୩ ଶିକାରୀ ଗିରଫ, ୨ ବନ୍ଧୁକ ଜବତ
ଔପଦା,୧୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବନବିଭାଗ ତରଫରୁ ଶୁକ୍ରବାର ବିଳମ୍ବିତ ରାତିରେ ୩ଜଣ ଶିକାରୀଙ୍କୁ ଗିରଫ କରାଯିବା ସହିତ ୨ଟି ଗୁଳି ଭର୍ତ୍ତି ବନ୍ଧୁକ ଜବତ କରାଯାଇଛି। ସେମାନେ ହେଲେ ବନ୍ଦସାହି ଗ୍ରାମର ଅଜୟ ନାଇକ (୨୨), ବାଙ୍ଗରୁ ନାଇକ (୨୪), ଦାଢ଼ିଆସାହି…
୨୬ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ
ପୁରୀ ଅଫିସ, ୧୫ା୧୧: ପୁରୀ ସହରରେ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏବେ ଏଥିରେ ମହିଳା ମାନଙ୍କୁ ବ୍ୟବହାର କରାଯାଉଛି। ଫଳରେ କଲେଜ ବିଦ୍ୟାର୍ଥୀ, ଯୁବପିଢି ବର୍ତ୍ତମାନ ନିଶା ସେବନ କରି ବିପଥଗାମୀ ହେଉଛନ୍ତି। ସହର ଗଳିକନ୍ଦିରେ ଏହି ବେପାର…
ସୁନା ଦୋକାନୀଙ୍କ ସହ ୨ ଚେନ୍ ଲୁଟେରା ଗିରଫ
ବାରିପଦା ଅଫିସ,୧୫ା୧୧- ଦୀର୍ଘ ଦିନ ପରେ ମୟୂରଭଞ୍ଜ ଜିଲା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ଜିଲାରେ କିଛି ଦିନ ହେଲା ଛିନତାଇ କରି ଆତଙ୍କ ସୃଷ୍ଟି କରୁଥିବା ୨ ଯୁବକ ଓ ଜଣେ ସୁନା ଦୋକାନୀଙ୍କୁ ପୋଲିସ ଗିରଫ…
ଭାଜପା ଜିଲା ସଭାପତିଙ୍କୁ ମରାଣାନ୍ତକ ଆକ୍ରମଣ, ଖାରବେଳ ଥାନାରେ ମାମଲା ରୁଜୁ
ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଭୁବନେଶ୍ୱର ଜିଲା ସଂଗଠନ ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଶୁକ୍ରବାର ଅପରାହ୍ନ ୧ଟା ସମୟରେ ରାମ ମନ୍ଦିରସ୍ଥିତ ଏକାମ୍ର ହାଟ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି। ଏକ କାର୍ରେ ଆଠଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଆସି ଲୁହା ପାଇପ୍ରେ ତାଙ୍କୁ…
ଚନ୍ଦକା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୪ଶହ ଲିଟର ରନ୍ଧାମଦ ଜବତ, ୨ ଗିରଫ
କଟକ ରୋଡ, ୧୫।୧୧(ଡି.ଏନ୍.ଏ.): ଭୁବନେଶ୍ୱର ଅବକାରୀ ଓ ମୋବାଇଲ ସ୍କ୍ବାର୍ଡ ଶୁକ୍ରବାର ରାଜଧାନୀର ଚନ୍ଦକା ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୨ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ଛବି ଦେହୁରୀ ଏବଂ ଅଭି…
ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର: ଶିଶୁପୁତ୍ରଙ୍କୁ ନେଇ ସ୍ବାମୀ ଫେରାର
ସମ୍ବଲପୁର, ୧୫।୧୧(ବ୍ୟୁରୋ)- ସମ୍ବଲପୁର ଜିଲା ମୁଦିପଡ଼ା ଘୁଷୁଣୀଯୋଡା ବନ୍ଧ ହିଡରେ ଥିବା ବସ୍ତିର ଏକ ଭଡ଼ାଘରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ପରିଚୟ ମିଳି ନ ଥିବା ବେଳେ ପ୍ରାୟ ୨୦ ଦିନ ପୂର୍ବେ ମହିଳାଙ୍କ ସ୍ବାମୀ…
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼, ଜଣେ ଗୁରୁତର
