କାର୍ଯ୍ୟକାରୀ ମୂଳଧନ ୧୧୬୨ କୋଟି ଟପିଲା

କେନ୍ଦୁଝର,୩୧ା୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର କାର୍ଯ୍ୟକାରୀ ମୂଳଧନ ୧୧୬୨କୋଟି ଟଙ୍କାକୁ ଟପିଛି। ଋଣ ଆଦାୟର ହାର ଶତକଡ଼ା ୯୬ ପ୍ରତିଶତ ରହିଛି ବୋଲି ବ୍ୟାଙ୍କର ୬୮ତମ ସାଧାରଣ ପରିଷଦ ବୈଠକରେ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଆର୍ଥିକ ବର୍ଷ ୨୦୨୧-୨୨ର ସମୀକ୍ଷା ଫର୍ଦ୍ଦ, ଆୟ ଓ ବ୍ୟୟ, ନିଟ୍‌ ଲାଭାଂଶର ବଣ୍ଟନ ସହ ବ୍ୟାଙ୍କ୍‌ ଅର୍ଜନ କରିଥିବା ସଫଳତା, ଉଦ୍‌ବେଗଜନକ ବିଷୟ ଉପରେ ସବିଶେଷ ଆଲୋଚନା କରାଯାଇଥିଲା।
କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କାନନ ବିହାରୀ ପହି ଅଧ୍ୟକ୍ଷତା କରି ବ୍ୟାଙ୍କର ଜମାସଂଗ୍ରହ ୬୨୯କୋଟି ୬୯ଲକ୍ଷ ଟଙ୍କାରେ ପହଞ୍ଚତ୍ଛି। ବିଗତ ଆର୍ଥିକ ବର୍ଷରେ ୫୧୯କୋଟି ୪୬ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ଏହାକୁ ବୃଦ୍ଧି କରାଯାଇ ୫୪୪ କୋଟି ୬୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏଥି ମଧ୍ୟରେ ୪୯୦ କୋଟି କୃଷି ଋଣ ଦିଆଯାଇଛି ବୋଲି କହିଥିଲେ। ବ୍ୟାଙ୍କର ସହକାରୀ ପରିଚାଳକ ଆଲୋକ ବଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଦେବପ୍ରିୟ ପାତ୍ର, ସମବାୟ ୟୁନିୟନର ସଭାପତି ଅଟଳ ବିହାରୀ ଶତପଥୀ, ପୂର୍ବତନ ସମବାୟ ବ୍ୟାଙ୍କ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ସମବାୟ ସମିତି ସମୂହର ଉପନିବନ୍ଧକ ଶୁଭ୍ରକାନ୍ତି ତୁଙ୍ଗ, ସହକାରୀ ନିବନ୍ଧକ ଅଜୟ ସେଠୀ, କେନ୍ଦ୍ର ସମବାୟ ବ୍ୟାଙ୍କର ଉପ ସଭାନେତ୍ରୀ ରଶ୍ମିରେଖା ଚକ୍ର, କେନ୍ଦୁଝର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନ୍ଦ୍ରନାଥ କାଲୁଣ୍ଡିଆ, ନାବାର୍ଡର ଡିଡିଏମ ଦିପ୍ତିକାନ୍ତ ମଲ୍ଲିକ, ସହକାରୀ କୃଷି ଅଧିକାରୀ ଦିନବନ୍ଧୁ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲାର ୪୬ଟି କୃଷିଋଣ ସମିତିର ସଭାପତି ଓ ପ୍ରତିନିଧିଙ୍କ ସମେତ ୧୦୧ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ସୋସୋ, କାଳିଆହତା ଓ ପଦ୍ମପୁରରେ ନୂତନ ଶାଖା ଖୋଲାଯିବାକୁ ନିଷ୍ପତ୍ତି ନିଆଯିବା ସହିତ ଜିଲାରେ ଥିବା ୮ ସମବାୟ ସମିତିକୁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା। ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନ୍ଦ୍ରନାଥ କାଲୁଣ୍ଡିଆ ଆର୍ଥିକ ପ୍ରଗତି ଓ ବ୍ୟାଙ୍କର ବିବରଣୀ ପାଠ କରିଥିଲେ। ଶେଷରେ ଜିଲା ସମବାୟ ୟୁନିୟନର ସଭାପତି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?