ବଧୂହତ୍ୟା ଅଭିଯୋଗ: ଶାଶୁ, ଶ୍ୱଶୁର, ନଣନ୍ଦେଇ ଅଟକ; ଦିଅର ଫେରାର

ଚାନ୍ଦବାଲି,୨୨ା୮(ଡିି.ଏନ୍‌.ଏ.) : ଭଦ୍ରକ ଜିଲା ଚାନ୍ଦବାଲି ଥାନା ପଣସପଡ଼ା ଗାଁରେ ବଧୂହତ୍ୟା ଅଭିଯୋଗରେ ଶାଶୁ, ଶ୍ୱଶୁର ଓ ନଣନ୍ଦେଇଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରୁଥିବା ବେଳେ ଦିଅର ଫେରାର ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ବାଂଶଡ଼ା ଥାନା ଅନ୍ତର୍ଗତ ତୋଟାପଡ଼ା ପଞ୍ଚାୟତର ମାଣିପୁର ନୂଆସାହି ଗାଁର ବୁଦ୍ଧଦେବ ନାୟକଙ୍କ ଝିଅ ସୁଜାତା ଜୁଲାଇ ୨୦୧୯ରେ ପଣସପଡ଼ା ପଞ୍ଚାୟତର ହରିହର ମହାନ୍ତିଙ୍କ ପୁଅ ଶରତଙ୍କୁ ବିବାହ କରିଥିଲେ। ଶରତ ବିଦେଶରେ ଏକ କମ୍ପାନୀରେ କାମ କରନ୍ତି। ବିବାହର କିଛିଦିନ ପରେ ଶରତ ବିଦେଶ ଚାଲି ଯାଇଥିଲେ। ବିବାହ ପରେ ଅଧିକ ଯୌତୁକ ଦାବିରେ ଶାଶୁଘର ଲୋକେ ସୁଜାତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ସ୍ବାମୀଙ୍କ ଅନୁପସ୍ଥିତରେ ଦିଅର ଓ ନଣନ୍ଦେଇ ଶାରୀରିକ ସମ୍ପର୍କ ରଖିବାକୁ ସୁଜାତାଙ୍କୁ ବାଧ୍ୟ କରିବା କଥା ବାପଘର ଲୋକ ଅଭିଯୋଗ କରିଛନ୍ତି। ଶନିବାର ସକାଳେ ନିଜ ଶୋଇବା ଘର ଫ୍ୟାନ୍‌ରେ ଏକ ରଶିରେ ସୁଜାତାଙ୍କ ମୃତଦେହ ଝୁଲୁଥିବାର ବାପଘର ଲୋକ ଖବର ପାଇଥିଲେ।

ତେବେ ଅଧିକ ଯୌତୁକ ଦାବି ଓ ସ୍ବାମୀଙ୍କ ଅନୁପସ୍ଥିତିରେ ଶାରୀରିକ ସମ୍ପର୍କରେ ଅରାଜି ହେବାରୁ ସୁଜାତାଙ୍କୁ ଶାଶୁଘର ଲୋକେ ମାରି ଝୁଲାଇ ଦେଇଛନ୍ତି ବୋଲି ମୃତ ସୁଜାତାଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଥିବା ବେଳେ ଶାଶୁ ଜାନକୀ ମହାନ୍ତି, ଶ୍ୱଶୁର ହରିହର ମହାନ୍ତି ଓ ନଣନ୍ଦେଇ ବସନ୍ତ ନାୟକଙ୍କୁ ଅଟକ ରଖି ପଚରା ଉଚୁରା କରିଛି। ଦିଅର କାଳିଆ ମହାନ୍ତି ଫେରାର ହୋଇଛନ୍ତି। ଭଦ୍ରକରୁ ଫରେନ୍‌ସିକ୍‌ ଦଳ ଆସି ପଣସପଡ଼ାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri