ଏପିସିଓର ପୂର୍ବତନ ଅଧିକାରୀଙ୍କ ଘରୁ ଏକ କୋଟି ଟଙ୍କା ସମେତ ୩ କେଜି ସୁନା ଜବତ

ଅମରାବତୀ, ୨୨।୮: ଆନ୍ଧ୍ରପ୍ରଦେଶର ହସ୍ତତନ୍ତ ବୁଣାକାର ସମବାୟ ସମିତି (ଏପିସିଓ)ର ପୂର୍ବତନ ଚେୟାରମ୍ୟାନ ଗୁଜାଲ ଶ୍ରୀନିବାସୁଲୁଙ୍କ ଘରୁ ନଗଦ ଏକ କୋଟି ଟଙ୍କା ଏବଂ ୫ କେଜି ଓଜନର ଅଳଙ୍କାର ଜବତ ହୋଇଛି। ରାଜ୍ୟର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି)ର ଅଧିକାରୀମାନେ କଡପା ଜିଲାର ଖାଜିପେଟସ୍ଥିତ ଗୁଜାଲଙ୍କ ଘରେ ଚଢ଼ଉ କରି ଚକିତ କଲାଭଳି ପରିମାଣର ସମ୍ପତ୍ତି ଜବତ କରିଛନ୍ତି। ଯେଉଁଥିରେ ନଗଦ ଏକ କୋଟି ଟଙ୍କା ସମତେ ୩ କେଜି ସୁନା ଓ ୨ କେଜି ରୂପା ଅଳଙ୍କାର ରହିଛି। ସେହିଭଳି ଶ୍ରୀନିବାସୁଲୁଙ୍କ ଘରୁ ୧୦ ଲକ୍ଷ ଟଙ୍କାର ପୁରୁଣା ନୋଟ୍‌ ମଧ୍ୟ ସିଆଇଡି ଅଧିକାରୀମାନେ ଠାବ କରିଥିଲେ। ଶ୍ରୀନିବାସୁଲୁ ବୁଣାକାରଙ୍କ ସହକାରୀ ସମିତି ନାମରେ ସରକାରୀ ସମ୍ପତ୍ତି ଓ ବୁଣାକାରଙ୍କ ସବ୍‌ସିଡ୍‌ର ଦୁରୂପଯୋଗ କରିଥିବା ଅଭିଯୋଗ ହୋଇଛି। ଏଥିସହିତ ସେ ସ୍କୁଲ ପିଲା, ପୋଲିସ କର୍ମଚାରୀଙ୍କ ୟୁନିଫର୍ମ ପାଇଁ କପଡ଼ା ଯୋଗାଣରେ ଅନିୟମିତତା କରିଥିଲେ। ହାଣ୍ଡଲୁମ କପଡ଼ା ବଦଳରେ ସେ ତେଲେଙ୍ଗାନା, କର୍ନାଟକ ଓ ତାମିଲନାଡ଼ୁରେ ପାଓ୍ବାରଲୁମ୍‌ ଦ୍ୱାରା ଉତ୍ପାଦିତ ପଲିଷ୍ଟର କପଡ଼ା ଯୋଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଭେଣ୍ଟିଲେଟରରେ ଅଣନିଃଶ୍ୱାସୀ ଗୁଜରାଟ ମଡେଲ

ଗାନ୍ଧୀନଗର, ୨୦ା୫: ନକଲି ଭେଣ୍ଟିଲେଟରରେ ଅଣନିଃଶ୍ୱାସୀ ଗୁଜରାଟ ମଡେଲ। କୋଭିଡ୍‌-୧୯ ସଙ୍କଟ ସମୟରେ ରୋଗୀଙ୍କ ଜୀବନକୁ ଅଧିକ ବିପଦରେ ପକାଇ ଦେଇଛି ଘରୋଇ କମ୍ପାନୀ ଦ୍ୱାରା...

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ମାମଲା: ଦୋଷୀଙ୍କୁ ୧୦ ବର୍ଷ ଜେଲ

ଚମ୍ପୁଆ, ୩୦ା୯(ଡି.ଏନ.ଏ.)-ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା । ସେହି ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲା ଦୌରାଜଜ ଅଭିଯୁକ୍ତ ଦୋଳ ଗୋବିନ୍ଦ ବାରିକଙ୍କୁ...

୧୭ରୁ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ ଏଲ୍‌ଆଇସି

ନୂଆଦିଲ୍ଲୀ,୨୮ା୪: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ଆସନ୍ତା ୪ତାରିଖରୁ ଖୋଲିବ। ଏହା ମେ ୯ ତାରିଖରେ ବନ୍ଦ ହେବ। ଜନସାଧାରଣଙ୍କ...

ଚୋରାରେ ବିକୁଥିଲେ ବିଦେଶୀ ମଦ, ୨ ମହିଳା ଗିରଫ

ଯୋଡ଼ା,୨୨।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ଥାନା ସହରସ୍ଥିତ ହନୁମାନ ହାଟିଂ ଠାରେ ବେଆଇନ ଭାବେ ବିଦେଶୀ ମଦ ରଖି ବିକ୍ରି କରୁଥିବା ବେଳେ ପୋଲିସ ହାତରେ...

ହାଉସ୍‌ବୋଟ୍‌ରେ ହେବ ଆଇସୋଲେଶନ୍‌ ଓ୍ବାର୍ଡ !

ଆଲପ୍ପୁଝା,୧୫।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ କେରଳରେ ବହୁବିଧ ସଚେତନତା ଏବଂ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉଛି। କେରଳରେ ସଫଳତାର ସହିତ କରୋନା ମୁକାବିଲା...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦଙ୍କ ପରଲୋକ

ଲକ୍ଷ୍ନୌ,୨୭।୩: ପୁର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦ ବର୍ମାଙ୍କର ଶୁକ୍ରବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ। ସମାଜବାଦୀ ପାର୍ଟିର...

ଇ-ଟିକେଟ ରାକେଟ୍‌ର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୨।୧: ଅନ୍ତର୍ଜାତୀୟ ଇ-ଟିକେଟ୍‌ ରାକେଟ୍‌ର ପର୍ଦ୍ଦାଫାଶ୍‌ ହୋଇଛି। ଏହାର ଚେର ପାକିସ୍ତାନ, ବାଂଲାଦେଶ, ଦୁବାଇ ପ୍ରମୁଖ ଦେଶକୁ ଲମ୍ବିଛି। ଆର୍‌ପିଏଫ୍‌ ପକ୍ଷରୁ ଝାଡ଼ଖଣ୍ଡର ଗୁଲାମ ମୁସ୍ତାଫା...

ଧ୍ୟାନ ହଟାଇବା ଲାଗି ଏଏପି କରିଛି ଯୋଜନା, ୭ ଭାଜପା ଏମ୍‌ପି ଉପରାଜ୍ୟପାଳଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀର ୭ ଜଣ ଭାଜପା ଏମ୍‌ପି  ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

Advertisement
Archives

Model This Week