Posted inଖେଳ

‘ସ୍ପୋଟର୍‌ସ ମ୍ୟାନେଜମେଣ୍ଟରେ କ୍ୟାରିୟର’ ଓ୍ବେବିନାର

ଭୁବନେଶ୍ୱର,୨୯।୧୦(ସ୍ପୋଟର୍‌ସ ବ୍ୟୁରୋ): ‘ସ୍ପୋଟର୍‌ସ ମ୍ୟାନେଜେମେଣ୍ଟରେ କ୍ୟାରିୟର’ ଶୀର୍ଷକ ଏକ ଓ୍ବେବିନାର ଟାଟା ଷ୍ଟିଲ୍‌ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ବିଶ୍ୱରେ କ୍ରୀଡ଼ା ଶିଳ୍ପର ଉନ୍ନତି ହେଉଥିବା ବେଳେ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ଚାହିଦା, ମିଳିବାକୁ ଥିବା ସୁବିଧା ସୁଯୋଗ ନେଇ ଏଥିରେ ଆଲୋଚନା ହୋଇଥିଲା। ଓ୍ବେବିନାରରେ ଅଂଶ୍ରଗହଣ କରିଥିବା ପ୍ୟାନେଲିଷ୍ଟମାନେ ହେଲେ ଜାଭିଅର ଏମିଲିୟନ ବିଜନେସ୍‌ ସ୍କୁଲ୍‌ ଆଣ୍ଡ ଇଟ୍ସ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଇନ୍‌ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଆଶଲେ ଫର୍ନାଣ୍ଡିଜ୍‌, ପ୍ୟାରିସ୍‌ ସାକ୍‌ଲେ ୟୁନିଭର୍ସିଟିର ପ୍ରଫେସର ମିଚେଲ ଡେସ୍‌ବୋର୍ଡେସ୍‌, ଆଇଆଇଟି କାନପୁରର ଡିପାର୍ଟମେଣ୍ଟ ଅଫ୍‌ ଇାକୋନୋମିକ ସାଇନ୍ସ ପ୍ରଫେସର ସୋମେଶ କେ. ମାଥୁର, ପୂର୍ବତନ ଭାରତୀୟ ହକି ଅନ୍ତର୍ଜାତୀୟ ଖେଳାଳି ତଥା ଭାରତୀୟ ଦଳର ପୂର୍ବତନ କୋଚ୍‌ ହରେନ୍ଦ୍ର ସିଂ, ଦି ବ୍ୟାଡମିଣ୍ଟନ ପ୍ରଫେସ୍‌ନାଲର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟ ଲନ୍ସି ମାସ୍କାରେନହାସ ଓ ୪୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସର ୧ ନମ୍ବର ଖେଳାଳି ତଥା ଫନ୍‌ଏଜ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ କରନ ସିଂ। ନାଭାଲ ଟାଟା ହକି ଏକାଡେମୀ (ଏନ୍‌ଟିଏଚ୍‌ଏ) ଓଡ଼ିଶାର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ, ମାଇ ସିଟି ଲିଙ୍କ୍ସ ମାଗାଜିନର କନ୍‌ସଲଟିଂ ସିନିୟର ଆସୋସିଏଟ ଏଡିଟର ଦୀକ୍ଷା ତିଓ୍ବାରୀ ଏହି ଓ୍ବେବିନାରର ସଂଯୋଜନା କରିଥିଲେ।
ଭାରତରେ ଦ୍ରୁତଗତିରେ କ୍ରୀଡ଼ାର ଅଭ୍ୟୁଦୟ ହେଉଛି। ଏହା ସହିତ କ୍ୟାରିୟର ଭାବେ ସ୍ପୋଟର୍‌ସ ମ୍ୟାନେଜମେଣ୍ଟ ମଧ୍ୟ ବେଶ୍‌ ଆଦୃତ ହେଉଛି। ପୂର୍ବରୁ ଭାରତୀୟମାନେ କ୍ରିକେଟ, ହକି, ଟେନିସ ଓ କେତୋଟି ଦୌଡ଼ ଇଭେଣ୍ଟ ବିଷୟରେ ଅବଗତ ଥିଲେ। ଏବେ କିନ୍ତୁ କଥା ଅଲଗା ହୋଇଛି। ଗତ ଏକ ଦଶନ୍ଧିରେ ଇଣ୍ଟରନେଟର ବହୁଳ ପ୍ରଚଳନ, ଡିଟିଏଚ୍‌ର ବ୍ୟାପକ ବ୍ୟବହାର ଦ୍ୱାରା ଅଧିକରୁ ଅଧିକ କ୍ରୀଡ଼ା ସମ୍ପର୍କରେ ଲୋକେ ଜାଣିବାକୁ ପାଇଛନ୍ତି। ଫଳରେ ଲୋକେ ଅନ୍ୟ କ୍ରୀଡ଼ାକୁ ନେଇ ନିଜର ଉତ୍ସାହ ପ୍ରକଟ କରିଛନ୍ତି। ଅଧିକ କ୍ରୀଡ଼ା ଖେଳିବା ସହିତ ଲୋକେ ବିଭିନ୍ନ ଖେଳକୁ ଫଲୋ କରୁଛନ୍ତି ଓ ଦେଖୁଛନ୍ତି ମଧ୍ୟ। ବର୍ତ୍ତମାନ ଯୁଗରେ କ୍ରୀଡ଼ାକୁ ଜବରଦସ୍ତ ମୋମେଣ୍ଟମ ମିଳିଛି। କ୍ରୀଡ଼ା ଏବେ କେବଳ ବଡ ସହରରେ ସୀମିତ ହୋଇ ରହିନାହିଁ। ଏହା ଏବେ ଛୋଟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଏହି ଆଲୋଚନାରେ ଦେଶରେ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ଭବିଷ୍ୟତ ନେଇ ମଧ୍ୟ ଆଲୋକପାତ କରାଯାଇଥିଲା।
ବ୍ୟବସାୟ ପଛରେ କ୍ରୀଡ଼ାର ମହତ୍ତ୍ୱ ତଥା ଜୋଶ୍‌କୁ ଜଣେ କ୍ରୀଡ଼ାବିତ ହୃଦୟଙ୍ଗମ କରିବା ଉଚିତ ବୋଲି ଆଶଲେ ଫର୍ନାଣ୍ଡିଜ କହିଛନ୍ତି। ଠିକ୍‌ ସେହିପରି ଜଣେ ସାଧାରଣ ଲୋକ କ୍ରୀଡ଼ା ପଛରେ ଥିବା ଉତ୍ସାହକୁ ମଧ୍ୟ ଜାଣିବା ଦରକାର। ତେଣୁ ଆମକୁ ରାଜସ୍ବର ନିୟମଗୁଡିକୁ ବୁଝିବାକୁ ପଡିବ। ସୌଭାଗ୍ୟ କିମ୍ବା ଦୁର୍ଭାଗ୍ୟବଶତଃ କ୍ରୀଡ଼ା ଏବେ ବ୍ୟବସାୟରେ ପରିଣତ ହେବା ସହ ଫଳାଫଳ କୈନ୍ଦ୍ରିକ ହୋଇଛି। ଇ- ସ୍ପୋଟର୍‌ସ ଇତିମଧ୍ୟରେ ଲୋକପ୍ରିୟତା ହାସଲ କରିଛି ଓ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଏହା ବିଭିନ୍ନ କୌଶଳ, ଜ୍ଞାନକୁ ବିକଶିତ କରିଛି। ବ୍ୟବସାୟ ଦୃଷ୍ଟିକୋଣରୁ ଇ- ସ୍ପୋଟର୍‌ସ ଆହୁରି ବ୍ୟାପକ ହୋଇଛି ବୋଲି ସେ କହିଛନ୍ତି। ସେହିପରି ସ୍ପୋଟର୍‌ସ ମ୍ୟାନେଜମେଣ୍ଟ ଏବେ ଏକ ବଡ଼ ମାର୍କେଟରେ ପରିଣତ ହୋଇଛି ବୋଲି ମିଚେଲ ଡେସବୋର୍ଡେସ କହିଛନ୍ତି। କୋଚିଂ, ଗେମ୍‌ ମ୍ୟାନେଜମେଣ୍ଟ, ଆଥଲେଟ୍‌ ମ୍ୟାନେଜମେଣ୍ଟ ନେଇ ଚାହିଦା ବଢିଛି। ଲୋକଙ୍କୁ ଏନେଇ ଠିକ୍‌ବାଟରେ ନେବା ସହିତ ସେମାନଙ୍କୁ ମାର୍କେଟିଂର ପ୍ରକୃତ ଜ୍ଞାନ ସହିତ ଅବଗତ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଏବେ କ୍ରୀଡ଼ା ସଂସ୍ଥାଗୁଡିକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ, ଭିତ୍ତିଭୂମି ପରିଚାଳନା ଓ ମାର୍କେଟିଂ ରିସର୍ଚ୍ଚ ନେଇ ବଡ଼ବଡ଼ କମ୍ପାନୀକୁ ନିଯୁକ୍ତି କରୁଛନ୍ତି ବୋଲି ସୋମେଶ କେ. ମାଧୁର କହିଛନ୍ତି। ଭାରତରେ କ୍ରୀଡ଼ା ଭିତ୍ତିଭୂମୀର ବିକାଶ ହେଉଥିବାରୁ କ୍ରୀଡ଼ା ପରିଚାଳନା ଏକ ଶିଳ୍ପ ଭାବେ ବିପୁଳ ସୁଯୋଗ ସୃଷ୍ଟି କରିଛି। ଆମ ନିକଟରେ ବହୁ ସଂଖ୍ୟାରେ କ୍ରୀଡ଼ା ପ୍ରତିଭା ରହିଛନ୍ତି। ଏଥିପାଇଁ ସେମାନଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେବା ଆବଶ୍ୟକ। ତେବେ ଏଥିପାଇଁ ପେସାଦାର ମନୋଭାବ ଆପଣାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ସେହିପରି ହରେନ୍ଦ୍ର ସିଂ କହିଛନ୍ତି ଯେ, ଏବେକାର କୋଚ୍‌ମାନଙ୍କୁ ଥିଓରିଟିକାଲ ଓ ଆନାଲିଟିକାଲ ସ୍କିଲ ପାଇଁ ପ୍ଲାଟ୍‌ଫର୍ମ ପ୍ରଦାନ କରିଛି। ଏହା ଶିକ୍ଷା କରିବାର ଗଭୀରତାକୁ ଆହୁରି ଶାଣିତ କରିଥାଏ ବୋଲି ସେ କହିଛନ୍ତି। ସେହିପରି ବିଜୟ ଲାନ୍ସି ମାସ୍କାରେନହାସ କହିଛନ୍ତି ଯେ, ଜଣେ କ୍ରୀଡ଼ାବିତର ମାନସିକତା ଭିନ୍ନ ରହିଥାଏ। ଜଣେ ପ୍ରବନ୍ଧକ ହେବା ପାଇଁ ସ୍ପୋଟର୍‌ସ ମ୍ୟାନେଜମେଣ୍ଟ ପଢିବା ଆବଶ୍ୟକ ନାହିଁ। କ୍ରୀଡ଼ାକୁ ଅନ୍‌ଲାଇନ୍‌ରେ ପଢି ହେବ ନାହିଁ କି ବୁଝି ହେବ ନାହିଁ ବୋଲି ସେ କହିଛନ୍ତି। ସବୁ ଶ୍ରେଷ୍ଠ ଖେଳାଳିଙ୍କ ପଛରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ହାତ ରହିଛି ବୋଲି କରନ ସଂ କହିଛନ୍ତି। ତୃଣମୂଳସ୍ତରରେ କ୍ରୀଡ଼ାବିତ୍‌ଙ୍କ ପାଇଁ ସୁଯୋଗ ସୃଷ୍ଟି ହେବା ସହ ଉଚିତ ପରିବେଶ ସୃଷ୍ଟ ହେବା ଆବଶ୍ୟକ। କ୍ରୀଡ଼ାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଗୋଟିଏ ହେଲା ଖେଳାଳି ଓ ଅନ୍ୟଟି ହେଲା ସଂସ୍ଥା ଯେଉଁଗୁଡକ କ୍ରୀଡ଼ାକୁ ପରିଚାଳନା କରନ୍ତି। ଥରେ ଚୟନ ହୋଇଗଲେ ଏହାପରେ ସବୁକିଛି ସହଜ ହୋଇଯାଏ ବୋଲି ସେ କହିଛନ୍ତି। କ୍ରୀଡ଼ାର ନୂଆ ନୂଆ ଫର୍ମାଟ୍‌ ପ୍ରତିଦିନ ସୃଷ୍ଟି ହେଉଛି। ଇ- ସ୍ପୋଟର୍‌ସ ଓ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ଲୋକପ୍ରିୟତା ବଢୁଥିବାରୁ କ୍ରୀଡ଼ା ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୁହାଯାଇପାରେ। ନୂଆ ନୂଆ ଫର୍ମାଟ୍‌ ପ୍ରତିଦିନ ସୃଷ୍ଟି ହେଉଛି। ଇ- ସ୍ପୋଟର୍‌ସ ଓ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ଲୋକପ୍ରିୟତା ବଢୁଥିବାରୁ କ୍ରୀଡ଼ା ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?