କାହିଁକି ଗିରଫ ହେଲେ ହରିୟାଣା ପୋଲିସ ଆଇଜି

ଚଣ୍ଡିଗଡ଼, ୨୨।୮: ଜବରଦସ୍ତି ଘରେ ପଶି ୨ଜଣ ମହିଳାଙ୍କ ସହ ଖରାପ ବ୍ୟବହାର କରିବା ଅଭିଯୋଗରେ ହରିୟାଣା ପୋଲିସର ଜଣେ ବରିଷ୍ଠ ଆଇଜି ଗିରଫ ହୋଇଛନ୍ତି। ସୂଚନା ମୁତାବକ ହରିୟାଣା ପୋଲିସର ଇନ୍ସପେକ୍ଟର ଜେନେରାଲ (ଆଇଜି) ହେମନ୍ତ କଲସନ ଶୁକ୍ରବାର ପଞ୍ଚକୁଲାର ପିଞ୍ଜୋର ଅଞ୍ଚଳରେ ଘରେ ପ୍ରବେଶ କରି ୨ଜଣ ମହିଳାଙ୍କୁ ର୍ଦୁବ୍ୟବହାର କରିଥିଲେ। ଏପରିକି ଜଣେ ଯୁବକଙ୍କୁ ପିଟିଥିବା ଅଭିଯୋଗ ହୋଇଥିଲା। ଏହାପରେ ମହିଳାଙ୍କ ଅଭିଯୋଗ ଆଧାରରେ ହେମନ୍ତଙ୍କ ନାମରେ ମାମଲା ରୁଜୁ ହେବା ସହ ଶନିବାର ତାଙ୍କୁ ଗିରଫ କରାଯାଇଛି। ହରିୟାଣା ପୋଲିସର ପ୍ରବକ୍ତା କହିଛନ୍ତି, ‘୫୫ ବର୍ଷୀୟ ହେମନ୍ତ ୨୧ ଅଗଷ୍ଟ ରାତିରେ ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ଝିଅଙ୍କୁ ଖରାପ ବ୍ୟବହାର କରିଥିଲେ। ଏହାପରେ ମହିଳାଙ୍କ ପୁଅକୁ ମାଡ଼ ମାରିଥିଲେ। ପିଞ୍ଜୋର ଥାନାରେ ମହିଳାଙ୍କ ଅଭିଯୋଗ ଆଧାରରେ ହେମନ୍ତଙ୍କ ନାମରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇ ଶନିବାର ତାଙ୍କୁ ଗିରଫ କରାଯାଇଥିଲା।’ ଏଠାରେ ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ପଞ୍ଚକୁଲା ଆଇଜି (ହୋମଗାର୍ଡ) ଥିବା ହେମନ୍ତ ପୂର୍ବରୁ ମଧ୍ୟ ଅନେକ ଘଟଣାରେ ବିବାଦ ଘେରରେ ରହିଥିଲେ। ଏପରିକି ପୂର୍ବରୁ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇସାରିଛି। ଗତବର୍ଷ ଏପ୍ରିଲରେ ତାମିଲନାଡ଼ୁ ନିର୍ବାଚନ ଡ୍ୟୁଟିରେ ଥିବାବେଳେ ହେମନ୍ତ ଶୂନ୍ୟକୁ ଫାୟାରିଂ କରି ବିବାଦକୁ ଆସିଥିଲେ। ଏହାପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ୨୦୧୮ ସେପ୍ଟେ୍‌ମ୍ବରରେ ମଧ୍ୟ ଗାଡ଼ି ଓଭରଟେକ୍‌ କରିବାକୁ ନେଇ ହେମନ୍ତ ଜଣେ ବ୍ୟକ୍ତିଙ୍କୁ ପିଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri