ଶିଳ୍ପଜିଲା ହେବ ସୌନ୍ଦର୍ଯ୍ୟମୟ

ଅନୁଗୋଳ ଅଫିସ, ୧୫।୨( ଅମିତ କୁମାର ସାମଲ):  ପ୍ରକୃତିକୁ ଉପଭୋଗ କରିବାକୁ ଅନୁଗୋଳ ଆସୁଥିବା ପର୍ଯ୍ୟଟକ କେବଳ ସାତକୋଶିଆ ବୁଲି ଫେରିବେ ନାହିଁ। ଡେରଜାଙ୍ଗ ଡ୍ୟାମ୍‌ର ଆକର୍ଷଣ ସେମାନଙ୍କୁ ସେଠାକୁ ଟାଣିନେବ। ବନ୍ଧ ଉପର ବେଞ୍ଚ ମନକୁ ଶୀତଳ କରିଦେବ। ରାଣୀଗୁଡ଼ା ପୁଷ୍କରିଣୀର ଓ୍ବାଟର ଫାଉଣ୍ଟେନ ଆଖି ଝଲସାଇଦେବ। ନନ୍ଦିରା ନାଳ ଜଳକୁ ସ୍ପର୍ଶ କରି ଫୁଟ୍‌ ଓଭରବ୍ରିଜ୍‌ରେ ଚାଲିବାକୁ ପର୍ଯ୍ୟଟକ ନିଶ୍ଚିତ ଆଗ୍ରହ ଦେଖାଇବେ।
ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲା ହେବ ସୌନ୍ଦର୍ଯ୍ୟମୟ। ଡେରଜାଙ୍ଗ ଡ୍ୟାମ୍‌ ଠାରୁ ଆରମ୍ଭ କରି ନନ୍ଦିରା ନାଳ ଯାଏ ପର୍ଯ୍ୟଟକଙ୍କୁ ଆକର୍ଷିତ କଲାଭଳି ଅନେକ ସ୍ଥାନର ସୌନ୍ଦର୍ଯ୍ୟକରଣ କରାଯିବ। ଏସବୁ ସ୍ଥାନରେ ଓ୍ବାଟର ଫାଉଣ୍ଟେନ, ବୋଟିଂ, ଭୋଜି ପିଣ୍ଡି, ଫୁଟ୍‌ ଓଭରବ୍ରିଜ୍‌, ଓ୍ବାଚ୍‌ ଟାଓ୍ବାର ଆଦି ନିର୍ମାଣ କରାଯିବ। ଜିଲାରେ ଏପରି ଟୁରିଜମ୍‌ ସର୍କିଟ୍‌ ଉପରେ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଥିବାରୁ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଡେରଜାଙ୍ଗ ଡ୍ୟାମ୍‌କୁ ନୂଆ ରୂପ ଦିଆଯିବ। ବନ୍ଧ ରାସ୍ତାରେ ପର୍ଯ୍ୟଟକଙ୍କ ପାଇଁ ଚେୟାର ବ୍ୟବସ୍ଥା ହେବ। ସେଠାରେ ବସି ଆଗନ୍ତୁକମାନେ ସୂର୍ଯ୍ୟୋଦୟ ସହ ସୂର୍ଯ୍ୟାସ୍ତକୁ ଉପଭୋଗ କରିପାରିବେ। ଡ୍ୟାମ୍‌ ପାର୍ଶ୍ୱରେ ଭୋଜି ପିଣ୍ଡି ନିକଟରେ ପାନୀୟ ଜଳ, ଡଷ୍ଟବିନ୍‌, ଶୌଚାଳୟ ସହ ଅନ୍ୟ ସୁବିଧା କରାଯିବ। ପିଣ୍ଡି ଅପରପାର୍ଶ୍ୱରେ ଅତ୍ୟାଧୁନିକ ପାର୍କ ରହିବ। ପର୍ଯ୍ୟଟକମାନେ ଏଠାରେ ମନଫୂର୍ତ୍ତି ସହ ଛୋଟ ପିଲାମାନେ ଖେଳକୁଦ କରିପାରିବେ। ଡ୍ୟାମ୍‌ ବନ୍ଧ ଉପରେ ଥିବା ଲାଇଟ୍‌ଗୁଡ଼ିକର ମରାମତି କରାଯିବ। ରଙ୍ଗିନ ଏଲ୍‌ଇଡି ଆଲୋକରେ ଡେରଜାଙ୍ଗ ପ୍ରୋଜେକ୍ଟ ଝଲସିବ। ବୋଟିଂ ସୁବିଧା ହୋଇ ନ ପାରିଲେ ନାରଣ ସାଗରରେ କରାଯିବ। ସେହିପରି ରାଣୀଗୁଡ଼ା ପୁଷ୍କରିଣୀରେ ଓ୍ବାଟର ଫାଉଣ୍ଟେନ୍‌ ଯୋଜନା ରହିଛି। ପୁଷ୍କରିଣୀ ମଝିରେ ଏକ ମୂର୍ତ୍ତି ନିକଟରେ ପାଣିର ନୃତ୍ୟ ବେଶ୍‌ ମନୋମୁଗ୍ଧକର ହେବ। କୂଳରେ ଭଳକି ଭଳି ଗଛ ଲଗାଯିବ। ବିଦେଶୀ ଶୈଳୀରେ ଏଠାରେ ବନିଶୀ ପକାଇ ପର୍ଯ୍ୟଟକମାନେ ମାଛ ଧରିପାରିବା ଭଳି ବ୍ୟବସ୍ଥା ରହିବ। କୁକୁଡ଼ାଙ୍ଗସ୍ଥିତ ନନ୍ଦିରା ନାଳ ଉପରେ ଅତ୍ୟାଧୁନିକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରାଯିବ। ପାଣିରେ ଗୋଡ଼ ବୁଡ଼ାଇ ବସିବାଭଳି ବେଞ୍ଚ, ଚୌକି ପ୍ରସ୍ତୁତ କରାଯିବ। ଏକ କୃତ୍ରିମ ୱାଟରଫଲ ଏଠାରେ ରହିବ। ନାଳ ଅପରପାର୍ଶ୍ୱ ୨୩ ଏକର ଜାଗାରେ ଆମ୍ବ ସହ ବିଭିନ୍ନ ଗଛ ଲଗାଯାଇ ଏକ ବଗିଚା କରାଯିବ। ଚଟ୍‌ପଟା ଓ ଅନ୍ୟ ସ୍ବାଦିଷ୍ଠ ଖାଦ୍ୟଦ୍ରବ୍ୟ ମିଳିବ। ଉପରୁ ପୂରା ଅଞ୍ଚଳର ସୌନ୍ଦର୍ଯ୍ୟ ଦେଖିହେବା ଭଳି ୱାଚ୍‌ ଟାୱାର ନିର୍ମାଣକ ହେବ। ଏହାଛଡ଼ା ଜିଲାର ଅନ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଉନ୍ନତୀକରଣ ମଧ୍ୟ ପର୍ଯ୍ୟାୟକ୍ରମେ କରାଯିବ। ଜିଲାରେ ଏହି ଟୁରିଜମ୍‌ ସର୍କିଟ ନିର୍ମାଣ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri