ଅନୁଗୋଳ

ଉତ୍ସବ ପରି ଉତ୍ସାହ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୮ା୬ ମହାମାରୀ କରୋନାରୁ ଟିକା ହିଁ ସୁରକ୍ଷା ଦେଇପାରିବ। ଲୋକଙ୍କ ମନରେ ଏହି ବିଶ୍ୱାସ ଭରିବାରେ ସରକାର ସଫଳ ହୋଇଛନ୍ତି। ବିଶେଷଜ୍ଞମାନଙ୍କ ବିଶ୍ଲେଷଣ ମଧ୍ୟ ଏହି ବିଶ୍ୱସନୀୟତାକୁ ସ୍ପଷ୍ଟ କରୁଛି। ସେଥିପାଇଁ ଟିକାକୁ ନେଇ ସବୁଠି ବ୍ୟାକୁଳତା…

ଅତ୍ୟାବଶ୍ୟକ ସମୟରେ ଅବହେଳା

ବଇଣ୍ଡା,୭ା୬:  ଗାଁ ଗାଁରେ ପଶି ସାରିଛି କୋଭିଡ୍‌ ସଂକ୍ରମଣ। ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ବଢ଼ୁଛି କଣ୍ଟେନମେଣ୍ଟ ଜୋନ୍‌। ମହାମାରୀର ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ ମାଡ଼ି ଚାଲିଥିବାବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଲୋକେ ଆତଙ୍କିତ। ଏପରି ସମୟରେ ଜରୁରୀ ଚିକିତ୍ସା…

ବଦଳିବ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ରୂପରେଖ

ଅନୁଗୋଳ ଅଫିସ, ୬।୬: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ନବକଳେବର ହେବ। ମଲ୍ଟି ସ୍ପେଶିଆଲିଟି ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ନୂଆ କୋଠାରେ ପୃଥକ୍‌ ବହିର୍ବିଭାଗ (ଓପିଡି), ଟ୍ରମା କେୟାର ସେଣ୍ଟର, ବର୍ନ ୟୁନିଟ୍‌ ରହିବ। ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି।…

କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ବିଜେଡି ଏମ୍‌ପି-ବିଧାୟକ ମୁହାଁମୁହିଁ

ପାଲଲହଡ଼ା,୫ା୬(ଡି.ଏନ୍‌.ଏ.): ଶନିବାର ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦରମହାକୁମାଠାରେ କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଏବଂ ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ଶନିବାର ଅନୁଗୋଳ ଜିଲା…

କିନ୍ନର ଚିନ୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌, ପ୍ରଶଂସା

ଛେଣ୍ଡିପଦା,୫।୬(ସ୍ବ.ପ୍ର.): ୫୦ କିଲୋମିଟର ଦୂରରେ ଥିଲେ ମଧ୍ୟ ଫୋନ୍‌ କଲ୍‌ଟିଏ ପାଇ କୋଭିଡ୍‌ ସଂକ୍ରମିତଙ୍କ ମୃତଦେହ ସଂସ୍କାର ନିମନ୍ତେ ପହଞ୍ଚିଯାଉଥିବା ଅନୁଗୋଳ ଜିଲା ଜରପଡ଼ାର ସାମାଜିକ କର୍ମୀ କିନ୍ନର ଚିନ୍ମୟୀ ଦାସଙ୍କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କରିବା ସହ…

ସୁଦୃଢ଼ ହେଉଛି ସ୍ବାସ୍ଥ୍ୟ ଭିତ୍ତିଭୂମି

ଅନୁଗୋଳ ଅଫିସ, ୫ା୬ ମହାମାରୀର ଦ୍ୱିତୀୟ ଲହର ଅତି ମାରାତ୍ମକ ସାବ୍ୟସ୍ତ ହେଉଥିବାରୁ ଏହାର ଉଚିତ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଇତିମଧ୍ୟରେ ଅନୁଗୋଳ ଜିଲାରେ ଅଧିକ କୋଭିଡ୍‌ ହସ୍ପିଟାଲ, କରୋନା କେୟାର ସେଣ୍ଟର…

ହ୍ରାସ ପାଉଛି ସବୁଜ ହୀରା ସଂଗ୍ରହ

ଆଠମଲ୍ଲିକ,୪ା୬(ଡି.ଏନ.ଏ.) ସବୁଜ ହୀରା ବା କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ପ୍ରତିବର୍ଷ ସରକାର କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି। ଏଥିପାଇଁ ସେମାନଙ୍କୁ କେରି ହିସାବରେ ଅର୍ଥ ପ୍ରଦାନ ସହ ବାର୍ଷିକ ବୋନସ ମଧ୍ୟ ଦେଉଛନ୍ତି। ଏହାବ୍ୟତୀତ ଜୋତା, ଛତା, ବାହାଘର ପ୍ରୋତ୍ସାହନ ରାଶି ଆଦି…

