ପାର୍କ ଭ୍ରମ ସୃଷ୍ଟି କରୁଛି ବ୍ଲକ କାର୍ଯ୍ୟାଳୟ ପରିସର

କେନ୍ଦୁଝର,୩୦ା୧୨(ଦୀପକ ମିଶ୍ର) କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ପରିସରର ସୌନ୍ଦର୍ଯ୍ୟ ବଢ଼ାଉଛି ବିଭିନ୍ନ କିସମର ଗେଣ୍ଡୁ, ସେବତୀ, ଜିନିଆ ଆଦି ସୌନ୍ଦର୍ଯ୍ୟପୂର୍ଣ୍ଣ ଗଛ। ବ୍ଲକ୍‌ ପରିସରକୁ ପ୍ରବେଶ କଲେ ଏହା ଏକ ପାର୍କର ଭ୍ରମ ସୃଷ୍ଟି କରିବ। କୌଣସି ସରକାରୀ ଯୋଜନାରେ ନୁହେଁ, ଏଠାରେ ନୂତନ ଭାବେ ଯୋଗ ଦେଇଥିବା ବିଡିଓ ଉମାକାନ୍ତ ପରିଡ଼ାଙ୍କ ପ୍ରକୃତି ପ୍ରେମ ଉକ୍ତ ପରିବେଶକୁ ପରିବର୍ତ୍ତନ କରିଦେଇଛି। ବ୍ଲକ୍‌ କାର୍ଯ୍ୟାଳୟର ପରିତ୍ୟକ୍ତ ପରିସରକୁ ନିଜ ଉଦ୍ୟମରେ ସୌନ୍ଦର୍ଯ୍ୟମୟ କରିଥିବାରୁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ପ୍ରଶାସନିକ ଅଧିକାରୀ ହୋଇ ବି ଯେଉଁ କର୍ମକ୍ଷେତ୍ରକୁ ବଦଳି ହୋଇ ଯାଇଛନ୍ତି ସେଠାରେ ସୁନ୍ଦର ପରିବେଶ ସୃଷ୍ଟି କରିବା ତାଙ୍କର ନିଶା ପାଲଟିଛି। ତାଙ୍କର ଇଚ୍ଛାଶକ୍ତି ଆଗରେ ପ୍ରଶାସନିକ ଅଙ୍କୁଶ ଅନ୍ତରାୟ ସୃଷ୍ଟି କରିପାରିନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ସେ ଆନନ୍ଦପୁରରେ ବିଡିଓ ଦାୟିତ୍ୱରେ ଥିବା ବେଳେ କାର୍ଯ୍ୟାଳୟ ପରିସରରେ ୫୦ କିସମର ଆମ୍ବଗଛ ଲଗାଇ ଚର୍ଚ୍ଚାରେ ଥିଲେ। ଏପରିକି ଯାଜପୁର ଜିଲାର ରସୁଲପୁର ବ୍ଲକ୍‌ରେ ଥିବାବେଳେ ପ୍ରାୟ ୫୦୦ ଏକର ଜାଗାକୁ ବନୀକରଣ କରାଇଥିଲେ। ଏବେ ଝୁମ୍ପୁରା ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ମାତ୍ର ୩ ମାସ ମଧ୍ୟରେ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ କରି ପ୍ରାୟ ୫ ଏକର ଜମିରେ ୩୦ ହଜାରରୁ ଊର୍ଦ୍ଧ୍ୱ ଚାରାରୋପଣ କରାଇଛନ୍ତି। ଏଥିରେ ୭ଟି କିସମର ୫ ହଜାର ଗେଣ୍ଡୁ, ୫ କିସମର ୨ହଜାର ସେବତୀ ଫୁଲ ସହ ଅନେକ କିସମର ଜିନିଆ ଗଛ ଲଗାଇଛନ୍ତି। ଗତ ଅଗଷ୍ଟ ମାସରେ ଝୁମ୍ପୁରା ବ୍ଲକ୍‌ରେ ଯୋଗଦେଇ ବ୍ଲକ୍‌ର ଭଙ୍ଗା ଭିତ୍ତିଭୂମି ଓ ଅସଜଡ଼ା ପରିସର ସଜାଡ଼ିବାକୁ ପ୍ରୟାଶ ଆରମ୍ଭ କରିଥିଲେ। ନିଜର ବ୍ୟସ୍ତ ବହୁଳ ଜୀବନ ଚର୍ଯ୍ୟାରୁ ମିଳୁଥିବା ସମୟରେ ନିଜ ହାତରେ କୋଡ଼ି ଧରି ବଗିଚା ସୃଷ୍ଟି କରିବାକୁ ସେ ଭଲ ପାଆନ୍ତି ବୋଲି ପ୍ରକାଶ କରିଛନ୍ତି। କର୍ମକ୍ଷେତ୍ରର ପରିସରକୁ ନୂତନ ରୂପ ଦେବା ତାଙ୍କର ସବୁବେଳେ ଇଚ୍ଛା ରହିଆସିଛି। ଏପରିକି କାନ୍ଥ ଓ ବାଡ଼ ଗୁଡ଼ିକରେ ରଙ୍ଗ ଓ ଚିତ୍ର ଦ୍ୱାରା ସୌନ୍ଦର୍ଯ୍ୟକରଣ କରନ୍ତି। ବର୍ତ୍ତମାନ ବ୍ଲକ୍‌ ପରିସରକୁ ଏକ ଘରୋଇ ଉଦ୍ୟାନର ରୂପ ଦେବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଏ ସମ୍ପର୍କରେ ପଚାରିବାରୁ ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ପରିବେଶବିତ୍‌ ସଂଗ୍ରାମ କେଶରୀ ରାଉତଙ୍କ କାର୍ଯ୍ୟ ତାଙ୍କୁ ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି କରିବାରେ ପ୍ରେରଣା ଦେଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri