ଟାର୍ଗେଟକୁ ନେଇ ଟୋକନଧାରୀ ଅସନ୍ତୁଷ୍ଟ

ଅନୁଗୋଳ ଅଫିସ, ୨୨।୨: ଚାଷୀଙ୍କଠାରୁ ଧାନ କିଣିବାକୁ ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା ହୋଇଛି। କେତେ ଅନ୍ନଦାତା କେତେ ଜମିରେ କରିଥିବା ଫସଲ ବିକ୍ରି କରିବେ ସେ ନେଇ ସରକାରଙ୍କୁ ତଥ୍ୟ ପ୍ରଦାନ କରାଯାଉଛି। ପଞ୍ଜୀକୃତ କୃଷକଙ୍କ ତାଲିକାକୁ ଦେଖି ସରକାରଙ୍କ ପକ୍ଷରୁ ଜିଲା ପ୍ରଶାସନକୁ ଟାର୍ଗେଟ ଦିଆଯାଉଥିବା ବେଳେ ସେହି ଅନୁଯାୟୀ ଟୋକନ ପ୍ରଦାନ କରାଯାଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଟୋକନ ପାଇଥିବା ଚାଷୀ ଧାନ ନେଇ ମଣ୍ଡିରେ ପହଞ୍ଚିଲା ବେଳକୁ ସରକାରୀ ଟାର୍ଗେଟ୍‌ ପୂରଣ ହୋଇଯାଇଥିବା କୁହାଯାଉଛି। ଅନୁଗୋଳ ଜିଲାରେ ପ୍ରଥମ ଦଫାରେ ଧାନ ବିକ୍ରି କରିପାରି ନ ଥିବା ୧୨ ହଜାରରୁ ଅଧିକ ଚାଷୀ ଦ୍ୱିତୀୟ ଟାର୍ଗେଟ୍‌କୁ ଚାହିଁ ବସିଛନ୍ତି। ହେଲେ ସରକାରଙ୍କ ପକ୍ଷରୁ ମାତ୍ର ୧୪ ହଜାର କୁଇଣ୍ଟାଲ ଉଠାଯିବାକୁ ସ୍ଥିର କରାଯାଇଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ଯୋଗାଣ ବିଭାଗ ପକ୍ଷରୁ ଜିଲାରେ ମୋଟ୍‌ ୯୪ଟି ମଣ୍ଡି କରାଯାଇଛି। ଏଥିରେ ୩୫ ହଜାର ୫୯୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୬୯ ହଜାର ୧୧୭ କୁଇଣ୍ଟାଲ ଧାନ କିଣାଯିବ ବୋଲି ଯୋଗାଣ ବିଭାଗ ଧାର୍ଯ୍ୟ କରିଥିଲା। ୨୩ ହଜାର ୩୪୧ ଚାଷୀଙ୍କ ନିକଟରୁ ଧାନ ଉଠାଯାଇଥିଲା। ଆହୁରି ୧୨ ହଜାରରୁ ଅଧିକ ପଞ୍ଜୀକୃତ ଚାଷୀ ଧାନ ବିକ୍ରି କରିବାକୁ ଅପେକ୍ଷା କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଜିଲାରୁ ମାତ୍ର ୧୪ ହଜାର କୁଇଣ୍ଟାଲ ଧାନ କିଣିବାକୁ ସରକାର ଟାର୍ଗେଟ ଦେଇଛନ୍ତି। ଏହା ଟୋକନଧାରୀମାନଙ୍କୁ ନିରାଶ କରିଛି। ଏଥିରେ ଅନୁଗୋଳ ଓ ବଅଁରପାଳ ବ୍ଲକର ଅଧିକ ଚାଷୀ ନ ଥିବାବେଳେ ତାଳଚେର ଓ ଛେଣ୍ଡିପଦା ବ୍ଲକର ଅଳ୍ପ ଏବଂ କଣିହଁା, ପାଲଲହଡ଼ା, ଆଠମଲ୍ଲିକ ଓ କିଶୋରନଗର ବ୍ଲକର ଅଧିକ ଚାଷୀ ରହିଛନ୍ତି। ଏସବୁ ବ୍ଲକରେ ଥିବା ବହୁ ସମବାୟ ସମିତିରେ ଅସନ୍ତୁଷ୍ଟ ଚାଷୀମାନେ ତାଲା ପକାଇ ସାରିଛନ୍ତି। କେତେକ ସମିତି ଆଗରେ ଧାନବସ୍ତା ସହ ଧାରଣା ଦେଇଛନ୍ତି। ତଥାପି ଧାନ କିଣା ସ୍ବାଭାବିକ ହୋଇପାରୁ ନାହିଁ। ଜିଲା ଯୋଗାଣ ବିଭାଗର ଖାମଖିଆଲ ନୀତି ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, କେତେକ ଅଞ୍ଚଳର ଚାଷୀ ଦୁଇ ଥର ଲେଖାଏ ଟୋକନ୍‌ ପାଇ ଧାନ ବିକ୍ରି କରିସାରିଛନ୍ତି। କିନ୍ତୁ ଅନେକଙ୍କଠାରୁ ଏଯାଏ ଥରୁଟିଏ ଧାନ ସଂଗ୍ରହ କରାଯାଇ ନାହିଁ। କିଛି ମଣ୍ଡିରେ ମାସ୍‌ (ମିଲର୍ସ ଅଥରିଟି ସ୍ଲିପ୍‌) ନ ଥିବା ଦର୍ଶାଇ ଟୋକନ୍‌ଧାରୀଙ୍କ ଠାରୁ ମିଲରମାନେ ଧାନ ଗ୍ରହଣ କରୁନାହାନ୍ତି। କେତେକ ମଣ୍ଡିରେ ଧାନ କିଣା ସମୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଟୋକନ ପାଇଥିବା ସମସ୍ତ ଚାଷୀ ଧାନ ବିକ୍ରି କରି ନ ଥିଲେ ମଧ୍ୟ ଟାର୍ଗେଟ୍‌ ପୂରଣ ହୋଇଥିବା ଯୋଗାଣ ବିଭାଗ କିପରି କହୁଛି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ତେଣୁ ପ୍ରଥମ ଦଫାରେ ଅନୁଗୋଳ ଜିଲାରେ ବହୁ ଅଣଚାଷୀ ଧାନ ବିକ୍ରି କରିଥିବା ସେମାନେ ଅଭିଯୋଗ କରିଛନ୍ତି। ସେହିପରି ଦଲାଲମାନେ ଗଁା ଗଁା ବୁଲି ସରକାର ଆଉ ଧାନ କିଣିବେ ନାହିଁ କହି କୁଇଣ୍ଟାଲ ପିଛା ୧୨ଶହ ଟଙ୍କା ଦେଇ ଧାନ ଉଠାଉଛନ୍ତି। ଏଥିଯୋଗୁ ଚାଷୀ ହଜାର ହଜାର ଟଙ୍କା କ୍ଷତି ସହୁଛନ୍ତି। ଖମାରରେ ଜଣେ ବ୍ୟବସାୟୀ ଧାନ ବିକ୍ରି କରୁଥିବାବେଳେ ପ୍ରଶାସନର ବରିଷ୍ଠ ଅଧିକାରୀ ଧରିଥିଲେ। କିନ୍ତୁ ତାଙ୍କ ବିରୋଧରେ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଏହା ସନ୍ଦେହ ସୃଷ୍ଟି କରୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି।

ଆଗାମୀ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ
ଅନୁଗୋଳ ଜିଲାରେ ବହୁ ଦଲାଲ ଓ ବ୍ୟବସାୟୀ ଧାନ ବିକ୍ରି କରୁଛନ୍ତି। ଚାଷୀମାନେ ଟୋକନ ଧରି ଘରେ ବସିଛନ୍ତି। ତଥାପି ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ଜିଲାରେ ପୂରଣ ହୋଇଥିବାରୁ ଏଥିରେ ବ୍ୟାପକ ଅନିୟମିତତା ହୋଇଛି। ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ କ୍ଷତି ସହିଥିବାରୁ ଆଗାମୀ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ।
-ଦିଲେଶ୍ୱର ପ୍ରଧାନ, ଜିଲା ଭାଜପା ସଭାପତି

ଜମି ନ ଥିବା ଲୋକ ଧାନ ବିକ୍ରି କରୁଛନ୍ତି
ପାଲଲହଡ଼ା ଅଞ୍ଚଳରେ ଜମି ନ ଥିବା ଲୋକମାନେ ମଣ୍ଡିରେ ଧାନ ବିକ୍ରି କରୁଛନ୍ତି। ବହୁ ଚାଷୀ ଟୋକନ୍‌ ପାଇଥିଲେ ମଧ୍ୟ ଧାନ ବିକ୍ରି କରିପାରୁନାହାନ୍ତି। ଅମଳ ଫସଲ ଧରି ମଣ୍ଡିରେ ପହଞ୍ଚିଥିବା ଚାଷୀଙ୍କଠାରୁ ସମିତି ସମ୍ପାଦକ ତାହା କିଣୁ ନ ଥିବାବେଳେ ଅଣଚାଷୀ କିଭଳି ଏହା ବିକ୍ରି କରିପାରୁଛନ୍ତି ତାହାର ତଦନ୍ତ ଜରୁରୀ।
-ନୀଳାମ୍ବର ସାମଲ, ଚାଷୀ, ପାଲଲହଡ଼ା

ବସ୍ତା ବାବଦ ଟଙ୍କା ପ୍ରଦାନ କରାଯାଉନାହିଁ
ଚାଷୀଙ୍କୁ ସମସ୍ୟାରେ ପକାଇବାକୁ ମଣ୍ଡିର ସମ୍ପାଦକମାନେ ଶପଥ ନେଇଛନ୍ତି। ଚାଷୀମାନେ ଟୋକନ୍‌ ପାଇବା ପରେ ବସ୍ତା ବଜାରରୁ କିଣି ଧାନ ବିକ୍ରି ପାଇଁ ନେଇଥାନ୍ତି। କିନ୍ତୁ ମଣ୍ଡିରେ ସେମାନଙ୍କୁ ବସ୍ତାର ମୂଲ୍ୟ ପ୍ରଦାନ କରାଯାଉ ନାହିଁ। ସରକାର ବସ୍ତା ବାବଦକୁ ୨୨ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଲୋକଙ୍କୁ ଏହା ପ୍ରଦାନ କରାଯାଉ ନାହିଁ।
-ବିଜୟ ମାଝି, ଚାଷୀ, ଆମ୍ବପାଳ ନତଡ଼ା

ଯୋଗାଣ ବିଭାଗର ଅପାରଗତାରୁ ସମସ୍ୟା
ହାତରେ ଟୋକନ ଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରୁନାହୁଁ। ଧାନ ମଣ୍ଡିକୁ ନେଇ ରାତିରେ ଶୀତ କାକରରେ ପଡ଼ି ରହୁଛୁ। ସମିତି ସମ୍ପାଦକ ଟାର୍ଗେଟ ପୂରଣ ହୋଇଯାଇଛି ଓ ମାସ୍‌ ଆସି ନାହିଁ ବୋଲି କହୁଛନ୍ତି। ଏହାକୁ ଯୋଗାଣ ବିଭାଗ ତଦାରଖ କରିବା କଥା। କିନ୍ତୁ ତାହା ହେଉ ନ ଥିବାରୁ ବିଭାଗର ଅପାରଗତା ପଦାରେ ପଡ଼ିଛି।
-ପ୍ରମୋଦ ଦେହୁରୀ, ଚାଷୀ, ମାଧପୁର

ଟାର୍ଗେଟ ପୂରଣ ହୋଇଥିବାରୁ ସମସ୍ୟା
ଜିଲାରେ ଯେତିକି ଧାନ କିଣିବାକୁ ଟାର୍ଗେଟ ଥିଲା ତାହା ପୂରଣ ହୋଇଛି। ତେବେ ସରକାରଙ୍କ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ୧୪ ହଜାର କୁଇଣ୍ଟାଲ ନୂଆ ଟାର୍ଗେଟ ଆସିଛି। ଏହାକୁ ଜିଲାର ୯୪ଟି ମଣ୍ଡିକୁ ଭାଗ କରି ପ୍ରଦାନ କରାଯିବ। ଜିଲାରେ ଅଧିକ ଧାନ ରହୁଥିବାରୁ ଜିଲାପାଳଙ୍କ ସହ ଆଲୋଚନା କରାଯାଇ ସରକାରଙ୍କୁ ଆଉ ଟାର୍ଗେଟ ଦେବାକୁ ପାଇଁ ଅନୁରୋଧ କରାଯିବ। ପାଲଲହଡ଼ା ଓ ଆଠମଲ୍ଲିକ ଉପଖଣ୍ଡରେ ଥିବା ସମସ୍ୟା ସମାଧାନ ପାଇଁ ବ୍ୟବସ୍ଥା କରାଯାଉଛି।
-ଶ୍ରୀନିବାସ ମିଶ୍ର, ସହକାରୀ ଯୋଗାଣ ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?