ବଧୂହତ୍ୟା ଅଭିଯୋଗ: ଶାଶୁ, ଶ୍ୱଶୁର, ନଣନ୍ଦେଇ ଅଟକ; ଦିଅର ଫେରାର

ଚାନ୍ଦବାଲି,୨୨ା୮(ଡିି.ଏନ୍‌.ଏ.) : ଭଦ୍ରକ ଜିଲା ଚାନ୍ଦବାଲି ଥାନା ପଣସପଡ଼ା ଗାଁରେ ବଧୂହତ୍ୟା ଅଭିଯୋଗରେ ଶାଶୁ, ଶ୍ୱଶୁର ଓ ନଣନ୍ଦେଇଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରୁଥିବା ବେଳେ ଦିଅର ଫେରାର ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ବାଂଶଡ଼ା ଥାନା ଅନ୍ତର୍ଗତ ତୋଟାପଡ଼ା ପଞ୍ଚାୟତର ମାଣିପୁର ନୂଆସାହି ଗାଁର ବୁଦ୍ଧଦେବ ନାୟକଙ୍କ ଝିଅ ସୁଜାତା ଜୁଲାଇ ୨୦୧୯ରେ ପଣସପଡ଼ା ପଞ୍ଚାୟତର ହରିହର ମହାନ୍ତିଙ୍କ ପୁଅ ଶରତଙ୍କୁ ବିବାହ କରିଥିଲେ। ଶରତ ବିଦେଶରେ ଏକ କମ୍ପାନୀରେ କାମ କରନ୍ତି। ବିବାହର କିଛିଦିନ ପରେ ଶରତ ବିଦେଶ ଚାଲି ଯାଇଥିଲେ। ବିବାହ ପରେ ଅଧିକ ଯୌତୁକ ଦାବିରେ ଶାଶୁଘର ଲୋକେ ସୁଜାତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ସ୍ବାମୀଙ୍କ ଅନୁପସ୍ଥିତରେ ଦିଅର ଓ ନଣନ୍ଦେଇ ଶାରୀରିକ ସମ୍ପର୍କ ରଖିବାକୁ ସୁଜାତାଙ୍କୁ ବାଧ୍ୟ କରିବା କଥା ବାପଘର ଲୋକ ଅଭିଯୋଗ କରିଛନ୍ତି। ଶନିବାର ସକାଳେ ନିଜ ଶୋଇବା ଘର ଫ୍ୟାନ୍‌ରେ ଏକ ରଶିରେ ସୁଜାତାଙ୍କ ମୃତଦେହ ଝୁଲୁଥିବାର ବାପଘର ଲୋକ ଖବର ପାଇଥିଲେ।

ତେବେ ଅଧିକ ଯୌତୁକ ଦାବି ଓ ସ୍ବାମୀଙ୍କ ଅନୁପସ୍ଥିତିରେ ଶାରୀରିକ ସମ୍ପର୍କରେ ଅରାଜି ହେବାରୁ ସୁଜାତାଙ୍କୁ ଶାଶୁଘର ଲୋକେ ମାରି ଝୁଲାଇ ଦେଇଛନ୍ତି ବୋଲି ମୃତ ସୁଜାତାଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଥିବା ବେଳେ ଶାଶୁ ଜାନକୀ ମହାନ୍ତି, ଶ୍ୱଶୁର ହରିହର ମହାନ୍ତି ଓ ନଣନ୍ଦେଇ ବସନ୍ତ ନାୟକଙ୍କୁ ଅଟକ ରଖି ପଚରା ଉଚୁରା କରିଛି। ଦିଅର କାଳିଆ ମହାନ୍ତି ଫେରାର ହୋଇଛନ୍ତି। ଭଦ୍ରକରୁ ଫରେନ୍‌ସିକ୍‌ ଦଳ ଆସି ପଣସପଡ଼ାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ମଝି ଆକାଶରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା ୨ ଫାଇଟର ଜେଟ, ଦେଖନ୍ତୁ ଲୋମଟାଙ୍କୁରା ଦୃଶ୍ୟ

ଓ୍ବାଶିଂଟନ,୧୮।୫: ଆମେରିକାର ଆଇଡାହୋ ରାଜ୍ୟରେ ଆୟୋଜିତ ଏକ ଏୟାର ଶୋ’ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ, ମାଉଣ୍ଟେନ ହୋମ ଏୟାର ଫୋର୍ସ ବେସରେ…

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri