ଅପରାଧ

କୋଭିଡ୍‌ କେୟାର ସେଣ୍ଟରରେ ମହିଳା କନ୍‌ଷ୍ଟେବଳଙ୍କୁ ବଳାତ୍କାର

ଜାମସେଦପୁର, ୨୫।୮: ଝାଡ଼ଖଣ୍ଡର ଜାମସେଦପୁରସ୍ଥିତ ସିଦ୍‌ଗୋଡା ପ୍ରଫେଶନାଲ କଲେଜ କୋଭିଡ୍‌ କେୟାର ସେଣ୍ଟରରେ ଡ୍ୟୁଟିରେ ଥିବା ଜଣେ ମହିଳା ପୋଲିସ କନ୍‌ଷ୍ଟେବଳ ବଳାତ୍କାର ଶିକାର ହୋଇଛନ୍ତି। ମହିଳାଙ୍କ ସାଥୀ କନ୍‌ଷ୍ଟେବଳ ତାଙ୍କୁ ବଳାତ୍କାର କରିଥିବା ଜଣାପଡ଼ିଛି। ମହିଳା କନ୍‌ଷ୍ଟେବଳ ଜଣଙ୍କ ଥାନାରେ…

ହସ୍ପିଟାଲରେ ହତ୍ୟାକାଣ୍ଡ: ରୋଗୀକୁ ପିଟି ପିଟି ମାରିଲେ ରୋଗୀ

ରାଞ୍ଚି, ୨୪।୮: ହସ୍ପିଟାଲରେ ହତ୍ୟାକାଣ୍ଡ। ଜଣେ ବୃଦ୍ଧ ରୋଗୀକୁ ପିଟି ପିଟି ମାରିଦେଇଛନ୍ତି ଚିକିତ୍ସିତ ହେବାକୁ ଆସିଥିବା ଅନ୍ୟଜଣେ ରୋଗୀ। ଏଭଳି ଏକ ଅଭାବନୀୟ ଘଟଣା ଝାଡ଼ଖଣ୍ଡ ଚତରା ସଦର ହସ୍ପିଟାଲରେ ଘଟିଯାଇଛି। ମୃତ୍ୟୁବରଣ କରିଥିବା ରୋଗୀଙ୍କ ନାମ ଦଢନ ଭୂୟଁା।…

ଠେଙ୍ଗାରେ ପିଟିପିଟି ଜନ୍ମଦାତାଙ୍କ ଜୀବନ ନେଲେ ପୁଅ

ଦେବଗଡ଼,୨୩ା୮(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଠେଙ୍ଗା ମାଡ଼ରେ ଜନ୍ମଦାତାଙ୍କ ଜୀବନ ଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ଗୋବିନ୍ଦ ମୁଣ୍ଡା(୬୦) ଓ ତାଙ୍କ ପୁଅ ଅମୂଲ୍ୟ(୩୫) ଘରକୁ ଫେରିବା ପରେ ଉଭୟଙ୍କ…

ସ୍ତ୍ରୀ, ଝିଅଙ୍କୁ ବିଷ ପିଆଇ ଜୀବନ ହାରିଲେ ସ୍ବାମୀ

ବିଜେପୁର,୨୩ା୮(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନିଆଁଚାଲ ଗାଁରେ କଳହର କରୁଣ ପରିଣତି ପାଇଁ କ୍ରଧାନ୍ବିତ ସ୍ବାମୀ ସ୍ତ୍ରୀ ଓ ଝିଅଙ୍କୁ ବିଷ ଦେବା ସହ ନିଜେ ମଧ୍ୟ ବିଷ ପିଇ ଜୀବନ ହାରିବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।…

ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇଙ୍କ ଜୀବନଗଲା

କଣିହାଁ,୨୩ା୮(ଡି.ଏନ୍‌.ଏ.): ସାନ ଭାଇଙ୍କ ଟାଙ୍ଗିଆ ଚୋଟରେ ବଡ଼ ଭାଇଙ୍କ ଜୀବନ ଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲା ସମଲ ଥାନା ଶିପୁର ଗ୍ରାମରେ। ମୃତକଙ୍କ ନାମ ରଞ୍ଜନ ବାରିକ (୨୮)। ଘଟଣାରୁ ପ୍ରକାଶ ଯେ, ଦୁଃଖ ବାରିକଙ୍କ…

ବନ୍ଧାପଡ଼ିଥିବା ଜମିକୁ ବିକି ଠକି ନେଲେ କୋଟିଏ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ବ୍ୟାଙ୍କ୍‌ରେ ବନ୍ଧା ପଡିଥିବା ଜମିକୁ ବିକ୍ରି କରି ଦୁଇଭାଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଯାଇଛନ୍ତି। ଏପରିକି ବ୍ୟାଙ୍କ୍‌ ନିଲାମ ଡାକିବା ପରେ ଜମି କିଣିଥିବା ବ୍ୟକ୍ତି ଏହା ଜାଣିପାରିଥିଲେ। ଏ ନେଇ ଠକେଇର ଶିକାର ହୋଇଥିବା ବ୍ୟକ୍ତି ୨ଭାଇଙ୍କୁ…

ସାଇବର ଠକେଇରେ ସରକାରୀ କର୍ମଚାରୀ: ପୁରସ୍କାର ଲୋଭରେ ହରାଇଲେ ୨ଲକ୍ଷ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜଧାନୀରେ ଆଉଏକ ସାଇବର ଠକେଇ ଘଟଣା ଘଟିଛି। ଠକେଇର ଶିକାର ହୋଇଛନ୍ତି ଶହୀଦନଗର ଥାନା ଅନ୍ତର୍ଗତ ଆଇଏମ୍‌ଏମ୍‌ଟି କ୍ୟାମ୍ପସରେ ରହୁଥିବା ଗିରିରାଜ ଦର୍ଜୀ। ସାଇବର ଠକମାନେ ତାଙ୍କୁ ପୁରସ୍କାରର ଲୋଭ ଦେଖାଇ ପାଖାପାଖି ୨ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ…

୧୦ ବର୍ଷର ବାଳିକାକୁ ବଳାତ୍କାର ପରେ ବିବାହ; ଶେଷରେ ଛାଡ଼ପତ୍ର

ମୁଜାଫରନଗର, ୨୨।୮: ଉତ୍ତର ପ୍ରଦେଶର ମୁଜାଫରନଗରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବଳାତ୍କାରର ଶିକାର ହୋଇଥିବା ୧୦ ବର୍ଷର ଜଣେ ବାଳିକାଙ୍କୁ ଶେଷରେ ବଳାତ୍କାରୀ ବ୍ୟକ୍ତି ସହ ବିବାହ କରିଦିଆଯାଇଥିଲା। କିନ୍ତୁ ବିବାହର ସାଢ଼େ ୪ ବର୍ଷ ପରେ ସେହି…

କାହିଁକି ଗିରଫ ହେଲେ ହରିୟାଣା ପୋଲିସ ଆଇଜି

ଚଣ୍ଡିଗଡ଼, ୨୨।୮: ଜବରଦସ୍ତି ଘରେ ପଶି ୨ଜଣ ମହିଳାଙ୍କ ସହ ଖରାପ ବ୍ୟବହାର କରିବା ଅଭିଯୋଗରେ ହରିୟାଣା ପୋଲିସର ଜଣେ ବରିଷ୍ଠ ଆଇଜି ଗିରଫ ହୋଇଛନ୍ତି। ସୂଚନା ମୁତାବକ ହରିୟାଣା ପୋଲିସର ଇନ୍ସପେକ୍ଟର ଜେନେରାଲ (ଆଇଜି) ହେମନ୍ତ କଲସନ ଶୁକ୍ରବାର ପଞ୍ଚକୁଲାର…

ଏପିସିଓର ପୂର୍ବତନ ଅଧିକାରୀଙ୍କ ଘରୁ ଏକ କୋଟି ଟଙ୍କା ସମେତ ୩ କେଜି ସୁନା ଜବତ

ଅମରାବତୀ, ୨୨।୮: ଆନ୍ଧ୍ରପ୍ରଦେଶର ହସ୍ତତନ୍ତ ବୁଣାକାର ସମବାୟ ସମିତି (ଏପିସିଓ)ର ପୂର୍ବତନ ଚେୟାରମ୍ୟାନ ଗୁଜାଲ ଶ୍ରୀନିବାସୁଲୁଙ୍କ ଘରୁ ନଗଦ ଏକ କୋଟି ଟଙ୍କା ଏବଂ ୫ କେଜି ଓଜନର ଅଳଙ୍କାର ଜବତ ହୋଇଛି। ରାଜ୍ୟର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି)ର ଅଧିକାରୀମାନେ…

ହତ୍ୟା ଉଦ୍ୟମ ମାମଲା: ଦୁର୍ଦ୍ଦାନ୍ତ ଟୁନା କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨ା୮: ଏନ୍‌କାଉଣ୍ଟର ପରେ ବି ଭୟ ନାହିଁ। ପୋଲିସକୁ ଚାଲେଞ୍ଜ କରି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଦୁର୍ଦ୍ଦାନ୍ତ ଟୁନା ଦାସ(୩୨)। ଟାଉନ ଥାନା ପୋଲିସ କେସ ନମ୍ବର ୧୫୪/୨୦ରେ ଖଲାସି ସାହିର ଦୁର୍ଦ୍ଦାନ୍ତ ଟୁନାଙ୍କୁ…

ବଧୂହତ୍ୟା ଅଭିଯୋଗ: ଶାଶୁ, ଶ୍ୱଶୁର, ନଣନ୍ଦେଇ ଅଟକ; ଦିଅର ଫେରାର

ଚାନ୍ଦବାଲି,୨୨ା୮(ଡିି.ଏନ୍‌.ଏ.) : ଭଦ୍ରକ ଜିଲା ଚାନ୍ଦବାଲି ଥାନା ପଣସପଡ଼ା ଗାଁରେ ବଧୂହତ୍ୟା ଅଭିଯୋଗରେ ଶାଶୁ, ଶ୍ୱଶୁର ଓ ନଣନ୍ଦେଇଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରୁଥିବା ବେଳେ ଦିଅର ଫେରାର ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ବାଂଶଡ଼ା ଥାନା ଅନ୍ତର୍ଗତ ତୋଟାପଡ଼ା ପଞ୍ଚାୟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?