପଞ୍ଚାୟତର ଗୋଟିଏ ପ୍ରକଳ୍ପର ୫୧ ହଜାର ୨୧୧ ଟଙ୍କା, ଗାଁବଇଣ୍ଡା ପଞ୍ଚାୟତର ୪ ପ୍ରକଳ୍ପ ଉପରେ ୭ ଲକ୍ଷ ୯ ହଜାର ୬୭୦ ଟଙ୍କା, ଜାମ୍ବୁନାଳୀ ପଞ୍ଚାୟତର ଗୋଟିଏ ପ୍ରକଳ୍ପ ଉପରେ ୫୨ ହଜାର ୨୩ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି ରହିଥିଲେ ମଧ୍ୟ ପୈଠ କରାଯାଉ ନାହିଁ। ସେହିପରି ଆଠମଲ୍ଲିକ ବ୍ଲକର ପାଇକସାହି ପଞ୍ଚାୟତ ୩ ପ୍ରକଳ୍ପ ଉପରେ ୬୬ ହଜାର ୯୪୩ ଟଙ୍କା, ପେଡ଼ିପଥର ପଞ୍ଚାୟତର ୪ ପ୍ରକଳ୍ପ ଉପରେ ୨୭ ହଜାର ୯୨୫ ଟଙ୍କା, କୃତ୍ତିବାସପୁର ପଞ୍ଚାୟତର ୨ ପ୍ରକଳ୍ପର ୬୨ ହଜାର ୮୭୧ ଟଙ୍କା, କୁରୁମଟାପ ପଞ୍ଚାୟତର ଗୋଟିଏ ପ୍ରକଳ୍ପର ୧୬୨୫ ଟଙ୍କା, କନ୍ତପଡ଼ା ପଞ୍ଚାୟତର ୨ ପ୍ରକଳ୍ପର ୪୯ ହଜାର ୧୫୦ ଟଙ୍କା, ଆମ୍ବସରମୁଣ୍ଡା ପଞ୍ଚାୟତର ୩ ପ୍ରକଳ୍ପର ୨ ଲକ୍ଷ ୫୭ ହଜାର ୭ଶହ ଟଙ୍କା, ସାନହୁଲା ପଞ୍ଚାୟତର ୨ ପ୍ରକଳ୍ପର ୮୨ ହଜାର ୬୭୬ ଟଙ୍କା, ଠାକୁରଗଡ଼ ପଞ୍ଚାୟତର ୨ ପ୍ରକଳ୍ପର ୫୩ ହଜାର ୨୨୦ ଟଙ୍କା, ସାପଘରା ପଞ୍ଚାୟତର ଗୋଟିଏ ପ୍ରକଳ୍ପର ୩୮ ହଜାର ୫୪୧ ଟଙ୍କା, ମଇମୁରା ପଞ୍ଚାୟତର ୨ ପ୍ରକଳ୍ପ ଉପରେ ୧୯ ହଜାର ୨୯୫ ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ରହିଛି। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏ ନେଇ ପଞ୍ଚାୟତଗୁଡ଼ିକୁ ଚିଠି କରାଯାଉଥିଲେ ମଧ୍ୟ ବକେୟା ପୈଠ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଏହି କାରଣରୁ କିଶୋରନଗର ବ୍ଲକ ଲୁହାମୁଣ୍ଡା ପଞ୍ଚାୟତର ଗୋଟିଏ ପ୍ରକଳ୍ପରୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି। ଫଳରେ ସେଠାକାର ଲୋକେ ପାଇପ୍‌ ପାଣିରୁ ବଞ୍ଚିତ ରହିଛନ୍ତି। ଏ ନେଇ କିଶୋରନଗର ବ୍ଲକ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି, ପ୍ରକଳ୍ପଗୁଡ଼ିକର ବିଲ୍‌ ପଞ୍ଚାୟତ ପକ୍ଷରୁ ଭରଣା କରାଯିବ। ଏଥିପାଇଁ ସମସ୍ତ ପଞ୍ଚାୟତ ଅଧିକାରୀଙ୍କୁ ଅବଗତ କରାଯିବ।

ଜନସାଧାରଣ ଅସୁବିଧା ନ ଭୋଗନ୍ତୁ
ଲୋକଙ୍କ ପାଇଁ ସରକାର ଯୋଜନା କରୁଥିଲେ ମଧ୍ୟ ଏହାକୁ ଠିକ୍‌ ଭାବେ ପରିଚାଳନା କରାଯାଉ ନାହିଁ। ଜଳ ପ୍ରକଳ୍ପଗୁଡ଼ିକର ବିଲ୍‌ ପଞ୍ଚାୟତ ପକ୍ଷରୁ ସବୁ ମାସରେ ପୈଠ କରାଗଲେ ଜନସାଧାରଣ ଅସୁବିଧାରେ ପଡ଼ନ୍ତେ ନାହିଁ। ସରପଞ୍ଚମାନେ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
-ରଣଜିତ ପଟ୍ଟନାୟକ, ସାମାଜିକ କର୍ମୀ
