ତ୍ୱରାନ୍ବିତ ହେବ ଉପଖଣ୍ଡ ଉନ୍ନୟନ

ମାଧପୁର/ ଆଠମଲ୍ଲିକ,୧୭ା୨ – ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି)ର ବାର୍ଷିକ ଅନୁଦାନକୁ ରାଜ୍ୟ ସରକାର ଦ୍ୱିଗୁଣିତ କରିଛନ୍ତି। ଏଥିସହ ପରିଷଦ ଅଧୀନରେ ଆସୁଥିବା ୧୦ ଜିଲା ଓ ଅନୁଗୋଳ ଜିଲାର ଆଠମଲ୍ଲିକ ଉପଖଣ୍ଡରେ ଡବ୍ଲ୍ୟୁଓଡିସିର ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଉପଖଣ୍ଡବାସୀ ସ୍ବାଗତ କରିବା ସହ ଏହାଦ୍ୱାରା ଆଗାମୀ ଦିନରେ ଆଠମଲ୍ଲିକର ଉନ୍ନତି ଅଧିକ ତ୍ୱରାନ୍ବିତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।
ପୂର୍ବରୁ ପଛୁଆ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ପଶ୍ଚିମ ଓଡ଼ିଶାର ବିକାଶ ଲକ୍ଷ୍ୟ ନେଇ ରାଜ୍ୟ ସରକାର ୧୯୯୮ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରିଥିଲେ। ପ୍ରଥମେ ୧୦ ଜିଲା ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼କୁ ଏହି ପରିଷଦ ଅଧୀନରେ ରଖାଯାଇଥିଲା। ହେଲେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡବାସୀଙ୍କ ବାରମ୍ବାର ଦାବି, ଆନ୍ଦୋଳନ ପରେ ୨୦୦୨-୦୩ ମସିହାରେ ଏହାକୁ ପରିଷଦରେ ସାମିଲ କରାଯାଇଥିଲା। ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସ୍ବତନ୍ତ୍ର ଅନୁଦାନରେ ଏସବୁ ଜିଲା ଓ ଉପଖଣ୍ଡରେ ବହୁ ଉନ୍ନତୀକରଣ କାର୍ଯ୍ୟ କରାଯାଉଛି। ଗତ ୨୦୦୯ ରୁ ୨୦୧୯ ମଧ୍ୟରେ ଆଠମଲ୍ଲିକ ଉପଖଣ୍ଡର ଉନ୍ନତି ପାଇଁ ପରିଷଦ ପାଣ୍ଠିରୁ ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଅନୁଦାନରେ ଆଠମଲ୍ଲିକ ସହର ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟାଙ୍କି, ଉପଖଣ୍ଡ ଡାକ୍ତରଖାନା, ମାଧପୁର ଡାକ୍ତରଖାନା, ଆଠମଲ୍ଲିକ, ମାଧପୁର, ଅଏଡା କଲେଜ, ବିଭିନ୍ନ ସ୍କୁଲ, ମା’ ମାହେଶ୍ୱରୀ, ବିନିକେୟୀ ମନ୍ଦିର, ପର୍ଯ୍ୟଟନ କେନ୍ଦ୍ର, ରାସ୍ତା, ଚେକ୍‌ ଡ୍ୟାମ ଆଦି ନିର୍ମାଣ କରାଯାଇଛି। ତେବେ ୨୦୨୧-୨୨ ଆର୍ଥିକ ବର୍ଷରେ ବର୍ଦ୍ଧିତ ଅନୁଦାନ ଡବ୍ଲ୍ୟୁଓଡିସିକୁ ମିଳିବାକୁ ଥିବାରୁ ଆଠମଲ୍ଲିକର ବିକାଶ ପାଇଁ ପୂର୍ବାପେକ୍ଷା ବହୁ ଅଧିକ ଅର୍ଥ ମିଳିବ। ଫଳରେ ଉପଖଣ୍ଡରେ ଉନ୍ନୟନ କାର୍ଯ୍ୟ ଆଗେଇ ପାରିବ।

ଅଧିକ ରୋଜଗାର ସୃଷ୍ଟି ଦିଗରେ ଧ୍ୟାନ ଦେବି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିଛନ୍ତି। ଏଥିସହ ପଶ୍ଚିମ ଓଡ଼ିଶାରେ ବିକାଶ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ଏହାର ଶାଖା କାର୍ଯ୍ୟାଳୟ ଖୋଲିବାକୁ ଘୋଷଣା କରିଛନ୍ତି। ଆଠମଲ୍ଲିକ ଠାରେ ପରିଷଦର କାର୍ଯ୍ୟାଳୟ ଖୋଲାଯିବାକୁ ସମସ୍ତେ ସ୍ବାଗତ କରୁଛନ୍ତି। ଏଠାକାର ଯୁବତୀ ଯୁବକଙ୍କ ପାଇଁ ଯେପରି ରୋଜଗାରର ଅଧିକ ସୁଯୋଗ ସୃଷ୍ଟି ହେବ, ସେଥିପ୍ରତି ଯତ୍ନବାନ ହେବି।
– ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପ୍ରଶଂସନୀୟ
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନ ଦ୍ୱିଗୁଣିତ ହେବା ସହିତ ଆଠମଲ୍ଲିକରେ ଏହାର ନୂତନ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ନିଶ୍ଚିତ ପ୍ରଶଂସନୀୟ। ଏହା ଆଠମଲ୍ଲିକର ଉନ୍ନତିକୁ ଆହୁରି ଆଗକୁ ନେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ନେଇ ଉପଖଣ୍ଡବାସୀ ଆନନ୍ଦିତ।
– ସଞ୍ଜୀବ କୁମାର ସାହୁ, ପୂର୍ବତନ ବିଧାୟକ, ଆଠମଲ୍ଲିକ
ନେତାଙ୍କ ଥଇଥାନର ମାଧ୍ୟମ ନ ହେଉ
ପଶ୍ଚିମ ଓଡ଼ିଶାର ସମସ୍ତ ଜିଲାରେ ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିବା ସ୍ବାଗତଯୋଗ୍ୟ। କିନ୍ତୁ ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ରହିବା କେତେଦୂର ଯୁକ୍ତିଯୁକ୍ତ। ସରକାର ଏ ନେଇ ଦୃଷ୍ଟି ଦେବା ସହ ଏହା ନେତାଙ୍କ ପାଇଁ ଥଇଥାନର ମାଧ୍ୟମ ନ ହେଉ।
– ହିମାଂଶୁ ଶେଖର ଚାଉଳିଆ, ନୀଳକଣ୍ଠପଡ଼ା
ଅଧିକ ବିକାଶ ଆବଶ୍ୟକ
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲାଭ ଅନେକ ଗରିବ ଲୋକଙ୍କ ପାଖରେ ପହଞ୍ଚୁଥିବା ପରିଲକ୍ଷିତ ହେଉନାହିଁ। କାରଣ ଦୀର୍ଘବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପରିଷଦକୁ ବହୁ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲେ ମଧ୍ୟ ଏଠାରୁ ଗରିବୀ ଦୂର ହେଉନାହିଁ। ତେଣୁ କାର୍ଯ୍ୟାଳୟ ସ୍ଥାପନ କରିଦେଲେ ଯେ ବିକାଶ ହେବ ତା’ର କିଛି ମାନେ ନାହିଁ।
– ଅଜିତ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ, ବାମୁର


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କ ଏମ୍‌ବିବିଏସ୍‌ ଫଳକ ଲଗାଇ ବାପା କରୁଛନ୍ତି ଚିକିତ୍ସା, ନକଲି ଔଷଧ ପ୍ରସ୍ତୁତ କରି ଚାଲିଛି ରୋଗୀଙ୍କୁ ଶୋଷଣ

ଗୋପାଳପୁର,୯।୧-ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମିର ବିକାଶ କରୁଛନ୍ତି। ରୋଗୀଙ୍କୁ...

ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇପାରୁନି ବିଜୁ ସେତୁ

ନୀଳଗିରି,୫।୮(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବେଗୁନିଆ ପଞ୍ଚାୟତ ତୋଟାପ ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୋନ ନଦୀ ଉପରେ ୧୧କୋଟି ଟଙ୍କା...

ଉଛୁଳିଲା ଭାର୍ଗବୀ, ତଳିଆ ଅଞ୍ଚଳରେ ପାଣି

ପୁରୀ ଅଫିସ,୨୪ା୮: ହୀରାକୁଦ ଗେଟ୍‌ ଖୋଲାଯିବା ପରେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ପୁରୀ ଜିଲାର...

୪୩ ବର୍ଷରେ ପାଦ ଦେଲା ନାଲ୍‌କୋ

ବଅଁରପାଳ, ୭।୧ (ଡି.ଏନ.ଏ.): ଅନୁଗୋଳ ଜିଲାରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଶନିବାର ପ୍ରତିଷ୍ଠା ଦିବସ ପାଳନ କରିବ। ଚଳିତବର୍ଷ କମ୍ପାନୀ ୪୩ ବର୍ଷରେ ପଦାର୍ପଣ...

ଜବରଦଖଲ ହଟୁନି, ରାସ୍ତାକାମ ଆଗଉନି: ବଡମାଣପୁର ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଦେବଗଡ଼, ୪ା୬(ସ୍ବ.ପ୍ର): ଦେବଗଡ଼ ଜିଲା ବାରକୋଟ ବ୍ଲକ୍‌ ଅଧିନ ବଡମାଣପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମ ଆଗେଇ ପାରୁନାହିଁ। ଜବରଦଖଲ ସମସ୍ୟା...

ଫେକ୍‌ ଆଇଡ଼ିରୁ ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିଲେ, ଯୁବନେତାଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର ଅଫିସ,୧ା୩: ଜନୈକା ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ଶିବରାମ ଜେନା (୨୯) । ପୋଲିସ ତାଙ୍କ...

ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର  

ସୋନପୁର,୩।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର କରାଯାଇଛି। ପୀଡିତାଙ୍କ ବାପା ଏ ସମ୍ପର୍କରେ ବୀରମହାରାଜପୁର ଥାନାରେ ସୋମବାର...

ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ପାଞ୍ଚ ହଜାର କାର୍ଯ୍ୟକର୍ତ୍ତା

କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୋଦି ସରକାରଙ୍କ ଦିତୀୟ ପାଳିର ଏକ ବର୍ଷ ପୂର୍ତ୍ତି ଶାସନର ସଫଳତା ଓ ଯୋଜନା ସମ୍ପର୍କରେ ଆସନ୍ତା ୮...

Advertisement
Archives

Model This Week