ଖୋର୍ଦ୍ଧା ଅଫିସ,୧୫।୧୧ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ଛୋଟିଯୋଡ଼ି ଗ୍ରାମରେ ବୋମାମାଡ଼ ଓ ଫାଙ୍କା ଗୁଳିଚାଳନା ହୋଇଛି। ଏଥିରେ ଜଣେ ଗୁରୁତର ହୋଇ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର…
ଅସୁରକ୍ଷିତ ହୋଇପଡୁଛି ରାଜଧାନୀ: ବାର୍ରେ ପଶି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ
ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାତିର ରାଜଧାନୀ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ନିକଟରେ କେତେଜଣ ଦୁର୍ବୃତ୍ତ ବାର୍ରେ ପଶି ଆତଙ୍କ ଖେଳାଇବା ସହ ରାସ୍ତାରେ ବାର୍ ଡ୍ୟାନ୍ସରଙ୍କୁ ଅଟକାଇ ଲୁଟ୍ପାଟ କରିଥିଲେ। ବୁଧବାର ବିଳମ୍ବିତ ରାତିରେ ଆଉଏକ ଘଟଣା ଘଟିଛି। ୫ଜଣ ଦୁର୍ବୃତ୍ତ…
ବିମାନବନ୍ଦରରୁ ଅଧକୋଟି ଟଙ୍କାର ସୁନା ଜବତ
ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ପୁଣି ଜଣେ ଯାତ୍ରୀଙ୍କଠାରୁ ୧୩୧୦.୬୫୦ ଗ୍ରାମର ଦୁଇଟି ସୁନା ବିସ୍କୁଟ ଜବତ କରାଯାଇଛି। ଏହି ସୁନା ବିସ୍କୁଟଟି ୯୯ ପ୍ରତିଶତ ଶୁଦ୍ଧ ହୋଇଥିବାବେଳେ ବଜାର ମୂଲ୍ୟ ୫୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ…
ଜେଲ ଗଲେ ଗ୍ୟାଙ୍ଗ୍ଷ୍ଟର ରାଜା ଆଚାର୍ଯ୍ୟ
କଟକ ଅଫିସ/ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଜେଲ ଗଲେ ଗ୍ୟାଙ୍ଗ୍ଷ୍ଟର ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜା। କଟକ ସିଜେଏମ୍ କୋର୍ଟରେ ଗୁରୁବାର ହାଜର କରାଯିବା ପରେ ତାଙ୍କୁ ଜେଲ ପଠାଯାଇଛି। ସୂଚନାଯୋଗ୍ୟ, ୨୦୦୪ରେ ଏକ ହତ୍ୟା ଉଦ୍ୟମ ଅଭିଯୋଗ ନେଇ ରାଜାଙ୍କ ନାମରେ ମାଲଗୋଦାମ…
ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣା: ୭ ଗିରଫ, କମ୍ପାନୀକୁ ସିଲ୍ କଲା ଜିଲା ପ୍ରଶାସନ
ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍କନ କମ୍ପାନୀର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ଘଟଣାରେ ୭ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କମ୍ପାନୀର ଜେନେରାଲ ମ୍ୟାନେଜର ପ୍ରଭିକ ପିଲାଇ(୩୪), ପ୍ରଡକ୍ସନ ମ୍ୟାନେଜର…
ଜାଲ ସାର୍ଟିଫିକେଟ ଦେଇ ୩ ବର୍ଷ ଧରି କରୁଥିଲେ ଚାକିରି: ନକଲି ଡାକ୍ତର ଅଟକ, ପୋଲିସର ମାରାଥନ ଜେରା
ସୁନ୍ଦରଗଡ଼,୧୩।୧୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଚାକିରି କରୁଥିବା ଡା. ପଦ୍ମନାଭ ମୁଖୀ ବାରୁଆ ଏବେ ପୋଲିସ କବ୍ଜାରେ। ତାଙ୍କ ନାମରେ ହୋଇଥିବା ଡାକ୍ତରୀ ସାର୍ଟିଫିକେଟ୍ ଜାଲିଆତି ଅଭିଯୋଗ ଉପରେ ତଦନ୍ତ କରାଯିବାପରେ ତାଙ୍କ କାରନାମା ପଦାକୁ ଆସିଛି। ସୂଚନା ଅଧିକାର…
Archives