ପୈଠ ପାଇଁ ନିର୍ଦ୍ଦେଶ ଦିଆଯିବ
ଯେଉଁ ପ୍ରକଳ୍ପଗୁଡ଼ିକର ବିଦ୍ୟୁତ୍‌ ବିଲ୍‌ ବାକି ରହିଛି, ତାହାକୁ ଶୀଘ୍ର ପଇଠ କରିବା ନିମନ୍ତେ ବିଡିଓ ଓ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ଆଗକୁ ଗ୍ରୀଷ୍ମଋତୁ ଆସୁଥିବାରୁ କିଭଳି ଜନସାଧାରଣ ପାନୀୟ ଜଳ ପାଇବାରୁ ବଞ୍ଚିତ ନ ହେବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯିବ।
-ଲଳିତ ମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ
ସୋଲାର ବ୍ୟବସ୍ଥା ହେଉ
ସରକାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ। ଅଧିକାଂଶ ଅଞ୍ଚଳର ଲୋକେ ଏଯାଏ ପାଇପ୍‌ ପାଣିରୁ ବଞ୍ଚିତ ରହିଛନ୍ତି। ସମସ୍ତ ପ୍ରକଳ୍ପରେ ସୋଲାର ବ୍ୟବସ୍ଥା କରାଗଲେ ଏପରି ଅସୁବିଧା ସୃଷ୍ଟି ହୁଅନ୍ତା ନାହିଁ। ବିଦ୍ୟୁତ୍‌ ବାବଦ ଅର୍ଥ ଅନ୍ୟ କଲ୍ୟାଣକାରୀ କାର୍ଯ୍ୟରେ ଲାଗିପାରନ୍ତା।
– ଅରବିନ୍ଦ ସାହୁ, ବଇଣ୍ଡା
ଅଧିକ ବିଲ୍‌ ସଂଶୋଧନ କରାଯାଉ
ଗୋଟିଏ ବର୍ଷ ଗୋଟିଏ ପ୍ରକଳ୍ପର ବିଲ୍‌ ବହୁ ଅଧିକ ଆସିଥିଲା। ଏହାକୁ ସଂଶୋଧନ କରିବା ପାଇଁ ପଞ୍ଚାୟତ ପକ୍ଷରୁ ବିଭାଗୀୟ ଏସ୍‌ଡିଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି। ଏଯାଏ ତାହା ଉପରେ ପଦକ୍ଷେପ ନିଆଯାଇ ନାହିଁ। ସଂଶୋଧନ ବିଲ୍‌ ପ୍ରଦାନ କରାଗଲେ ବକେୟା ପୈଠ କରାଯିବ।
– ଅମୀୟ ପ୍ରଧାନ, ସରପଞ୍ଚ, ହଣ୍ଡପା
ସରପଞ୍ଚମାନେ ଗୁରୁତ୍ୱ ଦିଅନ୍ତୁ
ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସମସ୍ତ ବକେୟା ଦେବାକୁ ସରପଞ୍ଚମାନେ ଗୁରୁତ୍ୱ ଦିଅନ୍ତୁ। ଏହା କରା ନ ଗଲେ ସାଧାରଣ ଲୋକେ ପାଣି ପାଇବାରୁ ବଞ୍ଚିତ ହେବେ। ଯଥାଶୀଘ୍ର ବ୍ଲକ ପ୍ରଶାସନ ସରପଞ୍ଚମାନଙ୍କ ସହ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେଲେ ଗ୍ରାମବାସୀ ଉପକୃତ ହେବେ।
-ବିଭୁ ପ୍ରସାଦ ସେନାପତି, ଠାକୁରଗଡ଼
ପଞ୍ଚାୟତକୁ ଚିଠି ପଠାଯାଇଛି
ବକେୟା ରହିଥିବା ବିଦ୍ୟୁତ୍‌ ବିଲ୍‌ ପୈଠ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏ ନେଇ ସମସ୍ତ ପଞ୍ଚାୟତ ଅଧିକାରୀ, ଜଳଯୋଗାଣ ବିଭାଗକୁ ଅନୁରୋଧ କରାଯିବା ସହ ଚିଠି କରାଯାଇଛି। ହେଲେ ଏଥିରେ ବହୁ ବିଳମ୍ବ ହେଉଛି। ଶୀଘ୍ର ପଦକ୍ଷେପ ନେବାକୁ ପଞ୍ଚାୟତଗୁଡ଼ିକୁ ଅନୁରୋଧ କରାଯାଉଛି।
-ସିପକ ଦାସ, ଏସ୍‌ଡିଓ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri