କାର୍ଯ୍ୟକାରୀ ମୂଳଧନ ୧୧୬୨ କୋଟି ଟପିଲା

କେନ୍ଦୁଝର,୩୧ା୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର କାର୍ଯ୍ୟକାରୀ ମୂଳଧନ ୧୧୬୨କୋଟି ଟଙ୍କାକୁ ଟପିଛି। ଋଣ ଆଦାୟର ହାର ଶତକଡ଼ା ୯୬ ପ୍ରତିଶତ ରହିଛି ବୋଲି ବ୍ୟାଙ୍କର ୬୮ତମ ସାଧାରଣ ପରିଷଦ ବୈଠକରେ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଆର୍ଥିକ ବର୍ଷ ୨୦୨୧-୨୨ର ସମୀକ୍ଷା ଫର୍ଦ୍ଦ, ଆୟ ଓ ବ୍ୟୟ, ନିଟ୍‌ ଲାଭାଂଶର ବଣ୍ଟନ ସହ ବ୍ୟାଙ୍କ୍‌ ଅର୍ଜନ କରିଥିବା ସଫଳତା, ଉଦ୍‌ବେଗଜନକ ବିଷୟ ଉପରେ ସବିଶେଷ ଆଲୋଚନା କରାଯାଇଥିଲା।
କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କାନନ ବିହାରୀ ପହି ଅଧ୍ୟକ୍ଷତା କରି ବ୍ୟାଙ୍କର ଜମାସଂଗ୍ରହ ୬୨୯କୋଟି ୬୯ଲକ୍ଷ ଟଙ୍କାରେ ପହଞ୍ଚତ୍ଛି। ବିଗତ ଆର୍ଥିକ ବର୍ଷରେ ୫୧୯କୋଟି ୪୬ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ଏହାକୁ ବୃଦ୍ଧି କରାଯାଇ ୫୪୪ କୋଟି ୬୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏଥି ମଧ୍ୟରେ ୪୯୦ କୋଟି କୃଷି ଋଣ ଦିଆଯାଇଛି ବୋଲି କହିଥିଲେ। ବ୍ୟାଙ୍କର ସହକାରୀ ପରିଚାଳକ ଆଲୋକ ବଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଦେବପ୍ରିୟ ପାତ୍ର, ସମବାୟ ୟୁନିୟନର ସଭାପତି ଅଟଳ ବିହାରୀ ଶତପଥୀ, ପୂର୍ବତନ ସମବାୟ ବ୍ୟାଙ୍କ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ସମବାୟ ସମିତି ସମୂହର ଉପନିବନ୍ଧକ ଶୁଭ୍ରକାନ୍ତି ତୁଙ୍ଗ, ସହକାରୀ ନିବନ୍ଧକ ଅଜୟ ସେଠୀ, କେନ୍ଦ୍ର ସମବାୟ ବ୍ୟାଙ୍କର ଉପ ସଭାନେତ୍ରୀ ରଶ୍ମିରେଖା ଚକ୍ର, କେନ୍ଦୁଝର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନ୍ଦ୍ରନାଥ କାଲୁଣ୍ଡିଆ, ନାବାର୍ଡର ଡିଡିଏମ ଦିପ୍ତିକାନ୍ତ ମଲ୍ଲିକ, ସହକାରୀ କୃଷି ଅଧିକାରୀ ଦିନବନ୍ଧୁ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲାର ୪୬ଟି କୃଷିଋଣ ସମିତିର ସଭାପତି ଓ ପ୍ରତିନିଧିଙ୍କ ସମେତ ୧୦୧ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ସୋସୋ, କାଳିଆହତା ଓ ପଦ୍ମପୁରରେ ନୂତନ ଶାଖା ଖୋଲାଯିବାକୁ ନିଷ୍ପତ୍ତି ନିଆଯିବା ସହିତ ଜିଲାରେ ଥିବା ୮ ସମବାୟ ସମିତିକୁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା। ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନ୍ଦ୍ରନାଥ କାଲୁଣ୍ଡିଆ ଆର୍ଥିକ ପ୍ରଗତି ଓ ବ୍ୟାଙ୍କର ବିବରଣୀ ପାଠ କରିଥିଲେ। ଶେଷରେ ଜିଲା ସମବାୟ ୟୁନିୟନର ସଭାପତି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri