ବନ୍ଧାପଡ଼ିଥିବା ଜମିକୁ ବିକି ଠକି ନେଲେ କୋଟିଏ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ବ୍ୟାଙ୍କ୍‌ରେ ବନ୍ଧା ପଡିଥିବା ଜମିକୁ ବିକ୍ରି କରି ଦୁଇଭାଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଯାଇଛନ୍ତି। ଏପରିକି ବ୍ୟାଙ୍କ୍‌ ନିଲାମ ଡାକିବା ପରେ ଜମି କିଣିଥିବା ବ୍ୟକ୍ତି ଏହା ଜାଣିପାରିଥିଲେ। ଏ ନେଇ ଠକେଇର ଶିକାର ହୋଇଥିବା ବ୍ୟକ୍ତି ୨ଭାଇଙ୍କୁ କହିବାରୁ ଟଙ୍କା ଫେରାଇ ଦେବାକୁ କହିଥିଲେ। କିନ୍ତୁ ପରେ ଟଙ୍କା ନ ଦେଇ ଫେରାର ହୋଇଯିବାରୁ ଉକ୍ତ ବ୍ୟକ୍ତି ଜଣକ ଶହୀଦନଗର ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି। ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ଶହୀଦନଗର ମାର୍କେଟ ବିଲି୍ଡଂ ନିକଟରେ ସୁଧୀର ରଞ୍ଜନ ନାୟକ(୫୬) ରୁହନ୍ତି। ରାଜଧାନୀରେ ଏକ ଜମି କିଣିବାକୁ ସେ ମନସ୍ଥ କରିଥିଲେ। ଏହି ସମୟରେ ଲକ୍ଷ୍ମୀସାଗର ଉପରସାହିରେ ରହୁଥିବା ଦୁଇଭାଇ ସେଠାରେ ଥିବା ପ୍ଲଟ ନଂ-୧୦୫୦/୧୦୪୯କୁ ବିକ୍ରି କରିବାକୁ ସୁଧୀରଙ୍କୁ ପ୍ରସ୍ତାବ ଦେଇଥିଲେ। ଜମି ଦେଖିବା ପରେ ମୂଲଚାଲ କରି ଜମିର ମୂଲ୍ୟ ସାଢ଼େ ଦୁଇକୋଟି ଟଙ୍କାରେ ଠିକ୍‌ ହୋଇଥିଲା। ଏପରି କି ୨୦୧୩ ମେ ୬ରେ ଭୁବନେଶ୍ୱର ସବ୍‌-ରେଜିଷ୍ଟ୍ରାର ଅଫିସରରେ ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା। ଦୁଇ ଭାଇଙ୍କ କଥାରେ ବିଶ୍ୱାସ କରି ଅଗ୍ରିମ ଆକାରରେ ସୁଧୀର ୧୫ଲକ୍ଷ ଟଙ୍କା ଦେଇଥିଲେ। ପରେ ଜମିର ମାଲିକାନା ସୁଧୀରଙ୍କ ନାମକୁ ହେବା ପରେ ବାକି ୯୦ ଲକ୍ଷ ୬୫ ହଜାର ଟଙ୍କା ୨୦୧୫ ଫେବୃୟାରୀ ୧୫ରେ ଦେଇଥିଲେ। ହେଲେ ଜମି ବିକ୍ରି କରିବା ପୂର୍ବରୁ ଦୁଇ ଭାଇ ଚଞ୍ଚକତା କରି ସ୍ଥାନୀୟ ଏକ ବ୍ୟାଙ୍କ୍‌ରେ ଜମି ବନ୍ଧକ ରଖି ଋଣ ନେଇଛନ୍ତି। ସୁଧ ବଢ଼ି ବଢ଼ି ୧୦ କୋଟିରୁ ଉର୍ଦ୍ଧ୍ୱ ହୋଇଯିବାରୁ ଋଣ ଟଙ୍କା ଶୁଝିବା ପାଇଁ ବ୍ୟାଙ୍କ୍‌ ଦୁଇ ଭାଇଙ୍କୁ ନୋଟିସ କରିଥିଲା। କିନ୍ତୁ ସେମାନେ ବ୍ୟାଙ୍କର କୌଣସି ଜବାବ ଦେଇ ନ ଥିଲେ। ଶେଷରେ ବ୍ୟାଙ୍କ୍‌ ୨୦୧୬ ଏପ୍ରିଲ ୧୪ରେ ଖବରକାଗଜରେ ଉକ୍ତ ପ୍ଲଟକୁ ନିଲାମ ପାଇଁ ବିଜ୍ଞାପନ ଦେଇଥିଲେ। ବିଜ୍ଞାପନ ଦେଖିବା ପରେ ସୁଧୀର ରଞ୍ଜନ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସେ ନିଲାମ ଦିନ ଉପସ୍ଥିତ ରହି ନିଲାମ ଟଙ୍କା ଦେଇ ଉକ୍ତ ଜମିକୁ ବ୍ୟାଙ୍କଠାରୁ କିଣିଥିଲେ। ସୁଧୀର ଜମି କିଣିବା ପରେ ଦୁଇଭାଇଙ୍କୁ ଦେଇଥିବା କୋଟିଏ ଟଙ୍କା ଫେରାଇ ଦେବାକୁ କହିଥିଲେ। ଏପରିକି ସେମାନେ ଟଙ୍କା ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୨୦୨୦ ହୋଇଥିଲେ ମଧ୍ୟ ଦୁଇଭାଇ ଟଙ୍କା ଫେରାଇ ନ ଥିଲେ। ହଠାତ୍‌ ଗତ କିଛି ଦିନ ତଳେ ଦୁଇ ଭାଇ ଫେରାର ହୋଇଯାଇଥିବା ଜାଣିବା ପରେ ଶେଷରେ ସୁଧୀର ଥାନାର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?