ସାଇବର ଠକେଇରେ ସରକାରୀ କର୍ମଚାରୀ: ପୁରସ୍କାର ଲୋଭରେ ହରାଇଲେ ୨ଲକ୍ଷ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜଧାନୀରେ ଆଉଏକ ସାଇବର ଠକେଇ ଘଟଣା ଘଟିଛି। ଠକେଇର ଶିକାର ହୋଇଛନ୍ତି ଶହୀଦନଗର ଥାନା ଅନ୍ତର୍ଗତ ଆଇଏମ୍‌ଏମ୍‌ଟି କ୍ୟାମ୍ପସରେ ରହୁଥିବା ଗିରିରାଜ ଦର୍ଜୀ। ସାଇବର ଠକମାନେ ତାଙ୍କୁ ପୁରସ୍କାରର ଲୋଭ ଦେଖାଇ ପାଖାପାଖି ୨ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ଗିରିରାଜ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଗିରିରାଜ ନିଜ ଭଉଣୀଙ୍କ ଆଣ୍ଠୁଗଣ୍ଠି ସମସ୍ୟାର ଉପଚାର ନିମନ୍ତେ ଅନ୍‌ଲାଇନ୍‌ରେ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଆୟୁର୍ବେଦିକ ଔଷଧ ମଗାଉଥିଲେ। ଗତ ଜୁଲାଇ ୨୯ରେ ଗିରିରାଜଙ୍କ ଫୋନ୍‌କୁ ପ୍ରଥମେ ଏକ ମେସେଜ ଓ ପରେ ଫୋନ୍‌ କଲ ଆସିଥିଲା। ନିୟମିତ ଆୟୁର୍ବେଦିକ ତେଲ ମଗାଇଥିବାରୁ ଲକି ଡ୍ର’ରେ ୮ଲକ୍ଷ ୫୦ହଜାର ଟଙ୍କାର ପୁରସ୍କାର ଜିତିଥିବା ନେଇ କଲ୍‌ କରିଥିବା ବ୍ୟକ୍ତିଜଣକ ଗିରିରାଜଙ୍କୁ କହିଥିଲେ। ଏଥିସହ ପୁରସ୍କାର ରାଶି ପାଇବା ପାଇଁ ଏକ ଫର୍ମ ପୂରଣ କରି ରେଜିଷ୍ଟ୍ରେଶନ କରିବାକୁ କହିଥିଲେ। କିନ୍ତୁ ଗିରିରାଜ ନ କରିବାରୁ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ବାରମ୍ବାର ଫୋନ୍‌ କରି ପୁରସ୍କାର ଟଙ୍କା କମ୍ପାନୀ ପାଖକୁ ଫେରି ପଳାଇବ ବୋଲି କହୁଥିଲେ। ଶେଷରେ ଲୋଭରେ ଗିରିରାଜ ସମସ୍ତ ତଥ୍ୟ ଦେଇ ରେଜିଷ୍ଟ୍ରେଶନ କରିଥିଲେ। ଏଥିସହ ରେଜିଷ୍ଟ୍ରେଶନ ଚାର୍ଜ, ବିଳମ୍ବ ରେଜିଷ୍ଟ୍ରେଶନ ଓ ଟ୍ୟାକ୍ସକୁ ମିଶାଇ ୮ହଜାର ଟଙ୍କା ନେଇଥିଲେ। ପରେ ଅନ୍ୟ କେତେକ ଲୋଭ ଦେଖାଇ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨ଲକ୍ଷ ଟଙ୍କା ନେଇଯାଇଥିଲେ। ଗିରିରାଜ ଧାରଉଧାର କରି ଉକ୍ତ ଟଙ୍କା ଦେଇଥିଲେ। ଠକମାନେ ତାଙ୍କୁ ଟଙ୍କା କିମ୍ବା କାର୍‌ ନେଇପାରିବେ ବୋଲି କହିବାରୁ ଗିରିରାଜ ଟଙ୍କା ନୋବକୁ କହିଥିଲେ। ପରେ ଉକ୍ତ ବ୍ୟକ୍ତି ଜଣକ ସମୟ ଗଡ଼ାଇ ଚାଲିବା ସହ ଫୋନ୍‌ ଉଠାଇ ନ ଥିଲେ। ଶେଷରେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଗିରିରାଜ ଥାନାର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଜରିମାନା, ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ବର,୨୪।୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି…

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri