ପିଆଜ ବସ୍ତା ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ, ଦେଖିଦେଲା ପୋଲିସ, ଆଉ ତା’ପରେ…

ସୋନପୁର,୨୯।୮(ମୃତ୍ୟୁଞ୍ଜୟ ଶତପଥୀ): ଓଡ଼ିଶାର କନ୍ଧମାଳ ଓ ବୌଦ୍ଧ ଜିଲାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଗଞ୍ଜେଇର ଚାହିଦା ରାଜ୍ୟ ବାହାରେ ଖୁବ୍‌ ଅଧିକ। ହଜାର ହଜାର ହେକ୍ଟର ଜମିରେ ଚାଷ ହେଉଥିବା ଉନ୍ନତ ମାନର ଗଞ୍ଜେଇ କିଣିବା ପାଇଁ ଏବେ ପ୍ରତିଯୋଗିତା ଚାଲିଛି। ଅମଳ ପରେ ଗଞ୍ଜେଇଗୁଡିକୁ ଭଲଭାବେ ପ୍ୟାକିଂ କରି ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଦିଲ୍ଲୀ ଭଳି ରାଜ୍ୟକୁ ଚାଲାଣ କରାଯାଉଛି। ପୋଲିସ ଓ ଅବକାରୀ ବିଭାଗର ଧ୍ୟାନ ହଟାଇବା ପାଇଁ ବ୍ୟବସାୟୀମାନେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ଗୁରୁବାର ଅଶୋକ ଲିଲାଣ୍ଡ ପିକ୍‌ଅପ ଭ୍ୟାନ୍‌(ନଂ. ଏମ୍‌ଏଚ୪୦ବିଜି-୫୦୬୫)ରେ ମହାରାଷ୍ଟ୍ରର ନାଗପୁରକୁ ଗଞ୍ଜେଇ ଚାଲାଣ ହେଉଥିଲା ବେଳେ ସୋନପୁର ପୋଲିସ ଏହାକୁ ଧରିଛି। ବ୍ୟବସାୟୀ ପିଆଜ ବସ୍ତା ଭିତରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ। ଭ୍ୟାନ୍‌ଟି ବିଶିମୁଣ୍ଡା ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିଲା। ପୋଲିସ ଟିମ୍‌ ସନ୍ଦେହରେ ତନଖି କରିବା ସମୟରେ ୧୦ବସ୍ତା ପିଆଜ ମଝିରେ ଗଞ୍ଜେଇ ଠାବ ହୋଇଥିଲା। ୩ଟି ପ୍ୟାକେଟ୍‌ରୁ ୫କିଲୋ ଗଞ୍ଜେଇ ମିଳିଛି। ଏହି ଘଟଣାରେ ଟ୍ରକ ଡ୍ରାଇଭର ନାଗପୁର ଜିଲା ଶାନ୍ତିନଗରପଡା ଅଞ୍ଚଳର ଅବଦୁଲ କଲିମ ଖାନ(୫୮)ଙ୍କୁ ଗିରଫ କରିଛି। ପୋଲିସ ତାଙ୍କ ନିକଟରୁ ୧ଲକ୍ଷ ୪୭ହଜାର ଟଙ୍କା ଜବତ ହୋଇଛି। ପୋଲିସ ଭ୍ୟାନ୍‌, ଗଞ୍ଜେଇ ଓ ଟଙ୍କା ଜବତ କରିଛି। ସୋନପୁର ଏସ୍‌ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଥାନା ପରିସରରେ ପହଞ୍ଚତ୍ ମାମଲାର ଅନୁଧ୍ୟାନ କରିଛନ୍ତି। ତଦନ୍ତ ଜାରି ରହିଛି ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ। ଏସ୍‌ଆଇ ପ୍ରଭାତି ଦାଶଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଏସଆଇ ଦିପ୍ତି ରଞ୍ଜନ ଡିଗାଲ ମାମଲାର ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?