ସଂକ୍ରମଣ ନେଉଛି ଅଧିକ ଜୀବନ

ଅନୁଗୋଳ ଅଫିସ, ୩ା୬:  ଜନ୍ମରୁ ୨୮ ଦିନ ଓ ୨୮ ଦିନରୁ ୧୨ ମାସ ମଧ୍ୟରେ ସଂକ୍ରମଣ (ଇନ୍‌ଫେକ୍‌ଶନ) ହିଁ ଅଧିକ ଶିଶୁଙ୍କ ଜୀବନହାନି ଘଟାଇଥାଏ। ତେଣୁ ନବଜାତକଙ୍କୁ ଇନ୍‌ଫେକ୍‌ଶନରୁ ସୁରକ୍ଷିତ ରଖିବାକୁ ଲେବର ରୁମ୍‌, ଓଟି ଏବଂ ନବଜାତ ଓ୍ବାର୍ଡର…

ବର୍ଷକଠାରୁ ବଳିଗଲା ମାସକ ମୃତ୍ୟୁ

ଅନୁଗୋଳ ଅଫିସ, ୨ା୬ – କୋଭିଡ୍‌-୧୯ର ଦ୍ୱିତୀୟ ଲହର କେତେ ଭୟଙ୍କର ତାହାର ଚିତ୍ର ମିଳିଛି ଅନୁଗୋଳ ଜିଲାରୁ। ବର୍ଷକ ମଧ୍ୟରେ ଜିଲାରେ ଯେତିକି ସଂଖ୍ୟକ ଲୋକ କରୋନାରେ ପ୍ରାଣ ହରାଇ ନ ଥିଲେ, ଗତ ମେ’ ମାସରେ ତାହାଠାରୁ ଅଧିକ…

ସଂକ୍ରମଣ କମ୍‌ ଦେଖାଇବାକୁ ଷଡ଼ଯନ୍ତ୍ର

ବଇଣ୍ଡା,୧ା୬ କରୋନାକୁ କାବୁ କରିବାକୁ ହେଲେ ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ନିମନ୍ତେ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଗ୍ରାମାଞ୍ଚଳରେ ପ୍ରବେଶ କରିସାରିଥିବା କୋଭିଡ୍‌ ଭୂତାଣୁକୁ ନିୟନ୍ତ୍ରଣରେ…

ଆର୍ଥିକ ସ୍ଥିତି ଦେଖୁ ନ ଥିବାରୁ ଆପତ୍ତି

ଅନୁଗୋଳ ଅଫିସ, ୩୧ା୫: କରୋନା କାରଣରୁ କିଏ ଚାକିରି ହରାଇଛନ୍ତି ତ ଆଉ କିଏ ମାସ ମାସ ଧରି ବ୍ୟବସାୟରୁ ବଞ୍ଚିତ ରହିଛନ୍ତି। ଖଟିଖିଆ ଦିନମଜୁରିଆଙ୍କ ହାତରେ କାମ ନାହିଁ। ଲୋକଙ୍କ ଆର୍ଥିକ ସ୍ଥିତି ଅତି ଦୁର୍ବଳ ଅବସ୍ଥାରେ। ଏପରି କି କରୋନା…

ଗ୍ରାମାଞ୍ଚଳରେ ମାଡୁଛି ଭୂତାଣୁ

ବଇଣ୍ଡା, ୩୦।୫(ଡି.ଏନ.ଏ.) ଶିଳ୍ପ ଜିଲା ଅନୁଗୋଳରେ କରୋନା ସଂକ୍ରମଣ ରେକର୍ଡ କଲାଣି। ପ୍ରଥମେ ସହର ପରେ ଏବେ ଗ୍ରାମାଞ୍ଚଳ ପାଲଟିଛି ଭୂତାଣୁର ହଟ୍‌ସ୍ପଟ୍‌। ପଞ୍ଚାୟତର ଘରେ ଘରେ ଉଭୟ ଲକ୍ଷଣ ଏବଂ ଲକ୍ଷଣ ବିହୀନ ରୋଗୀ ଥିବାବେଳେ ଅଧିକାଂଶ ଭୟରେ ପରୀକ୍ଷା କରାଉନାହାନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri