କୋଭିଡ୍‌ କେୟାର ସେଣ୍ଟରରେ ମହିଳା କନ୍‌ଷ୍ଟେବଳଙ୍କୁ ବଳାତ୍କାର

ଜାମସେଦପୁର, ୨୫।୮: ଝାଡ଼ଖଣ୍ଡର ଜାମସେଦପୁରସ୍ଥିତ ସିଦ୍‌ଗୋଡା ପ୍ରଫେଶନାଲ କଲେଜ କୋଭିଡ୍‌ କେୟାର ସେଣ୍ଟରରେ ଡ୍ୟୁଟିରେ ଥିବା ଜଣେ ମହିଳା ପୋଲିସ କନ୍‌ଷ୍ଟେବଳ ବଳାତ୍କାର ଶିକାର ହୋଇଛନ୍ତି। ମହିଳାଙ୍କ ସାଥୀ କନ୍‌ଷ୍ଟେବଳ ତାଙ୍କୁ ବଳାତ୍କାର କରିଥିବା ଜଣାପଡ଼ିଛି। ମହିଳା କନ୍‌ଷ୍ଟେବଳ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସିପାହୀ ଅନିଲ ସିଂଙ୍କୁ ଗିରଫ କରାଯାଇଛି। ଅନିଲ ସେହି କୋଭିଡ୍‌ କେୟାର ସେଣ୍ଟରର ଡ୍ୟୁଟିରେ ଥିଲେ। ଅପରପକ୍ଷରେ ମହିଳା କନ୍‌ଷ୍ଟେବଳଜଣଙ୍କ ଜଣେ କରୋନା ଆକ୍ରାନ୍ତ ମହିଳା ଅଭିଯୁକ୍ତଙ୍କ ସୁରକ୍ଷା ଦାୟିତ୍ୱରେ ସେଠାରେ ରହିଥିଲେ। ଘଟଣାଦିନ ସନ୍ଧ୍ୟାରେ ଅନିଲା ମହିଳା କନ୍‌ଷ୍ଟେବଳଙ୍କ ନିକଟକୁ ଯାଇ କଥାବାର୍ତ୍ତା ହୋଇଥିଲେ। ଏହାପରେ ‘ଏହି ରୁମ୍‌ ଜୀବାଣୁ ମୁକ୍ତ ନୁହେଁ, ଉପରେ ଭଲ ରୁମ୍‌ ଥିବା କହି’ ମହିଳା କନ୍‌ଷ୍ଟେବଳଙ୍କୁ ଅନିଲ ଉପର ମହଲାରେ ଥିବା ଏକ ରୁମ୍‌କୁ ନେଇଯାଇଥିଲେ। ସେଠାରେ ଅନିଲ ବଳପୂର୍ବକ ତାଙ୍କୁ ବଳାତ୍କାର କରିଥିବା ପୋଲିସ ନିକଟରେ ମହିଳା କନ୍‌ଷ୍ଟେବଳଜଣଙ୍କ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ଅନିଲଙ୍କୁ ଗିରଫ କରିଛି। ଏଠାରେ ପ୍ରକାଶଯୋଗ୍ୟ, ମହିଳାଙ୍କ ସ୍ବାମୀ ଏଏସ୍‌ଆଇ ଥିଲେ। ଡ୍ୟୁଟିରେ ଥିବାବେଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହେବାକୁ ତାଙ୍କୁ କନ୍‌ଷ୍ଟେବଳ ଚାକିରି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୋର ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୭ ଗ୍ରାମର ମୁଖ୍ୟ ରାସ୍ତା ସିଲ୍‌

ସୋର, ୩୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ତଳନଗର ପଞ୍ଚାୟତର ବେଲସବିରା ଓ ସୁନାରୀ ଗ୍ରାମରେ ବୁଧବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ଥାନୀୟ...

‘ତବ୍‌ଲିଘିରେ ଯୋଗଦେଇଥିବା ବିଦେଶୀଙ୍କୁ ବଳିବୋଦା କରାଯାଇଛି’

ମୁମ୍ବାଇ, ୨୩।୮: ଦିଲ୍ଲୀର ନିଜାମୁଦ୍ଦିନରେ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ତବ୍‌ଲିଘି ଜମାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଦେଶୀ ନାଗରିକଙ୍କୁ ବଳିବୋଦା କରାଯାଇ ସେମାନେ ଦେଶରେ କରୋନା...

ବଡ଼ ସହରରେ କାର୍‌ ଚଳାଇବା ମନା: ସରକାର ତିଆରି କରୁଛନ୍ତି ୧୪୦୦ କିମି ସାଇକେଲ ରାସ୍ତା

ପ୍ୟାରିସ୍‌, ୧୨।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। କେତେକ ବଡ଼ ବଡ଼ ସହରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ଲକଡାଉନ୍‌ ବେଳେ ମଦ ଦୋକାନ ସିଲ୍‌ ଭଙ୍ଗାଗଲା

ଯୋଡ଼ା,୧୫।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହରର ବାଂଶପାଣି ରୋଡ୍‌ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରେ ସିଲ୍‌ ଭଙ୍ଗାଯାଇଛି। ଅବକାରୀ ବିଭାଗର ଜଣେ ଅଧିକାରୀ...

ଆଜି ରାଜଧାନୀରୁ ୧୨ ନୂଆ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୬

ଭୁବନେଶ୍ୱର,୯ା୧(ବ୍ୟୁରୋ): ରାଜଧାନୀରୁ ଶନିବାର ୧୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା...

ଭାଜପା ଜିଲା ସଭାପତିଙ୍କୁ ମରାଣାନ୍ତକ ଆକ୍ରମଣ, ଖାରବେଳ ଥାନାରେ ମାମଲା ରୁଜୁ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଭୁବନେଶ୍ୱର ଜିଲା ସଂଗଠନ ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଶୁକ୍ରବାର ଅପରାହ୍ନ ୧ଟା ସମୟରେ ରାମ ମନ୍ଦିରସ୍ଥିତ ଏକାମ୍ର ହାଟ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି।...

ଏପିସିଓର ପୂର୍ବତନ ଅଧିକାରୀଙ୍କ ଘରୁ ଏକ କୋଟି ଟଙ୍କା ସମେତ ୩ କେଜି ସୁନା ଜବତ

ଅମରାବତୀ, ୨୨।୮: ଆନ୍ଧ୍ରପ୍ରଦେଶର ହସ୍ତତନ୍ତ ବୁଣାକାର ସମବାୟ ସମିତି (ଏପିସିଓ)ର ପୂର୍ବତନ ଚେୟାରମ୍ୟାନ ଗୁଜାଲ ଶ୍ରୀନିବାସୁଲୁଙ୍କ ଘରୁ ନଗଦ ଏକ କୋଟି ଟଙ୍କା ଏବଂ ୫...

ଶ୍ରୀଲଙ୍କାରୁ ମିଳିଲା କରୋନାର ନୂଆ ଷ୍ଟ୍ରେନ୍‌, ଯାହା ସବୁଠୁ ମାରାତ୍ମକ; ଜାଣନ୍ତୁ ଏ ସମ୍ପର୍କରେ…

କଲମ୍ବୋ,୨୫।୪: ଭାରତ ସମେତ ବିଶ୍ୱରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଆଉ ଏକ ଦୁଃଖଦ ଖବର ଆସିଛି ପଡ଼ୋଶୀ ଶ୍ରୀଲଙ୍କାରୁ। ଏଠାରେ କରୋନା...

Advertisement
Archives

Model This Week