୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା ସହ ଘଟଣାସ୍ଥଳରୁ ଫେରାର ମାରିଥିଲେ। ପରେ ଲୋକେ ଚାଳକଙ୍କୁ କାବୁ କରି ଥାନାରେ ଜିମା ଦେଇଥିଲେ। ଉକ୍ତ ଘଟଣାରେ ଗୋଟିଏ ବାଇକ୍‌ ଏବଂ ସ୍କୁଟି ଭାଙ୍ଗି ଚୂର୍‌ମାର ହୋଇଯାଇଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି। ଆହତ ମହିଳା ହେଲେ ଉକ୍ତ ଥାନା ଡବେରୀ ଅଞ୍ଚଳ ବି.ଡକେବାଡି ଗ୍ରାମର ଶାମୁକା ମଲିକ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଅନ୍ୟତ୍ର ଅଧିକ ଚିକିତ୍ସା ପାଇଁ ନେବାକୁ ଚିକିତ୍ସା କରୁଥିବା ଡାକ୍ତର ପରାମର୍ଶ ଦେଇଥିବା ଜଣାପଡ଼ିଛି। ସେହିପରି ଅନ୍ୟ ଜଣେ ହେଲେ କେର୍କେବାଡ଼ି ଗ୍ରାମର ସୋପ୍ରିୟ ପ୍ରଧାନ।

ପ୍ରକାଶ ଯେ, ଶନିବାର ଅପରାହ୍ନରେ ପଶ୍ଚିମବଙ୍ଗର ରେଜିଷ୍ଟ୍ରେଶନ ଥିବା କାର୍‌ ନଂ (ଡବ୍ଲ୍ୟୁବି ୧୬ ଏଭି ୮୯୭୦) ବାଲିଗୁଡା ପଟୁ ଦାରିଙ୍ଗବାଡ଼ି ଆସୁଥିଲା। ଏହି ସମୟରେ ରାସ୍ତାରେ ଯାତାୟାତ କରୁଥିବା ୨ ଜଣ ଲୋକଙ୍କୁ ଧକ୍କା ଦେଇଥିଲା। ପ୍ରଥମେ ସ୍କୁଟିରେ ଥିବା ମହିଳା ଶାମୁକାଙ୍କୁ ଧକ୍କା ଦେଇଥିଲା ଓ ସେଠାରେ ହିଁ ସେ ଅଚେତ ହୋଇ ପଡ଼ିଯାଇଥିଲେ। ସେହିପରି ଅନ୍ୟ ଜଣେ ବାଇକ ଚାଳକଙ୍କୁ ମଧ୍ୟ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଜୋର୍‌ରେ ଥିଲା ଯେ, କାର୍‌ଟି ଯେଉଁ ପଟୁ ଆସୁଥିଲା ସେ ଧକ୍କାରେ ସେହି ପଟକୁ ପୁଣି କାର୍‌ଟି ବୁଲିପଡ଼ିଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି ଓ ସେଠାରୁ କାର୍‌ଟି ଦ୍ରୁତଗତିରେ ଘଟଣାସ୍ଥଳରୁ ଚାଲିଯାଇଥିଲା। ଆହତମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପରିବର୍ତ୍ତେ ଘଟଣାସ୍ଥଳରୁ ଚାଳକ ଫେରାର ଯୋଗୁ ଲୋକମାନେ ଉତ୍ତ୍ୟକ୍ତ ହୋଇଥିଲେ। କାର୍‌ଚାଳକ ଜଣକ ଉକ୍ତ ଦୁର୍ଘଟଣାଗ୍ରସ୍ତ କାର୍‌ଟିକୁ ଉକ୍ତ ଥାନା ଶ୍ରାନିକେତା ପଞ୍ଚାୟତ ଟକରମାଲା ଗାଁ ଭିତରେ ଲୁଚାଇ ଦେଇଥିଲା। ଲୋକ ଖୋଜି ଉକ୍ତ ସ୍ଥାନରେ ପହଞ୍ଚି କାର୍‌ ସହ ଚାଳକଙ୍କୁ ଭିଡିଆଣି ମାଡ଼ ମାରିବା ସହ ଥାନାରେ ଜିମା ଦେଇଥିବା ଜଣାପଡ଼ିଛି। ପୋଲିସ କାର୍‌ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ସହ ଦୁର୍ଘଟଣା ଘଟାଇଥିବା କାର୍‌ ସମେତ ଦୁର୍ଘଟଣାରେ ଭାଙ୍ଗି ଚୂର୍‌ମାର ହୋଇଥିବା ସ୍କୁଟି ଓ ବାଇକକୁ ଥାନାକୁ ନେଇଥିବା ପୋଲିସ କହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?